News18 Odia Digital
Atal Pension Yojana: ଯଦି ଆପଣ ଅଟଳ ପେନସନ୍ ଯୋଜନାରେ (Atal Pension Yojana) ବିନିଯୋଗ କରନ୍ତି, ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ।
ଅସଙ୍ଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ମୋଦି ସରକାରଙ୍କ (Modi Government) ଦ୍ବାରା ଆରମ୍ଭ ହୋଇଥିବା ଉଚ୍ଚାଭିଳାଷୀ ଯୋଜନା 'ଅଟଳ ପେନସନ୍ ଯୋଜନା' ସହ ଜଡିତ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି।
୨୦୨-୨୩ ବର୍ଷରେ ସରକାରଙ୍କ ଏହି ଯୋଜନାରେ ୧.୧୯ କୋଟିରୁ ଅଧିକ ନୂଆ ଅଂଶୀଦାର ଯୋଡ଼ି ହୋଇଛନ୍ତି, ଯାହା ବାର୍ଷିକ ୨୦ ପ୍ରତିଶତ ବୃଦ୍ଧି ଦର୍ଶାଉଛି।
ଅର୍ଥ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି
ଏହି ଯୋଜନା ସହିତ ଜଡିତ ଅଂଶୀଦାରଙ୍କ ସଂଖ୍ୟା ୫.୨୦ କୋଟିରେ ପହଞ୍ଚିଛି।
ଅର୍ଥ ମନ୍ତ୍ରଣାଳୟ ଏହା କହିଛି ଯେ ୨୦୨୧-୨୨ରେ ଏହି ଯୋଜନା ସହିତ ଜଡିତ ନୂଆ ଅଂଶୀଦାରଙ୍କ ସଂଖ୍ୟା ୯୯ ଲକ୍ଷ ଥିଲା। ଏଥର 'ଅଟଳ ପେନସନ୍ ଯୋଜନା'ରେ ଯୋଗଦେଉଥିବା ଅଂଶୀଦାରମାନଙ୍କ ମଧ୍ୟରେ ବହୁତ ବୃଦ୍ଧି ଘଟିଛି।
ମନ୍ତ୍ରଣାଳୟ ଦ୍ବାରା ଜାରି ଏକ ବିୟାନରେ କୁହାଯାଇଛି ଯେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା କେନ୍ଦ୍ର ସରକାରଙ୍କ ଏହି ଯୋଜନା ସହିତ ଜଡିତ ଅଂଶୀଦାରଙ୍କ ସଂଖ୍ୟା ୫.୨୦ କୋଟିକୁ ବୃଦ୍ଧି ପାଇଛି।
ଅଟଳ ପେନସନ୍ ଯୋଜନା ଅଧୀନରେ ଗ୍ରାହକ ୬୦ ବର୍ଷ ବୟସ ପାଇବା ପରେ ସମଗ୍ର ଜୀବନ ପାଇଁ ସର୍ବନିମ୍ନ ଗ୍ୟାରେଣ୍ଟି ପେନସନ୍ ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପାଇଥା’ନ୍ତି। ପେନ୍ସନ୍ ପରିମାଣ ଆକାଉଣ୍ଟଧାରୀଙ୍କ ଦ୍ୱାରା କରାଯାଇଥିବା ବାର୍ଷିକ ବିନିଯୋଗ ଉପରେ ନିର୍ଭର କରେ। ଏହାପୂର୍ବରୁ ମୋଦି ସରକାର ଗତ ବର୍ଷ ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିଥିଲେ।
ଅଟଳ ପେନସନ୍ ଯୋଜନା କ’ଣ?
ପ୍ରଚଳିତ ନିୟମ ଅନୁଯାୟୀ, ଯଦି ଆପଣ ଜଣେ ଭାରତୀୟ ନାଗରିକ ଏବଂ ଆପଣଙ୍କର ବୟସ ୧୮-୪୦ ବର୍ଷ ମଧ୍ୟରେ ଏବଂ ଆପଣଙ୍କର ବ୍ୟାଙ୍କ କିମ୍ବା ଡାକଘରେ ଏକ ସଞ୍ଚୟ ଆକାଉଣ୍ଟ ଅଛି, ତେବେ ଆପଣ APY ପାଇଁ ଆବେଦନ କରିପାରିବେ।
ଅଟଳ ପେନସନ୍ ଯୋଜନା (APY) ରେ ବିନିଯୋଗ କରିବା ପରେ ବୟସ ସୀମା ପରେ ପ୍ରତି ମାସରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ପାଇବା ପାଇଁ ବ୍ୟବସ୍ଥା ରହିଛି।
ନୂଆ ପରିବର୍ତ୍ତନ ଅଧୀନରେ, ଏହି ଯୋଜନାରେ ITR ଦାଖଲ କରୁଥିବା ଲୋକମାନେ ଏକ ଖାତା ଖୋଲିପାରିବେ ନାହିଁ। ଏହି ଯୋଜନା ବିଶେଷ ଭାବରେ ଅସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଥିଲା।
ଅଟଳ ପେନସନ ଯୋଜନାରେ ପଞ୍ଜିକରଣ ପାଇଁ ଯୋଗ୍ୟତା
୧୮ରୁ ୪୦ ବର୍ଷ ବୟସ୍କ ସମସ୍ତ ଭାରତୀୟ ନାଗରିକ APYରେ ସାମିଲ ହୋଇ ପାରିବେ।
ଆଧାରକୁ ପ୍ରାଥମିକ ପରିଚୟ ପତ୍ର (କେୱାଇସି) ରୂପେ ଗ୍ରହଣ କରାଯିବ।
ଖିଲାପ କଲେ ଜୋରିମାନାଯଦି ଜମା କରିବାରେ ବିଳମ୍ବ ହୁଏ, ତାହେଲେ ବ୍ୟାଙ୍କମାନେ ସଭ୍ୟମାନଙ୍କଠାରୁ ୧ ଟଙ୍କାରୁ ୧୦ ଟଙ୍କା ପର୍ଯ୍ୟନ୍ତ ମାସିକ ଅତିରିକ୍ତ ରାଶି ଆଦାୟ କରିବେ।
ଯଦି ନିବେଶ ବନ୍ଦ ହୋଇଯାଏ୬ ମାସ ପରେ ଖାତା ସ୍ଥିର ହୋଇଯିବ।
୧୨ ମାସ ପରେ ଖାତା ଅଚଳ ହୋଇଯିବ।
୨୪ ମାସ ପରେ ଖାତା ବନ୍ଦ ହୋଇଯିବ।
୬୦ ବର୍ଷ ପୂର୍ଣ୍ଣ ହୋଇଗଲେ APYରୁ ପେନସନ୍ ଫଣ୍ଡକୁ ଶତ ପ୍ରତିଶତ ଏନ୍ୟୁଟି ପ୍ରାପ୍ତ ହେବେ ଏବଂ ଖାତାଧାରକ ମାସିକ ପେନସନ୍ ପାରିବେ।
ପଢ଼ନ୍ତୁ ଏହି ଖବର: ପୁରୁଣା ପେନସନ୍ ପରେ ସରକାର ନେଲେ ବଡ଼ ନିଷ୍ପତ୍ତି; ଏହି ରାଜ୍ୟରେ ବଢ଼ାଇଲେ ମହଙ୍ଗା ଭତ୍ତାକୌଣସି କାରଣରୁ ଜମାକାରୀଙ୍କ ମୃତ୍ୟୁ ହେଲେ ଜମାକାରୀଙ୍କର ସ୍ଵାମୀ କିମ୍ବା ସ୍ତ୍ରୀଙ୍କୁ ପେନସନ୍ ମିଳିବ। ସ୍ଵାମୀ କିମ୍ବା ସ୍ତ୍ରୀଙ୍କର ମୃତ୍ୟୁ ହେଲେ ପେନସନ୍ କୋଷର ସମସ୍ତ ଜମା ତାଙ୍କର ମନୋନୀତ ବ୍ୟକ୍ତିଙ୍କୁ ମିଳିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।