କାଉଡି଼ଆଙ୍କ ପାଦରେ ଯନ୍ତ୍ରଣାନିବାରକ ସ୍ପ୍ରେ ପ୍ରୟୋଗ କଲେ ୟୁପି ପୋଲିସ ଅଧିକାରୀ, କଏଦ ହେଲା ଏହି ହୃଦୟ ବିଦାରକ ଦୃଶ୍ୟ

ଉତ୍ତରପ୍ରଦେଶର ହାପୁରର ଜଣେ ପୋଲିସ୍ ଇନ୍ସପେକ୍ଟର କାଉଡି଼ଆଙ୍କ ପାଦରେ ଯନ୍ତ୍ରଣାରୁ ମୁକ୍ତି ପାଇଁ ସ୍ପ୍ରେ ଲଗାଉଥିବା ଦେଖା ଯାଇଛି। ଏହି ଦୃଶ୍ୟ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି।

କାଉଡିଆଙ୍କ ପାଦରେ ଯନ୍ତ୍ରଣାଦାୟକ ସ୍ପ୍ରେ

କାଉଡିଆଙ୍କ ପାଦରେ ଯନ୍ତ୍ରଣାଦାୟକ ସ୍ପ୍ରେ

  • Share this:
News 18 Odia Digital

ନିକଟରେ ଉତ୍ତରପ୍ରଦେଶର ହାପୁରର ଜଣେ ପୋଲିସ୍ ଇନ୍ସପେକ୍ଟର ଭଗବାନ ଶିବଙ୍କ ଭକ୍ତ କାଉଡିଆଙ୍କ ପାଦରେ ଯନ୍ତ୍ରଣାରୁ ମୁକ୍ତି ପାଇଁ ସ୍ପ୍ରେ ଲଗାଉଥିବା ଦେଖା ଯାଇଛି। ବାସ୍ତବରେ ଏହି ପୂରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ସୋସିଆଲ ମିଡି଼ଆରେ ଭାଇରାଲ ହେଉଥିବା ଏକ ଭିଡି଼ଓରେ ଷ୍ଟେସନ ହାଉସ ଅଫିସର (SHO) ସୋମବୀର ସିଂ ହାପୁରର ଏକ କ୍ୟାମ୍ପରେ ବିଶ୍ରାମ ନେଉଥିବାବେଳେ ଏହି ଦୃଶ୍ୟଟି କଏଦ ହୋଇଥିଲା।

ଜୁଲାଇ ୧୪ରେ ବାର୍ଷିକ ତୀର୍ଥଯାତ୍ରା ଆରମ୍ଭ ହେବା ପରଠାରୁ ଉତ୍ତରପ୍ରଦେଶ ଓ ବିଭିନ୍ନ ସହରର ବରିଷ୍ଠ ପ୍ରଶାସନିକ ତଥା ପୋଲିସ ଅଧିକାରୀମାନେ କାଉଡି଼ଆଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହାପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବୁଧବାର ଦିନ ହରିଦ୍ୱାରରେ ପାଦ ଧୋଇ କାଉଡି଼ଆଙ୍କ ଆଶୀର୍ବାଦ ମଧ୍ୟ ଗ୍ରହଣ କରିଥିଲେ ଓ ସେମାନଙ୍କୁ ସ୍ୱାଗତ କରିଥିଲେ।
Published by:Soumyashree Mishra
First published: