୬୦ ଲକ୍ଷର ଡ୍ରଗ୍ସ ଖାଇଗଲା ମୂଷା! ପ୍ରମାଣ ମାଗିଲେ କୋର୍ଟ

ପୋଲିସ ଥାନାରେ ଥିବା ୫୦୦କିଲୋରୁ ଅଧିକ ପରିମାଣର ଡ୍ରଗ୍ସ ଖାଇଦେଇଛି ମୂଷା । ଏହା କିପରି ସମ୍ଭବ ହେଲା ବୋଲି ଥାନାକୁ ପ୍ରମାଣ ମାଗିଛନ୍ତି କୋର୍ଟ ।

୬୦ ଲକ୍ଷର ଡ୍ରଗ୍ସ ଖାଇଗଲା ମୂଷା!

୬୦ ଲକ୍ଷର ଡ୍ରଗ୍ସ ଖାଇଗଲା ମୂଷା!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମଥୁରା: ୬୦ ଲକ୍ଷ ଟଙ୍କାର ଡ୍ରଗ୍ସ ଖାଇଗଲା ମୂଷା। ୫୦୦ରୁ ଅଧିକ କିଲୋ ମାରିଜୁଆନାକୁ ମୂଷା ଖାଇ ଦେଇଥିବା ମଥୁରା ପୋଲିସ୍‌ ଏକ ରିପୋର୍ଟରେ ଉଲ୍ଲେଖ କରି ସ୍ପେଶାଲ୍‌ କୋର୍ଟଙ୍କୁ ପ୍ରଦାନ କରିଛି। ସେରଗଡ଼ ଆଣ୍ଡ୍ ହାଇୱେ ପୋଲିସ୍‌ ଥାନାରେ ୫୦୦ରୁ ଅଧିକ କିଲୋ ମାରିଜୁଆନା ଜବତ କରାଯାଇ ଗୋଦାମ ଘରେ ରଖାଯାଇଥିଲା।

ଅଧିକାରୀମାନଙ୍କ ଦ୍ୱାରା ଏତେ ପରିମାଣର ଗଞ୍ଜେଇ ନଷ୍ଟ କରାଯାଇଥିଲା ବୋଲି କୋର୍ଟଙ୍କୁ ଓକିଲ ଜଣାଇଥିଲେ। ଓକିଲଙ୍କ କୋର୍ଟଙ୍କୁ ଜଣାଇଥିଲେ ଯେ, ଯେଉଁଠି ସବୁ ଜବତ ଜିନିଷ ରଖାଯାଉଛି, ସେହିସବୁ ସ୍ଥାନରେ ଜିନିଷ ସବୁର ସୁରକ୍ଷା କରିବା ପୋଲିସ୍‌ ପକ୍ଷେ ଅସମ୍ଭବ ହୋଇପଡ଼ିଛି। ତେବେ ହୋଇଥିବା ଏଭଳି ଦାବି ସମ୍ପର୍କରେ ପ୍ରମାଣ ଉପସ୍ଥାପନ କରିବାକୁ କୋର୍ଟ କହିଛନ୍ତି। ନଭେମ୍ବର ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ମାମଲାରେ ସରକାରୀ ଓକିଲଙ୍କ କହିବା ଅନୁସାରେ ଜବତ ହୋଇଥିବା ମାରିଜୁଆନାର ୧୯୫ କିଲୋକୁ ମୂଷାମାନେ ନଷ୍ଟ କରି ଦେଇଛନ୍ତି।

ଚଳିତ ବର୍ଷ ପ୍ରଥମରେ ମାରିଜୁଆନାକୁ ନେଇ ମାମଲା ରୁଜୁ ହୋଇଥିଲା। ମଥୁରା ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୋଲିସ୍‌ ପକ୍ଷରୁ ଏଭଳି ଅଜବ ଦାବି ଉଲ୍ଲେଖ କରାଯାଇଥିଲା। ଏହା ଶୁଣିବା ପରେ ମୂଷାଙ୍କ ଦୌରାତ୍ମ୍ୟକୁ କିଭଳି ରୋକାଯାଇ ପାରିବ ସେ ନେଇ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲା ଜଜ ମଥୁରା ଏସ ଏସପି ନିର୍ଦ୍ଦେଶ ଦେଇଥିଲେ। ଏହାସହ ପ୍ରକୃତରେ ଯଦି ମୂଷାମାନେ ୫୮୧ କିଲୋର ମାରିଜୁଆନା ଖାଇଛନ୍ତି, ତା’ର ପ୍ରମାଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Published by:Soumya Das
First published: