୨୭ ଜୁନରେ ହେବାକୁ ଥିବା UPSC ସିଭିଲ ସର୍ଭିସ୍ ପ୍ରିଲିମସ୍ ପରୀକ୍ଷା ସ୍ଥଗିତ; ଜାଣନ୍ତୁ ନୂଆ ତାରିଖ

UPSC Prelims 2021: ପ୍ରତିବର୍ଷ ପ୍ରାୟ ୨ ରୁ ୨.୫ ଲକ୍ଷ ଛାତ୍ର-ଛାତ୍ରୀ ପ୍ରି ଏଗଜାମରେ ଭାଗ ନେଇଥାନ୍ତି । ଖାଲିଥିବା ପଦବୀ ସଂଖ୍ୟାର ପ୍ରାୟ ପାଞ୍ଚ ଗୁଣ ଅଧିକ ଛାତ୍ର-ଛାତ୍ରୀଙ୍କୁ ମେନ୍ ଏଗଜାମ୍ ପାଇଁ ଡକାଯାଇଥାଏ ।

୨୭ ଜୁନରେ ହେବାକୁ ଥିବା UPSC ସିଭିଲ ସର୍ଭିସ୍ ପ୍ରିଲିମସ୍ ପରୀକ୍ଷା ସ୍ଥଗିତ; ଜାଣନ୍ତୁ ନୂଆ ତାରିଖ
୨୭ ଜୁନରେ ହେବାକୁ ଥିବା UPSC ସିଭିଲ ସର୍ଭିସ୍ ପ୍ରିଲିମସ୍ ପରୀକ୍ଷା ସ୍ଥଗିତ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
UPSC Prelims 2021: କରୋନାର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି UPSC ଜୁନ୍ ୨୭ ରେ ହେବାକୁ ଥିବା ସିଭିଲ୍ ସର୍ଭିସ୍ ପ୍ରି-ଏଗଜାମ୍କୁ ସ୍ଥଗିତ ରଖିଛି । ବର୍ତ୍ତମାନ ଏହି ପରୀକ୍ଷା ଅକ୍ଟୋବର ୧୦ ରେ କରାଯିବ । ଏହି ପରୀକ୍ଷା ୨୭ ଜୁନ୍ 2021 ରେ ଅନୁଷ୍ଠିତ ହେବାର ଥିଲା । ବର୍ତ୍ତମାନ ଏହି ପରୀକ୍ଷା ୧୦ ଅକ୍ଟୋବର ୨୦୨୧ ରେ ଅନୁଷ୍ଠିତ ହେବ ।

ଚଳିତ ବର୍ଷ UPSC ସିଭିଲ ସର୍ଭିସ ପରୀକ୍ଷାରେ ୭୧୨ ଟି ଓ ଭାରତୀୟ ବନ ସେବା ପରୀକ୍ଷାରେ ୧୧୦ ଟି ପଦବୀ ଖାଲିର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ପରୀକ୍ଷା ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କରାଯିବ । ଗତ ବର୍ଷ ମଧ୍ୟ କରୋନା ଯୋଗୁଁ ଏହି ପରୀକ୍ଷା ପ୍ରଭାବିତ ହୋଇଥିଲା । ଗତ ବର୍ଷ ମଧ୍ୟ ପରୀକ୍ଷାକୁ ସ୍ଥଗିତ ରଖିବାକୁ ପଡିଥିଲା । ୨୦୨୦ ରେ, UPSC ସିଭିଲ ସର୍ଭିସ୍ ପ୍ରିଲିମସ୍ ଏଗଜାମ୍କୁ ମଧ୍ୟ ୩୧ ମେ ରୁ ୪ ଅକ୍ଟୋବର ୨୦୨୦ କୁ ସ୍ଥାନାନ୍ତର କରାଯାଇଥିଲା ।

ଏହି ପରୀକ୍ଷା ତିନିଟି ପର୍ଯ୍ୟାୟରେ ହୋଇଥାଏ । ପ୍ରି, ମେନ୍ ଓ ଇଣ୍ଟରଭ୍ୟୁ ପରେ, ଛାତ୍ର-ଛାତ୍ରୀମାନେ ଭାରତୀୟ ସିଭିଲ୍ ସର୍ଭିସ୍ ପାଇଁ ମନୋନୀତ ହୋଇଥାନ୍ତି । ପ୍ରତିବର୍ଷ ପ୍ରାୟ ୨ ରୁ ୨.୫ ଲକ୍ଷ ଛାତ୍ରଛାତ୍ରୀ ପ୍ରି ଏଗଜାମରେ ଭାଗ ନେଇଥାନ୍ତି । ସିଟ୍ ସଂଖ୍ୟାର ପ୍ରାୟ ପାଞ୍ଚ ଗୁଣ ଛାତ୍ରଙ୍କୁ ମେନ୍ ଏଗଜାମ୍ ପାଇଁ ଡକାଯାଏ ।

ମେନ୍ସ ପରୀକ୍ଷାରେ ଉପସ୍ଥିତ ଥିବା ପ୍ରାୟ ଏକ ତୃତୀୟାଂଶ ଛାତ୍ର ଇଣ୍ଟରଭ୍ୟୁରେ ଉପସ୍ଥିତ ହେବାର ସୁଯୋଗ ପାଆନ୍ତି । ସିଭିଲ୍ ସର୍ଭିସେସ୍ ପାଇଁ ଅନ୍ତିମ ଯୋଗ୍ୟତା ମେନ୍ ଓ ଇଣ୍ଟରଭ୍ୟୁର ସଂଖ୍ୟାକୁ ମିଶାଇ କରାଯାଇଥାଏ ।
Published by: Jagdish Barik
First published: May 13, 2021, 3:30 PM IST