ଅଗ୍ନିପଥ ସ୍କିମକୁ ନେଇ କାହିଁକି ଏମିତି କହିଲେ ୟୁପିଏସସି ଟପ୍ପର ଶ୍ରୁତି ଶର୍ମା

ଦେଶରେ ଅଗ୍ନିବୀର ସ୍କିମ ବିବାଦରେ ମୁହଁ ଖୋଲିଛନ୍ତି ୟୁପିଏସ୍ସି ଟପ୍ପର ଶ୍ରୁତି ଶର୍ମା। ଆପଣ ଏହାକୁ ବିରୋଧ କରିପାରିବେ କିନ୍ତୁ ଏହାକୁ ନଷ୍ଟ କରନ୍ତୁ ନାହିଁ।

 ଶ୍ରୁତି ଶର୍ମା (ପ୍ରତୀକାତ୍ମକ ଛବି)

ଶ୍ରୁତି ଶର୍ମା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଦେଶରେ ଅଗ୍ନିବୀର ସ୍କିମ ବିବାଦରେ ମୁହଁ ଖୋଲିଛନ୍ତି ୟୁପିଏସ୍ସି ଟପ୍ପର ଶ୍ରୁତି ଶର୍ମା। ଆପଣ ଏହାକୁ ବିରୋଧ କରିପାରିବେ କିନ୍ତୁ ଏହାକୁ ନଷ୍ଟ କରନ୍ତୁ ନାହିଁ।ଏସବୁ ହେଉଛି ଆପଣମାନଙ୍କ ଟ୍ୟାକ୍ସରେ କିଣାଯାଇଥିବା ସମ୍ପତ୍ତି ବୋଲି ଶ୍ରୁତି କହିଛନ୍ତି।

ଶ୍ରୁତି ଶର୍ମା କହିଛନ୍ତି ଯେ ଯଦି ଆପଣ ସରକାରଙ୍କ 'ଅଗ୍ନିପଥ ଯୋଜନା'ରେ ସହମତ ନହୋଇ ବିରୋଧ କରୁଛନ୍ତି, ତେବେ ଏହା ଆପଣଙ୍କର ସାମ୍ବିଧାନିକ ଅଧିକାର। ଆପଣ ଦେଶବ୍ୟାପୀ ବିରୋଧର ଆୟୋଜନ କରନ୍ତି। କିନ୍ତୁ ଯଦି ଆପଣ ବିରୋଧ ନାମରେ ଭଙ୍ଗାରୁଜା କରିବେ, ପଥର ଫିଙ୍ଗି ଦ୍ୱାରା ସରକାରୀ ସମ୍ପତ୍ତି ନଷ୍ଟ କରିବେ, ତେବେ ଆପଣ ଶୃଙ୍ଖଳିତ ଭାରତୀୟ ସେନାରେ ଯୋଗଦେବା ପାଇଁ ଯୋଗ୍ୟ ନୁହଁନ୍ତି।

ଅଗ୍ନିପଥ ସ୍କିମକୁ ନେଇ ଯୁବକମାନେ ରାସ୍ତାକୁ ଓଲ୍ହାଇଛନ୍ତି। ସେହି ସମାନ ଯୁବକ ଯିଏକି ଗତକାଲି ପର୍ଯ୍ୟନ୍ତ ଗାଁର କ୍ଷେତରେ ଝାଳ ବୁହାଇ ପରିଶ୍ରମ କରୁଥିଲେ, ସେମାନେ ଦେଶର ସେବା ପାଇଁ ସେନାରେ ନିଯୁକ୍ତ ହେବେ। କିନ୍ତୁ ସରକାରଙ୍କ ଭୁଲ ନିଷ୍ପତ୍ତି ହେତୁ ବର୍ତ୍ତମାନ ସମସ୍ତେ କ୍ରୋଧିତ ଅଛନ୍ତି। ୪ ବର୍ଷର ଚୁକ୍ତିନାମା ନିଯୁକ୍ତି ଯୋଜନା ପ୍ରତ୍ୟାହାର କରାଯିବା ଉଚିତ ବୋଲି ସେ କହିଛନ୍ତି।।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଳମ୍ବ ନକରି ନିଷ୍ପତ୍ତି ପ୍ରତ୍ୟାହାର କରିବା ଉଚିତ। ବର୍ଷ ବର୍ଷ ଧରି ସେନା ନିଯୁକ୍ତି ପ୍ରକ୍ରିୟା ସମାପ୍ତ ହେବା ପାଇଁ ଅପେକ୍ଷା କରିଥିବା ଯୁବକମାନଙ୍କୁ #ଅଗ୍ନିପଥସ୍କିମକୁ ପ୍ରତିବାଦ କରିବାକୁ ଦିଅନ୍ତୁ ନାହିଁ। ଆପଣ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବେ।
Published by:Soumya Das
First published: