ୟୁପି ହିଂସା (ପ୍ରତୀକାତ୍ମକ ଛବି)
News18 Odia Digital
ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଶୁକ୍ରବାର ନମାଜ ପରେ ହୋଇଥିବା ହିଂସାକୁ ନେଇ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ହିଂସାଗ୍ରସ୍ତ ସାହାରନପୁର ଓ କାନପୁରରେ ଉପଦ୍ରବକାରୀଙ୍କ ଘରେ ବୁଲଡୋଜର ଚାଲିବା ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ ଆଜି ୟୁପି ପୋଲିସ କାନପୁର ହିଂସାର ମାଷ୍ଟରମାଇଣ୍ଡ ନିଜାମ କୁରେସିକୁ ଗିରଫ କରିଛି। ସେ ଭାରତୀୟ ଜମିୟତ ଅଲ କ୍ୟୁରେସ ସଂଗଠନର ସଦସ୍ୟ। ବଡ଼ ଧରଣର ଦଙ୍ଗା ପାଇଁ ନିଜାମ ଯୋଜନା କରିଥିବାର ସୂଚନା ମିଳିଛି।
ଅଭିଯୁକ୍ତମାନଙ୍କ ଦ୍ବାରା ହୋଇଥିବା ବେଆଇନ ନିର୍ମାଣକୁ ବୁଲଡୋଜର ଲଗାଇ ଭଙ୍ଗା ଯାଉଥିବା ବେଳେ କେତେକ ସ୍ଥାନରେ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ଏହାର ବିରୋଧ ମଧ୍ୟ ହେଉଛି। ଗତକାଲି ରାଜ୍ୟରେ ପ୍ରଫେଟ ବୟାନକୁ ନେଇ ଘଟିଥିବା ହିଂସା ମାମଲାରେ ମୋଟ ୧୩ଟି ଏଫ୍ଆଇଆର୍ ହୋଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୨୩୭ ଜଣଙ୍କୁ ଗିରଫ କରାଯାଇଛି।
ଶୁକ୍ରବାର ନମାଜ ପରେ ପ୍ରୟାଗରାଜ, ମୁରାଦାବାଦ, ସାହାରନପୁର, କାନପୁର ସମେତ ବିଭିନ୍ନ ସହରରେ ଉପଦ୍ରବକାରୀମାନେ ପଥର ମାଡ଼ ସହ ପୋଡ଼ାଜଳା କରିଥିଲେ।
ସେପଟେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ନୂପୁର ଶର୍ମାଙ୍କ ବିରୋଧରେ ଦେଶର ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ନେତା ଅସଉଦ୍ଦିନ ଅୱେସୀ କହିଛନ୍ତି। ଏହି ମାମଲାରେ ଦେଶର ପ୍ରଧାନମନ୍ତ୍ରୀଙ୍କ ବୟାନ କାହିଁକି ଆସିନାହିଁ ବୋଲି ଅୱେସୀ ପ୍ରଶ୍ନ କରିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।