ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»UP: ଶ୍ମଶାନ ଘାଟରେ ଭୁଶୁଡିଲା ଛାତ; ୧୮ ଜଣଙ୍କର ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

UP: ଶ୍ମଶାନ ଘାଟରେ ଭୁଶୁଡିଲା ଛାତ; ୧୮ ଜଣଙ୍କର ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ମୁରାଦନଗର ପୋଲିସ ଷ୍ଟେସନ ଅଞ୍ଚଳର ଡିଫେନ୍ସ କଲୋନୀରେ ରହୁଥିବା ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ଯାହା ପରେ ଅନେକ ଲୋକ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

UP: ଶ୍ମଶାନ ଘାଟରେ ଭୁଶୁଡିଲା ଛାତ; ୧୮ ଜଣଙ୍କର ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି
ଶ୍ମଶାନ ଘାଟରେ ଭୁଶୁଡି ୧୮ ଜଣଙ୍କର ମୃତ୍ୟୁ
  • News18 Odia
  • Last Updated: January 3, 2021, 4:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଗାଜିଆବାଦ: ଦିଲ୍ଲୀକୁ ଲାଗିଥିବା ଗାଜିଆବାଦରେ (Ghaziabad) ରବିବାର ପ୍ରବଳ ବର୍ଷା ଯୋଗୁଁ ଏକ ଶ୍ମଶାନ ଘାଟରେ ଛାତ ଭୁସୁଡ଼ିପଡି ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପ୍ରାୟ ଦେଢ଼ ଡର୍ଜନ ଲୋକ ଶ୍ମଶାନ ଘାଟ ଛାତ ତଳେ ପୋତି ହୋଇଯାଇଥିବା କୁହାଯାଉଛି । ଜିଲ୍ଲା ପ୍ରଶାସନ ବ୍ୟତୀତ ଏନଡିଆରଏଫ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ପହଞ୍ଚିଛନ୍ତି । ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ ଅଜୟ ଶଙ୍କର ପାଣ୍ଡେ ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ନିଶ୍ଚିତ କରିଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା । ଏହା ବ୍ୟତୀତ ଡିଭିଜନାଲ କମିଶନର ମେରୁଟ ଓ ଆଇଜି ରେଞ୍ଜ ମେରୁଟଙ୍କୁ ଘଟଣାସ୍ଥଳକୁ ଯାଇ ଘଟଣା ସମ୍ପର୍କରେ ରିପୋର୍ଟ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ ତଥା ବରିଷ୍ଠ ପୋଲିସ ଅଧୀକ୍ଷକ ଗାଜିଆବାଦ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟକୁ ତ୍ୱରାନ୍ନିତ କରୁଛନ୍ତି । ଏହି ଦୁର୍ଘଟଣାରେ ଆହତ ଲୋକଙ୍କ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ସେ କହିଛନ୍ତି ।

ଏହି ଘଟଣା ମୁରାଦନଗର ଅଞ୍ଚଳ ପୋଲିସ ଷ୍ଟେସନରୁ ପାଖରୁ ଆସିଛି । ଯେଉଁଠାରେ ଶ୍ମଶାନ ଘାଟରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାରରେ ପହଞ୍ଚିଥିବା ଲୋକଙ୍କ ଉପରେ ଶ୍ମଶାନ ଘାଟର ଛାତ ଭୁଶୁଡ଼ି ପଡିଥିଲା । ଶ୍ମଶାନ ଘାଟ ଛାତ ତଳେ ପ୍ରାୟ ଦୁଇ ଡଜନ ଲୋକ ପୋତି ହୋଇ ଯାଇଥିଲେ । କୁହାଯାଉଛି ଯେ ମୁରାଦନଗର ପୋଲିସ ଷ୍ଟେସନ ପରିସରର ଡିଫେନ୍ସ କଲୋନୀରେ ରହୁଥିବା ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିଲା । ଯାହା ପରେ ଅନେକ ଲୋକ ତାଙ୍କ ଅନ୍ତିମ ସଂସ୍କାର ସାମିଲ ହୋଇଥିଲେ ।

ଏହି ସମୟରେ ଅନ୍ତିମ ସଂସ୍କାର ଚାଲିଥିଲା । ଯେଉଁମାନେ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଆସିଥିଲେ ସେମାନେ ଶ୍ମଶାନ ଘାଟର ଏକ ଛାତ ତଳେ ଠିଆ ହୋଇଥିଲେ । ହଠାତ୍ ଛାତ ଭୁଶୁଡ଼ି ପଡ଼ିଥିଲା । ଯେଉଁଥିରେ ପ୍ରାୟ ଦୁଇ ଡର୍ଜନ ଲୋକ ପୋତି ହୋଇଯିବାର ଆଶଙ୍କା କରାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଏପର୍ଯ୍ୟନ୍ତ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଛି ।
Published by: Jagdish Barik
First published: January 3, 2021, 4:20 PM IST