News18 Odia Digital
UPSC Recruitment 2023 : ୟୁନିୟନ୍ ଲୋକସେବା ଆୟୋଗ (UPSC Recruitment 2023) ଦ୍ୱରା ସହ-ଇଞ୍ଜିନିୟର, ଯୁବ ଅଧୀକାରୀ ଓ ଅନ୍ୟାନ ପଦବୀ ପାଇଁ ଅନଲାଇନରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ପ୍ରର୍ଥୀମାନେ ଏହି ପଦ ପାଇଁ ଆଗ୍ରହୀ ଓ ଯୋଗ୍ୟ ଅଟନ୍ତି ସେମାନେ ୟୁପିଏସ୍ସି (UPSC) ୱେବସାଇଟ୍ upsc.gov.inକୁ ଯାଇ ଏଥିରେ ଆବେଦନ କରିପାରିବେ । ତେବେ ଏହି ପଦବୀ ପାଇଁ ଆଜି ଠାରୁ ଅର୍ଥାତ ୨୫ମାର୍ଚ୍ଚ ରୁ ଅନଲାଇନ ଆବେଦନ ପ୍ରକିୟା ଆରମ୍ଭ ହୋଇଯାଇଛି ଓ ଆବେଦନର ଶେଷ ତାରିଖ ୧୩ ଏପ୍ରିଲ ରହିଛି । ୟୁପିଏସ୍ସି ୨୦୨୩ ଅଧୀନରେ ମୋଟ ୬୯ଟି ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗ୍ରହୀ ପ୍ରାର୍ଥୀମାନେ ଏହି ପଦବୀରେ ଚାକିରି କରିବାକୁ ଚାହୁଁଛନ୍ତି, ସେମାନେ ଏହା ତଳେ ଦିଆଯାଇଥିବା ଯୋଗ୍ୟତା, ବୟସ ସୀମା, ଆବେଦନ ଶୁଳ୍କ ଆଦି ବିଷୟରେ ସମସ୍ତ ସୂଚନା ପାଇ ପାରିବେ ।
ଏଥିରେ ମୋଟ ୬୯ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛିଆଞ୍ଚଳିକ ନିର୍ଦ୍ଦେଶକ : ୧ଟି ପଦବୀ
ଆସିଷ୍ଟାଣ୍ଡ କମିସନର : ୧ଟି ପଦବୀ
ଆସିଷ୍ଟାଣ୍ଡ ଓର ଡ୍ରେସିଙ୍ଗ୍ ଅଫିସର : ୨୨ଟି ପଦବୀ
ଆସିଷ୍ଟାଣ୍ଡ ମିନେରାଲ ଇକୋନମିଷ୍ଟ୍ : ୪ଟି ପଦବୀ
ଆସିଷ୍ଟାଣ୍ଡ ମାଇନିଙ୍ଗ ଇଂଜିନିୟର: ୩୪ଟି ପଦବୀ
ଯୁବ ଅଧୀକାରୀ : ୭ଟି ପଦବୀ
ତେବେ ଏହି ପଦବୀ ଗୁଡିକରେ ଆବେଦନ ପାଇଁ ପଞ୍ଜିକରଣ ଫି ୨୫ଟଙ୍କା ରହିଛି । ଅନିସୂଚିତ ଜାତି,ଅନିସୂଚିତ ଜନଜାତି , ପିଡବ୍ଲ୍ୟୁଡି ଏବଂ ମହିଳା ପ୍ରାର୍ଥିଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ । ଏହି ପଦବୀ ଗୁଡିକରେ ଆବେଦନ କରିବା ପାଇଁ ଚାହୁଁଥିବା ପ୍ରର୍ଥୀମାନେ ସରକାରୀ ବିଜ୍ଞପ୍ତିରେ ଦିଆଯାଇଥିବା ସମସ୍ତ ଯୋଗ୍ୟତା ଥିବା ଆବଶ୍ୟକ ।
ୟୁପିଏସ୍ସି ପାଇଁ ଆବେଦନ କରିବାର ତାରିଖ - ୨୫ମାର୍ଚ୍ଚୟୁପିଏସ୍ସି ପାଇଁ ଆବେଦନ କରିବାର ଶେଷ ତାରିଖ -୧୩ ଏପ୍ରିଲUPSC ନିଯୁକ୍ତିର ୨୦୨୩ ପାଇଁ ବିଜ୍ଞପ୍ତି ପତ୍ରUPSC ନିଯୁକ୍ତି 2023 ପାଇଁ ଆବେଦନ କରିବାର ଲିଙ୍କ୍ପ୍ରାର୍ଥୀମାନଙ୍କ ଦ୍ୱାରା ଅନଲାଇନ୍ ଆବେଦନରେ ଦିଆଯାଇଥିବା ଡକ୍ୟୁମେଣ୍ଟ୍ ଆଧାରରେ ଏକ ସର୍ଟ ଲିଷ୍ଟ ପ୍ରସ୍ତୁତ କରାଯିବ । ଏହା ପରେ ସେମାନଙ୍କୁ ସାକ୍ଷାତକାର ପାଇଁ ଡକାଯିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।