Viral News: ୟୁପିର ମହିଳା ଜନ୍ମ କଲେ ପ୍ଲାଷ୍ଟିକ କଣ୍ଢେଇ

ଉତ୍ତରପ୍ରଦେଶର ଜଣେ ମହିଳା ଛଅମାସ କାଳ ଗର୍ଭବତୀ ଥିବା ଅଭିନୟ କରିବା ପରେ ଶେଷକୁ ଏକ ପ୍ଲାଷ୍ଟିକ୍ କଣ୍ଢେଇକୁ ଜନ୍ମ ଦେଇଛନ୍ତି।

ପ୍ଲାଷ୍ଟିକ କଣ୍ଢେଇ

ପ୍ଲାଷ୍ଟିକ କଣ୍ଢେଇ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଇଟାୱା, ୟୁପିରେ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଯାହା ଶୁଣିକି ଆପଣମାନେ ମଧ୍ଯ ଆଶ୍ଚର୍ଯ୍ୟ ହେବେ।ଉତ୍ତରପ୍ରଦେଶର ଜଣେ ମହିଳା ଛଅମାସ କାଳ ଗର୍ଭବତୀ ଥିବା ଅଭିନୟ କରିବା ପରେ ଶେଷକୁ ଏକ ପ୍ଲାଷ୍ଟିକ୍ କଣ୍ଢେଇକୁ ଜନ୍ମ ଦେଇଛନ୍ତି। ସେ ମହିଳା ଜଣଙ୍କ ୧୮ ବର୍ଷରୁ ଅଧିକ ସମୟ ଧରି ବିବାହ କରିଥିଲେ, ସେ ଗର୍ଭବତୀ ହୋଇପାରୁ ନଥିବାରୁ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଦିଆଯାଇଥିବା ଅପମାନରୁ ଥକି ଯାଇଥିଲେ।

ସୂଚନା ଅନୁଯାୟୀ ପରିବାର ଲୋକଙ୍କ ସନ୍ଦେହକୁ ଦୂର କରିବା ପାଇଁ ନିୟମିତ ଭାବେ ସ୍ଥାନୀୟ କମ୍ୟୁନିଟ୍ ହେଲ୍‌ଥ ସେଣ୍ଟରକୁ ଚେକ୍‌ଅପ୍ କରାଇବାକୁ ଯାଇଥିଲେ, କିନ୍ତୁ ହଠାତ୍ ଛଅମାସ ପରେ ପରିବାର ଲୋକଙ୍କୁ ଭୂତେଇବା ପାଇଁ ଭୀଷଣ ପେଟ କାଟୁଛି ବୋଲି କହିଲେ। ତା’ପରେ ସେ ଏକ ବିକଳାଙ୍ଗ ପ୍ଲାଷ୍ଟିକ୍ କଣ୍ଢେଇକୁ ରଙ୍ଗବୋଳି ତାଙ୍କର ଏକ ଅପୂର୍ଣ୍ଣାଙ୍ଗ ଶିଶୁ ଜନ୍ମ ହୋଇଛି ବୋଲି ଦାବି କରିଥିଲେ। ଡାକ୍ତରଙ୍କୁ ପଚରାଉଚରା କରିବା ପରେ ସେ କହିଥିଲେ ଯେ ଏହା ଏକ ବାସ୍ତବ ମଣିଷ ଶିଶୁ ନୁହେଁ, ଏକ ପ୍ଲାଷ୍ଟିକ୍ କଣ୍ଢେଇ। ଡାକ୍ତର ତାଙ୍କର ପୂର୍ବର ଚେକ୍‌ଅପ୍ ସମ୍ବନ୍ଧିତ କାଗଜପତ୍ର ଓ ଏକ୍ସ-ରେ ରିପୋର୍ଟ ପରୀକ୍ଷା କରି ଦେଖିଲେ ଏବଂ ସବୁଗୁଡ଼ାକ ନକଲି ଥିବା କହିଥିଲେ। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡ. ହର୍ଷିତଙ୍କ କହିବା ଅନୁଜୟୀ ମହିଳା ଜଣକ ନିୟମିତ ଭାବେ ଡାକ୍ତରଖାନା ଆସୁଥିଲେ କିନ୍ତୁ ଗର୍ଭ ସମ୍ବନ୍ଧୀୟ ଚେକ୍‌ଅପ୍ ପାଇଁ ନୁହେଁ ବରଂ ତାଙ୍କ ପେଟ ସଂକ୍ରମଣର ଚିକିତ୍ସା କରାଇବାକୁ। ଡାକ୍ତର କହିଛନ୍ତି, ମହିଳା ଜଣକ ଦୀର୍ଘ ସମୟ ଧରି ବିବାହ କରିଥିଲେ ଏବଂ ସେ ଗର୍ଭବତୀ ହୋଇପାରିନଥିଲେ। ତେଣୁ ସେ ବନ୍ଧ୍ୟାତ୍ୱର ଅପମାନରୁ ମୁକ୍ତି ପାଇବା ପାଇଁ ଏହି କାହାଣୀ ରଚନା କରିଥିଲେ।
Published by:Soumyashree Mishra
First published: