ବିଧାନସଭାରେ ତମାଖୁ ସେବନ ଓ ଗେମ ଖେଳୁଛନ୍ତି ବିଧାୟକ! ଭିଡ଼ିଓ ଭାଇରାଲ

Viral Video: ଭିଡି଼ଓରେ ବିଧାନସଭା ଗୃହରେ ବସି ଜଣେ ବିଧାୟକ ଗେମ ଖେଳୁଥିବା ବେଳେ ଆଉ ଜଣେ ବିଧାୟକ ତମାଖୁ ସେବନ କରୁଥିବାର ଦେଖାଯାଉଛି।

ଭିଡ଼ିଓ ଭାଇରାଲ (ଫଟୋ ସୌଜନ୍ଯ: ଟାଇମ୍ସ ନାଓ ହିନ୍ଦୀ)

ଭିଡ଼ିଓ ଭାଇରାଲ (ଫଟୋ ସୌଜନ୍ଯ: ଟାଇମ୍ସ ନାଓ ହିନ୍ଦୀ)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଉତ୍ତରପ୍ରଦେଶ ବିଧାନସଭାରେ ବିଧାୟକମାନେ ତମାଖୁ ସେବନ କରୁଥିବାର ଓ ମୋବାଇଲରେ ଗେମ ଖେଳୁଥିବାର ଅଭିଯୋଗ ହୋଇଛି। ଏହି ମାମଲା ସହ ଜଡିତ ଭିଡିଓ ସମାଜବାଦୀ ପାର୍ଟି ସୋସିଆଲ ମିଡିଆରେ ସେୟାର କରି ବିଜେପିକୁ ଟାର୍ଗେଟ କରିଛି। ସପା କହିଛି ଯେ ସେମାନେ ଗୃହର ସମ୍ମାନକୁ କ୍ଷୁର୍ଣ୍ଣ କରୁଛନ୍ତି ଓ ଏହାକୁ ମନୋରଞ୍ଜନର ସ୍ଥାନ ବୋଲି ଭାବୁଛନ୍ତି।

ସପା ଏକ ଟୁଇଟ୍‌ରେ ଲେଖିଛନ୍ତି,"ବିଜେପି ବିଧାୟକମାନେ ଗୃହର ସମ୍ମାନକୁ କ୍ଷୁର୍ଣ୍ଣ କରୁଛନ୍ତି! ମେହୋବାର ବିଜେପି ବିଧାୟକମାନେ ଗୃହରେ ମୋବାଇଲ୍ ଖେଳ ଖେଳୁଛନ୍ତି ଓ ଝାଂସି ବିଜେପି ବିଧାୟକମାନେ ତମାଖୁ ସେବନ କରୁଛନ୍ତି। ଏମାନଙ୍କ ପାଖରେ ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ନାହିଁ। ସଦନକୁ ମନୋରଞ୍ଜନର ଏକ ଆଡ୍ଡା କରିସାରିଲେଣି। ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ! "

ଏହି ଭିଡିଓଟି କିଏ ଓ କେବେ ସୁଟ୍ କଲା? ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ। ଏପର୍ଯ୍ୟନ୍ତ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ହୋଇନାହିଁ। ନ୍ୟୁଜ ୧୮ ଏହାକୁ ନିଶ୍ଚିତ କରେ ନାହିଁ।

ଭାଇରାଲ୍ ହୋଇଥିବା ଭିଡିଓଗୁଡିକ ପଛରୁ ସୁଟ୍ ହୋଇଛି ଓ ବିଧାୟକଙ୍କ ଚେହେରା ସେଥିରେ ସ୍ପଷ୍ଟ ଦେଖାଯାଉନାହିଁ। ପ୍ରଥମ ଭିଡିଓରେ ବିଧାୟକ ତାଙ୍କ ହାତରେ ସ୍ମାର୍ଟଫୋନରେ ଖେଳୁଥିବା ଦେଖିବାକୁ ମିଳିଥିଲା। ସେଥିରେ ସେ ଅଧିକ ମଜ୍ଜି ଯାଇଛନ୍ତି ଯେ ଜାଣି ପାରି ନାହାଁନ୍ତି ଯେ କେହି ଜଣେ ତାଙ୍କ ଭିଡିଓ ରେକର୍ଡ କରିଛନ୍ତି।

ଏହି ସମୟରେ, ଅନ୍ୟ ଦୁଇଟି ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ସାଫ୍ରନ୍ କୁର୍ତ୍ତାର ଅନ୍ୟ ଜଣେ ବିଧାୟକ ତମାଖୁ ଓ ମସଲା ଖାଉଥିବାର ଦେଖାଯାଇଥିଲା।
Published by:Soumya Das
First published: