ଏପ୍ରିଲରୁ UPI କାରବାର ହେବ ମହଙ୍ଗା ! ୨ହଜାରରୁ ଅଧିକ କାରବାର ଉପରେ ପଡ଼ିବ ଚାର୍ଜ !

ଏପ୍ରିଲରୁ UPI କାରବାର ହେବ ମହଙ୍ଗା ! ୨ହଜାରରୁ ଅଧିକ କାରବାର ଉପରେ ପଡ଼ିବ ଚାର୍ଜ ! ତେବେ କେତେ ଚାର୍ଜ ପଡିବ ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର ।

ଏପ୍ରିଲରୁ UPI କାରବାର ହେବ ମହଙ୍ଗା ! ୨ହଜାରରୁ ଅଧିକ କାରବାର ଉପରେ ପଡ଼ିବ ଚାର୍ଜ !

ଏପ୍ରିଲରୁ UPI କାରବାର ହେବ ମହଙ୍ଗା ! ୨ହଜାରରୁ ଅଧିକ କାରବାର ଉପରେ ପଡ଼ିବ ଚାର୍ଜ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଭାରତୀୟ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ନିକଟରେ ଏକ ସର୍କୁଲାରରେ ପରାମର୍ଶ ଦେଇଛି କି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ରେ କାରବାର ହେବାକୁ ଥିବା ପ୍ରିପେଡ୍ ପେମେଣ୍ଟ ଉପକରଣ (PPI) ଉପରେ ଚାର୍ଜ ଲଗାଯାଉ । କିନ୍ତୁ NPCI ଏକ ପ୍ରକାଶନ ଜାରି କରି ସ୍ପଷ୍ଟ କରିଛି ଯେ, ୟୁପିଆଇ ସାଧାରଣ ଗ୍ରାହକଙ୍କ ପାଇଁ ମାଗଣା ରହିବ, ଯେଉଁମାନେ ଆକାଉଣ୍ଟ-ଟୁ-ଆକାଉଣ୍ଟ କାରବାର କରିବେ ।

କାରବାରରେ ୨ହଜାରରୁ ଅଧିକ ଖର୍ଚ୍ଚ ପାଇଁ ପ୍ରସ୍ତାବିତ ଚାର୍ଜ କିପରି ଦେବେ ?

ୟୁପିଆଇ ପରିଚାଳନା ସଂସ୍ଥା NCPI ଏକ ସର୍କୁଲାରରେ କହିଛି ଯେ, ୟୁପିଆଇରେ ୨ହଜାରରୁ ଅଧିକ ପରିମାଣରେ ପିପିଆଇ ବ୍ୟବହାର କରିବା ଦ୍ୱାରା କାରବାର ମୂଲ୍ୟର ୧.୧ ପ୍ରତିଶତ ଫି ଦେବାକୁ ପଡ଼ିବ । ଇଣ୍ଟରଚେଞ୍ଜ ଫି ସାଧାରଣତଃ କାର୍ଡ ଦେୟ ସହିତ ଜଡିତ ଏବଂ କାରବାର ଗ୍ରହଣ, ପ୍ରକ୍ରିୟାକରଣ ଓ ପ୍ରାଧିକରଣ ଖର୍ଚ୍ଚ ବହନ କରିବାକୁ ଆଦାୟ କରାଯାଏ । ତେବେ ଏହି ସର୍କୁଲାର ଆଧାରରେ ଗଣମାଧ୍ୟମରେ ୟୁପିଆଇ ଉପରେ ଚାର୍ଜ ଆଦାୟ ଖବର ଆସିବା ପରେ NPCI ସ୍ଥିତି ସ୍ପଷ୍ଟ କରିଛି। NPCI ଏକ ବିବୃତ୍ତି ଜାରି କରି କହିଛି ଯେ UPI ଅଧୀନରେ 99.9% କାରବାର ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କକୁ ହୋଇଥାଏ । ପ୍ରସ୍ତାବିତ ଶୁଳ୍କ ଦ୍ୱାରା ଏହିପରି କାରବାର ପ୍ରଭାବିତ ହେବ ନାହିଁ । ସାଧାରଣ ଗ୍ରାହକଙ୍କୁ କୌଣସି ପ୍ରକାରର ଦେୟ ଦେବାକୁ ପଡିବ ନାହିଁ ।

ପିପିଆଈ କାରବାରରେ କେତେ ପ୍ରତିଶତ ଶୁଳ୍କ ଦେବାକୁ ପଡିବ ?

ପିପିଆଇ ଅଧୀନରେ ବାଣିଜ୍ୟ କାରବାର ପାଇଁ ବ୍ୟବସାୟୀଙ୍କ ଉପରେ ୦.୫ ରୁ ୧.୧ ପ୍ରତିଶତ ଶୁଳ୍କ ଆଦାୟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଇନ୍ଧନ ପାଇଁ ଇଣ୍ଟରଚେଞ୍ଜ୍ ୦.୫ ପ୍ରତିଶତ, ଟେଲିକମ୍ ପାଇଁ ୦.୭ ପ୍ରତିଶତ, ୟୁଟିଲିଟି / ଡାକଘର, ଶିକ୍ଷା, କୃଷି, ଦୋକାନ ବଜାର ପାଇଁ ୦.୯ ପ୍ରତିଶତ ଓ ମ୍ୟୁଚୁଆଲ୍ ଫଣ୍ଡ, ସରକାର, ବୀମା ଓ ରେଳ ପାଇଁ ୧ ପ୍ରତିଶତ ଶୁଳ୍କ ଦେବାକୁ ପଡିପାରେ । ଏହି ଦେୟ ଏପ୍ରିଲ ୧, ୨୦୨୩ ରୁ ଲାଗୁ ହେବ । NPCI ର ସର୍କୁଲାର କହିଛି ଯେ ଏହା ସେପ୍ଟେମ୍ବର ୩୦,୨୦୨୩ ରେ କିମ୍ବା ପୂର୍ବରୁ ଘୋଷିତ ମୂଲ୍ୟର ସମୀକ୍ଷା କରିବ।

NPCI ର ସର୍କୁଲାର ସୂଚାଇଛି କି, ଏପ୍ରିଲ୍ ୧ ଠାରୁ, ଆପଣଙ୍କୁ UPI ଦେୟ ପାଇଁ ଅତିରିକ୍ତ ଦେୟ ଦେବାକୁ ପଡିବ, ଯଥା ଗୁଗୁଲ୍ ପେ, (Google pay) ଫୋନ୍ ପେ (phone pe) ଓ ପେଟିଏମ୍ ରେ ପିପିଆଇ ବ୍ୟବହାର କରି ୨ହଜାରରୁ ଅଧିକ କାରବାର କରିଥିଲେ ଆପଣଙ୍କୁ ଅତିରିକ୍ତ ଶୁକ୍ଳ ଦେବାକୁ ପଡିପାରେ । ଯେହେତୁ, ଏହିପରି କାରବାର ବର୍ତ୍ତମାନ UPI ଅଧୀନରେ ଥିବା ମୋଟ କାରବାରର ମାତ୍ର ୦.୧ ପ୍ରତିଶତ ରହିଛି, ତେଣୁ ସାଧାରଣ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଗତ କିଛି ମାସ ମଧ୍ୟରେ ୟୁପିଆଇ ପାଇଁ କୌଣସି ଦେୟ ରହିବ ନାହିଁ ବୋଲି ସରକାର ଅନେକ ଥର ସୂଚନା ଦେଇଛନ୍ତି। ଭାରତୀୟ ଅର୍ଥନୀତିର ଡିଜିଟାଲିକରଣରେ UPI ଦେୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏପରି ସ୍ଥିତିରେ, UPI କାରବାର ଉପରେ ଶୁଳ୍କ ଆଦାୟ ହେତୁ ଏହା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ ।

୨୦୨୨-୨୩ ରେ UPI ମାଧ୍ୟମରେ କେତେ ଟଙ୍କା କାରବାର ହୋଇଥିଲା?

କେବଳ ଗତ ସପ୍ତାହରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସଂସଦକୁ ସୂଚନା ଦେଇଛି ଯେ ୨୦୨୩ ଆର୍ଥିକ ବର୍ଷରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ମାଧ୍ୟମରେ ୧୨୫ କୋଟିରୁ ଅଧିକ ମୂଲ୍ୟର କାରବାର ହୋଇଛି । ଏହି ସମୟ ମଧ୍ୟରେ ୯୫ ହଜାରରୁ ଅଧିକ ଲୋକ ଠକାମୀର ଶିକାର ହୋଇଛନ୍ତି। ଗତ ତିନିବର୍ଷରୁ ଠକେଇର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଯାହା ଚିନ୍ତାର ବିଷୟ । ପରିସଂଖ୍ୟାନ ଦର୍ଶାଉଛି, ୨୦୨୦-୨୧ ରେ ୭୭ ହଜାର ଲୋକ ଓ ୨୦୨୧-୨୨ ରେ ୮୪ ହଜାର ଲୋକ UPI କାରବାର ବେଳେ ଠକାମୀର ଶିକାର ହୋଇଛନ୍ତି । ମନ୍ତ୍ରଣାଳୟ କହିଛି ଯେ, ଭାରତୀୟ ଡିଜିଟାଲ ପେମେଣ୍ଟ ସିଷ୍ଟମ ମଧ୍ୟ ବିଶ୍ୱ ସ୍ତରରେ ଗ୍ରହଣୀୟ ହୋଇଛି। ସିଙ୍ଗାପୁର, ୟୁଏଇ, ମରିସସ୍, ନେପାଳ ଓ ଭୁଟାନ ଭଳି ଦେଶ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି ।

ଏହି ଖବର ପଢ଼ନ୍ତୁ -  କାହିଁକି ମହିଳା ବିଡିଓଙ୍କୁ ଆକ୍ରମଣ କଲେ ନିଜ ବାପା ଓ ଭାଈ ? FIR ଦେଲେ ପଲ୍ଲବୀ
Published by:Soubhagya Mishra
First published: