News18 Odia Digital
ହରଦୋଇ: ଉତ୍ତର ପ୍ରଦେଶରେ ଜଣେ ମହିଳା ଫେସବୁକରେ ଏକ ପୋଷ୍ଟ ଲେଖି ତାଙ୍କ ସହ ଘଟିଥିବା ଏକ ମାମଲା ବିଷୟରେ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସୂଚନା ଦେଇଥିଲେ । ସେ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ସ୍ପର୍ଶକାତର ପୋଷ୍ଟ ଲେଖିଥିଲେ । ଏହି ପୋଷ୍ଟ ସହିତ ସେ ଅନେକ ଫଟୋ ମଧ୍ୟ ରଖିଥିଲେ । ସେହି ଫଟୋଗୁଡ଼ିକ ମଧ୍ୟରେ ଥିଲା ତାଙ୍କୁ ମୁଖ୍ୟ ଅଭିଯୁକ୍ତର ଫଟୋ, ଏପ୍.ଆଇ.ଆର୍.ର ଫଟୋ ଓ ମୁଖ୍ୟ ଅଭିଯୁକ୍ତ ତାଙ୍କୁ ପିଟିବା ପରେ ରକ୍ତ ଜୁଡୁବୁଡୁ ତାଙ୍କ ଲୁଗାପଟାର ଫଟୋ ଥିଲା । ଆଉ ତା’ ପରେ ବିଳମ୍ବିତ ରାତିରେ ସେହି ମହିଳା ନିଜକୁ ଏକ ରୁମ୍ ଭିତରେ ବନ୍ଦ କରି ଆତ୍ମହତ୍ୟା କରିଥିଲେ ।
ସେହି ମହିଳାଙ୍କୁ ରୋଲି ଗୁପ୍ତା ବୋଲି ଚିହ୍ନଟ କରାଯାଇଛି । ନିଜ ଫେସବୁକ୍ ପୋଷ୍ଟରେ ରୋଲି ଲେଖିଥିଲେ, ‘‘ମୁଁ ରୋଲି ଗୁପ୍ତା ଓରଫ ପ୍ରାଚୀ, ମୁଁ ମନୋଜ କୁମାର ଗୁପ୍ତାଙ୍କ ପତ୍ନୀ, ଏହି ବିବୃତ୍ତି ଦେଉଛି । ୟୁପି ସରକାରର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହାତ ଯୋଡ଼ି ବିନମ୍ର ଅନୁରୋଧ କରୁଛି ଯେ ମୋ’ ସହ ନ୍ୟାୟ କରାଯାଉ । ୪/୯/୨୦୨୧ ଶନିବାର ସନ୍ଧ୍ୟା ୭ଟାରେ ଲଭି ତ୍ରିବେଦୀ ନିଜ ପରିବାର ସହିତ ଆସି ମୋ’ ସହ ଓ ଏକ ନାବାଳିକା ଝିଅ ସହ ବଳାତ୍କାର କରିବାକୁ ଚେଷ୍ଟା କଲା । ମୁଁ ବିରୋଧ କଲାରୁ ସେ ମୋତେ ବେଲ୍ଟରେ ପିଟିଲା ଓ ଗୋଇଠା ମାରିଲା ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କୁ ଲାଗିଲା ଝଟକା! ତାଙ୍କ ଆବେଦନ ଖାରଜ କଲେ କଟକ ଫ୍ୟାମିଲି କୋର୍ଟ‘‘ସେ ନିଜ ଦାନ୍ତରେ ମୋ’ ନାକକୁ ଜୋରରେ କାମୁଡ଼ି ଦେଲା, ଯାହା ଦ୍ୱାରା ମୋ’ର ରକ୍ତସ୍ରାବ ହେଲା । ତା’ ବାପା ପୁତି ତ୍ରିବେଦୀ ମୋତେ ବାଡ଼ିରେ ବହୁତ ପିଟିଲେ ଓ ତା’ ମା’ ମୀରା ଦେବୀ ବି ମୋ’ ବାଳ ଟାଣି ମୋତେ ବହୁତ ପିଟିଲେ । ସେମାନେ ମୋ’ ବେକରେ ଥିବା ଲକେଟ୍, ମୋ’ କାନରେ ଥିବା କାନଫୁଲ, ମୋ’ର ଦୁଇଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଓ ୯୦ ହଜାର ଟଙ୍କା ନଗଦ ସାଙ୍ଗରେ ନେଇଗଲେ । ସେମାନେ ମୋ’ ଡ୍ରେସ୍ ଚିରି ମୋ’ ଦୁପାଟ୍ଟା ନିଜ ସାଙ୍ଗରେ ନେଇଗଲେ । ସେମାନେ କୋଠରୀରେ ପିଲାମାନଙ୍କୁ ତାଲା ପକାଇ ରଖିଥିଲେ ।ମୋତେ ଓ ମୋ’ ସାନ ପୁଅକୁ ବହୁତ ମାଡ଼ ମାରିଥିଲେ ଓ କହିଥିଲେ ଯେ ଯଦି ତାଙ୍କ ବିରୁଦ୍ଧରେ ଆମେ କିଛି କରୁ, ତେବେ ସେମାନେ ମୋ’ ପୂରା ପରିବାରକୁ ଗୁଳି କରି ହତ୍ୟା କରିବେ,’’ ଲେଖିଥିଲେ ରୋଲି ଗୁପ୍ତା ।
ଏହା ବି ପଢ଼ନ୍ତୁ | ଗୁରୁଜୀ ନା ଗୁଣ୍ଡା? ଖୋଲୁଛି ମାନବବାଦ ସଙ୍ଗଠନର ମୁଖା; ୬ ବର୍ଷ ଧରି ବାସନ୍ଦ ୬ଟି ପରିବାର ଜଙ୍ଗଲରେ ରହୁଛନ୍ତି‘‘ମୁଁ ବେହୋଶ ହୋଇଯାଇଥିଲି । ମୋ’ ସ୍ୱାମୀ ବାହାରୁ ଆସି ମୋ’ର ରକ୍ତ ବୋହୁଥିବା ଦେଖି କ’ଣ ହେଲା ବୋଲି ପଚାରିଥିଲେ । ମୁଁ ସବୁ କିଛି କହିଲାରୁ ସେ ମୋତେ ଥାନାକୁ ନେଇଗଲେ । ମାଧବଗଞ୍ଜ ଥାନାରେ ମୋ’ର ପୂର୍ବରୁ ଅନେକ ଏଫ୍.ଆଇ.ଆର୍. ଥିଲା । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ମୁଁ ପୋଲିସକୁ କହୁଥିଲି କିଛି, ହେଲେ ଆଉ କିଛି FIRରେ ଲେଖାଯାଉଥିଲା । ମୁଁ ଅନଲାଇନରେ ବି ଏଫ୍.ଆଇ.ଆର୍. ଲେଖାଇଛି । ହେଲେ କିଛି ଫଳ ହୋଇନି । ବଳାତ୍କାର ଉଦ୍ୟମ, ହତ୍ୟା ଉଦ୍ୟମ… ଯଦି ମୋ’ ପରିବାର କିମ୍ବା ମୋ’ ସହିତ କିଛି ଘଟେ, ତେବେ ତା’ ପାଇଁ ଦାୟୀ କେବଳ ସରକାର ହେବେ । ଦୟାକରି ମୋତେ ସାହାଯ୍ୟ କରନ୍ତୁ, ସର୍ । ମୋ’ ପ୍ରତି ନ୍ୟାୟ କରାଯାଉ । ମୁଁ ଯାହା ବି କ୍ଷତି ସହିଛି ତା’ ପାଇଁ କ୍ଷତିପୂରଣ ଦିଆଯିବା ଉଚିତ୍ । ମୁଁ ଓ ମୋ’ ପୂରା ପରିବାରକୁ ଏହି ଲୋକଙ୍କଠାରୁ ବିପଦ ଅଛି…’’ ଲେଖିଥିଲେ ରୋଲି ଗୁପ୍ତା ।

ରୋଲି ଗୁପ୍ତାଙ୍କ ଫେସବୁକ୍ ପୋଷ୍ଟ୍, ଏଫ୍.ଆଇ.ଆର୍. ଓ ରକ୍ତ ଜୁଡୁବୁଡୁ ଡ୍ରେସ୍
ଏହି ମାର୍ମିକ ଫେସବୁକ୍ ପୋଷ୍ଟ ଲେଖିବାର କିଛି ଘଣ୍ଟା ପରେ ରବିବାର (ଅଗଷ୍ଟ ୫) ରାତିରେ ୩୪ ବର୍ଷୀୟା ରୋଲି ଗୁପ୍ତା ବେକରେ ଶାଢ଼ୀ ଲଗେଇ ଆତ୍ମହତ୍ୟା କରିଥିଲେ । ଏହି ମାମଲା ଉପରେ ପୋଲିସ ଅଧୀକ୍ଷକ ଅଜୟ କୁମାର କହିଛନ୍ତି ଯେ ପୋଲିସ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ତଦନ୍ତ ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କୁ ତଦନ୍ତ କରିବାକୁ କୁହାଯାଇଛି । ଅନୁସନ୍ଧାନ ରିପୋର୍ଟ ଆସିବା ପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ପୋଲିସ ଏହା ବି କହିଛି ଯେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଲଭି ତ୍ରିବେଦୀକୁ ଗିରଫ କରାଯାଇଛି ।
ରୋଲିଙ୍କ ସ୍ୱାମୀ ମନୋଜ ଗୁପ୍ତା କହିଛନ୍ତି ଯେ ରକ୍ତ ଜୁଡୁବୁଡୁ ରୋଲିଙ୍କୁ ଥାନାକୁ ନେଇ ସେ ଓ ତାଙ୍କ ଢିଅ କାଜଲ ଯାଇଥିଲେ । ‘‘ଥାନାରେ କାଜଲ ଅଭିଯୋଗ ଲେଖିବା ବେଳେ ପୋଲିସ ଅଧିକାରୀମାନେ ତାକୁ ଗାଳିଗୁଲଜ କରିଥିଲେ ଓ ସେମାନେ ଯେମିତି କହୁଛନ୍ତି ସେମିତି ଲେଖିବାକୁ ତାକୁ ବାଧ୍ୟ କରିଥିଲେ,’’ ସେ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।