News18 Odia Digital
ଫେକ୍ IASଙ୍କ କେଳେଙ୍କାରୀର ପର୍ଦ୍ଦାଫାସ । UPSC 2022 ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ଦାବି କରୁଥିବା ମିଛୁଆଙ୍କ ମୁଖା ଖୋଲିଲା ।
ପରୀକ୍ଷାରେ ସମାନ ରାଙ୍କରେ ଦୁଇ ଜଣ କୃତକାର୍ଯ୍ୟ ବିବାଦର ଅନ୍ତ ହୋଇଛି । UPSCର ତ୍ରୁଟି ନୁହେଁ, ଜାଲିଆତି କରିଥିଲେ ପରୀକ୍ଷାର୍ଥୀ । ପ୍ରିଲିମ ପାସ୍ ନକରି ଫାଇନାଲରେ ଉତୀର୍ଣ୍ଣ ହୋଇଥିବା ନେଇ କରୁଥିଲେ ଦାବି । ଦୁଇ ଆୟେଶା ଓ ଦୁଇ ତୁଷାରଙ୍କୁ ନେଇ ଦେଖାଦେଇଥିବା ଦ୍ବନ୍ଦ୍ବ ଦୂର ହୋଇଛି । ଦୁଇ ଆୟେଶା ମଧ୍ୟରୁ କିଏ ଠିକ, କେମିତି ହୋଇଥିଲା ଜାଲିଆତି ?ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଗୋଟିଏ ରାଙ୍କରେ ସମାନ ନାମଧାରୀ ଦୁଇ ଜଣ ପରୀକ୍ଷାର୍ଥୀଙ୍କୁ ନେଇ ଯେଉଁ ଦ୍ବନ୍ଦ୍ବ ଉପୁଜିଥିଲା, ତାର ପର୍ଦ୍ଦାଫାସ୍ ହୋଇଛି । ଜଣାପଡ଼ିଛି, ଏହା ୟୁପିଏସ୍ସିର ଭୁଲ୍ ନୁହେଁ, ବରଂ ଦୁଇ ପରୀକ୍ଷାର୍ଥୀଙ୍କ ଭିତରୁ ଜଣଙ୍କର ଜାଲିଆତି । ମିଛ ଅଭିଯୋଗ ଆଣି IAS ପରୀକ୍ଷାରେ ସଫଳତା ହାସଲ ପାଇଁ କେମିତି ଜଣେ ପରୀକ୍ଷାର୍ଥୀ ଚାଲ୍ ଖେଳିଥିଲେ, ତାହା ପ୍ରମାଣିତ ହୋଇଯାଇଛି । ୟୁପିଏସ୍ସି କର୍ତ୍ତୃପକ୍ଷ କହିଛନ୍ତି, ଏଭଳି ଅପରାଧମୂଳକ କାର୍ଯ୍ୟ କରିଥିବା ପରୀକ୍ଷାର୍ଥୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ମଧ୍ୟପ୍ରଦେଶ ଅଲ୍ଲୀରାଜପୁରର ଆୟେଶା ମକରାନୀ ଏବଂ ହରିୟାଣା ରେୱାରୀର ତୁଷାର ଏଭଳି ମିଥ୍ୟା ଅଭିଯୋଗ ଆଣି ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ଷଡ଼ଯନ୍ତ୍ର କରିଥିବା ପ୍ରମାଣିତ ହୋଇଯାଇଛି । ଏହି ଦୁଇ ପରୀକ୍ଷାର୍ଥୀ ଆୟେଶା ମକରାନୀ ଏବଂ ତୁଷାର ଦାବି କରିଥିଲେ ଯେ ସମାନ ନାମଧାରୀ ମଧ୍ୟପ୍ରଦେଶ ଦେୱାସ୍ର ଆୟେଶା ଫତିମା ଏବଂ ବିହାରର ତୁଷାର ଯେଉଁ ରାଙ୍କ ରଖିଛନ୍ତି, ସେମାନେ ମଧ୍ୟ ସେଇ ରାଙ୍କ ରଖିଛନ୍ତି । ଏ କ୍ଷେତ୍ରରେ ଦୁହିଁଙ୍କ ରୋଲ୍ ନମ୍ବର ମଧ୍ୟ ସମାନ ଥିବା ଆୟେଶା ମକରାନୀ ଏବଂ ତୁଷାର ଗଣମାଧ୍ୟମକୁ ଆସି ଅଭିଯୋଗ କରିଥିଲେ । ପ୍ରକୃତରେ ଏମାନଙ୍କ ଭିତରେ କିଏ କୃତକାର୍ଯ୍ୟ ହୋଇଛନ୍ତି, ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା । ୟୁପିଏସସି ପକ୍ଷରୁ ଅନୁଧ୍ୟାନ କରାଯିବା ପରେ ଜଣାପଡ଼ିଛି ଯେ ଏମପି ଅଲ୍ଲୀରାଜପୁରର ଆୟଶା ମକରାନୀ ଏବଂ ହରିୟାଣା ରେୱାରୀର ତୁଷାର ଜାଲ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ସିଭିଲ୍ ସର୍ଭିସ୍ ପରୀକ୍ଷାଫଳ ସିଟ୍ରେ ସେମାନଙ୍କ ନାଁ ଥିବା ଦର୍ଶାଇଥିଲେ ।
ପଢନ୍ତୁ ଏହି ଖବର :
Best Time To Sleep: ରାତିରେ ଶୋଇବା ଓ ସକାଳେ ଉଠିବା ପାଇଁ ଉପଯୁକ୍ତ ସମୟ କ’ଣ ? କ’ଣ କୁହନ୍ତି ବିଶେଷଜ୍ଞ ?ତଦନ୍ତରୁ ଜଣାପଡ଼ିଛି ଯେ ଆୟେଶା ମକରାନୀ ଏବଂ ତୁଷାର ୟୁପିଏସସିର ପ୍ରିଲିମ୍ ପରୀକ୍ଷା ମଧ୍ୟ ପାସ୍ କରିନାହାନ୍ତି । ଅସଲରେ ଆୟଶା ଫତିମା ୧୮୪ ରାଙ୍କ ରଖିଥିବା ବେଳେ ବିହାରର ତୁଷାର କୁମାର ୪୪ ରାଙ୍କ ରଖିଥିବା ୟୁପିଏସସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜାଲିଆତି କରିଥିବା ଦୁଇ ପରୀକ୍ଷାର୍ଥୀଙ୍କ ବିରୋଧରେ ଅପରାଧ ମାମଲା ରୁଜୁ କରାଯିବ ବୋଲି ୟୁପିଏସ୍ସି କହିଛି ।
ପଢନ୍ତୁ ଏହି ଖବର:
ଶ୍ରୀମନ୍ଦିରରେ ଅଘଟଣ; ଗରମ ଡାଲି ପଡି ତିନି ବୋଝିଆ ଆହତ ଓ ଦୁଇ ଗୁରୁତରନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।