ଉର୍ବଶୀ ରୌତେଲା ଖୁବ୍ ଓଜନିଆ ଡ୍ରେସ୍ ପିନ୍ଧିଲେ, ଚ଼ାରିଟି ସିଟରେ ବସିଲେ; ଲୋକେ ଟ୍ରୋଲ କଲେ

ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ ନିଜ ବୋଲ୍ଡ ଫଟୋ ସୁଟ୍ ପାଇଁ ଚ଼ର୍ଚ୍ଚାରେ ରହିଛନ୍ତି । ଏହା ବ୍ୟତୀତ ସେ ନିଜର ଅଫେୟାରର ଚ଼ର୍ଚ୍ଚାକୁ ନେଇ ମଧ୍ୟ ଜଣାଶୁଣା ।

ଉର୍ବଶୀ ରୌତେଲା ଖୁବ୍ ଓଜନିଆ ଡ୍ରେସ୍ ପିନ୍ଧିଲେ, ଚ଼ାରିଟି ସିଟରେ ବସିଲେ; ଲୋକେ ଟ୍ରୋଲ କଲେ
ଓଜନିଆ, ଲାଲ୍‌ ଗାଉନ୍‌ରେ ଉର୍ବଶୀ ରୌତେଲା
  • News18 Odia
  • Last Updated: February 18, 2020, 10:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ଼ରେ ଅଭିନେତ୍ରୀମାନେ ସବୁ ଇଭେଣ୍ଟରେ ସୁନ୍ଦର ଓ ଷ୍ଟାଇଲିସ ଦିଶିବାକୁ ଚ଼ାହାଁନ୍ତି । ସେଇଥି ପାଇଁ ଏହି ଅଭିନେତ୍ରୀମାନେ ସବୁବେଳେ ନୂଆ ନୂଆ ଟ୍ରେଣ୍ଡକୁ ଫଲୋ କରିଥାନ୍ତି । ତେବେ ବେଳେବେଳେ ଅଭିନେତ୍ରୀମାନଙ୍କର ବୋଲ୍ଡ ଓ ଷ୍ଟାଇଲିସ ଡ୍ରେସର ଏକ୍ସପେରିମେଣ୍ଟ ତାଙ୍କ ଉପରେ ଭାରି ପଡ଼ିଯାଏ । ନିକଟରେ ଉର୍ବଶୀ ରୌତେଲାଙ୍କ ସହିତ ଏମିତି କିଛି ଘଟଣା ହୋଇଥିଲା ।

ଉର୍ବଶୀ ଏକ ଇଭେଣ୍ଟରେ ଗୋଟେ ଖୁବ୍‌ ସୁନ୍ଦର ଓ ଓଜନିଆ ଗାଉନ ପିନ୍ଧିଥିବାର ଦେଖାଯାଇଥିଲେ । କିନ୍ତୁ ସେହି ଗାଉନ୍‌ ଏତେ ଓଜନଦାର ଥିଲା ଯେ ତାକୁ ସେ ସମ୍ଭାଳି ପାରୁନଥିଲେ । ସେ ସିଟରେ ବସିବା ପାଇଁ ମଧ୍ୟ ବହୁତ ଜାଗା ନେଇଥିଲେ । ଏହି କାରଣରୁ ସେ ଟ୍ରୋଲର ଶିକାର ହୋଇଥିଲେ ।

ଏହି ଘଟଣାଟି ଫିଲ୍ମଫେୟର ପୁରସ୍କାର ଇଭେଣ୍ଟରେ ଘଟିଥିଲା । ସେଠି ଉର୍ବଶୀ ଏକ ଲାଲ୍‌ ଗାଉନ ପିନ୍ଧି ପହଞ୍ଚିଥିଲେ । ଏହି ଗାଉନ୍‌ ବହୁତ ଓଜନିଆ ଥିଲା, ହେଲେ ଉର୍ବଶୀ ଏହାକୁ ଭଲ ଭାବେ ବହନ କରିଥିଲେ । ସେ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଏହି ଗାଉନ୍‌ ପିନ୍ଧି ବସିଥିବାର ଦେଖାଯାଉଛନ୍ତି । ତାଙ୍କ ସହ ତାଙ୍କ ଟିମର ତିନି-ଚାରି ଜଣ ଲୋକ ଏହି ଡ୍ରେସଟିକୁ ସମ୍ଭାଳୁଥିବା ଏଥିରେ ଦେଖାଯାଇଛି । ଉର୍ବଶୀ ତାଙ୍କ ଟିମକୁ ଧନ୍ୟବାଦ ଜଣାଇଛନ୍ତି ।

ଆୱାର୍ଡ ଫଙ୍କ୍‌ସନ୍‌ରେ ବସିଛନ୍ତି ଉର୍ବଶୀ


ଏହି ଭିଡିଓରେ ଉର୍ବଶୀ ଗୋଟିଏ ସିଟରେ ବସିପାରୁନଥିବା ଦେଖାଯାଇଥିଲା । ତାଙ୍କ ପାଇଁ ଦୁଇ-ତିନୋଟି ସିଟ ଖାଲି କରାଯାଇଥିଲା । ଜଣେ ୟୁଜର୍‌ ଏହି ଦୃଶ୍ୟକୁ ଦେଖି ଲେଖିଛନ୍ତି: ‘‘ଏହି ଡ୍ରେସ୍‌ ପିନ୍ଧି ବସିବା ପାଇଁ ଗୋଟେ ଅଲଗା ସିଟ୍‌ ଦରକାର’’ । ଆଉ ଜଣେ ୟୁଜର୍‌ ଲେଖିଛନ୍ତି: ‘‘ଏହାର ଘାଗରା ସମ୍ଭାଳିବା ପାଇଁ ଚ଼ାରି ଜଣ ଲୋକ ପରକାର!’’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି: ‘‘ଆପଣ ଗୋଟେ ସିଟରେ ବସିଛନ୍ତି, କିନ୍ତୁ ଆପଣଙ୍କ ଗାଉନ ଚ଼ାରିଟି ସିଟ୍‌ ନେଇଛି । ତଥାପି ଆପଣ ସୁନ୍ଦର ଲାଗୁଛନ୍ତି ।’’

ଉର୍ବଶୀ ରୌତେଲା


ଉର୍ବଶୀ ରୌତେଲା ଏବେ ବୋଲ୍ଡ ଫଟୋ ସୁଟ୍‌ ପାଇଁ ଚ଼ର୍ଚ୍ଚାରେ ରହିଛନ୍ତି । ଏହା ବ୍ୟତୀତ ସେ ନିଜର ଅଫେୟାରର ଚ଼ର୍ଚ୍ଚାକୁ ନେଇ ମଧ୍ୟ ଜଣାଶୁଣା ଅଛନ୍ତି । ମଡେଲ ରୂପେ ନିଜ କ୍ୟାରିୟର୍‌ ଆରମ୍ଭ କରିଥିବା ଉର୍ବଶୀ ୨୦୧୩ରେ ସନୀ ଦେୱଲଙ୍କ ଫିଲ୍ମ ‘ସିଂହ ସାହାବ ଦି ଗ୍ରେଟ’ରୁ ବଲିଉଡରେ ପାଦ ଥାପି ଥିଲେ । ସେ ଅନେକ ଫିଲ୍ମ କରିଛନ୍ତି, କିନ୍ତୁ ବେଶୀ ସଫଳତା ପାଇପାରିନାହାଁନ୍ତି ।
First published: February 18, 2020, 10:43 PM IST
corona virus btn
corona virus btn
Loading