ନିର୍ବାଚନ ଜିତିଲେ ଗୋଟେ ବର୍ଷ ପାଇଁ ରିଚାର୍ଜ ମାଗଣା; ଘୋଷଣା ପରେ ଚର୍ଚ୍ଚା

ନିର୍ବାଚନ ଆଗରୁ ପ୍ରାର୍ଥୀଙ୍କ ବଡ଼ ଘୋଷଣା । ଯେଉଁମାନେ ତାଙ୍କୁ ଭୋଟ୍ ଦେବେ, ସେ ସେମାନଙ୍କ ଫୋନ୍ ରିଚାର୍ଜ କରିବେ ଓ ତାହା ମଧ୍ୟ ଏକ ବର୍ଷ ପାଇଁ।

 ରିଚାର୍ଜ ମାଗଣା

ରିଚାର୍ଜ ମାଗଣା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଉତ୍ତରପ୍ରଦେଶ: ନିର୍ବାଚନରେ ଜିତିଲେ ପୂରା ଏକ ବର୍ଷ ପାଇଁ ଗ୍ରାମବାସୀଙ୍କ ମାଗଣା ଫୋନ ରିଚାର୍ଜ କରିଦେବେ । ଯେଉଁମାନେ ତାଙ୍କୁ ଭୋଟ ଦେବେ ସେମାନଙ୍କ ଫୋନରେ ଏକ ବର୍ଷ ପାଇଁ ରିଚାର୍ଜ କରିଦେବେ । ନିର୍ବାଚନ ସମୟ ପାଖେଇ ଆସିଥିବାରୁ ଭୋଟ ହାତେଇବା ପାଇଁ ଏଭଳି କିଛି ପ୍ରତିଶ୍ରୁତି ଦିଆଯାଇଛି । ତେବେ ଏହି ଘୋଷଣା କୌଣସି କୁଜି ନେତା କି ଦଳ ନୁହେଁ, ବରଂ ଜଣେ ସ୍ୱାଧୀନ ପ୍ରାର୍ଥୀ ଦେଇଛନ୍ତି  ।

ନିର୍ବାଚନ ଆସିଲେ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥାନ୍ତି । କେହି ଗାଁକୁ ରାସ୍ତା ତ ଆଉ କେହି ସବୁ ସୁବିଧା ଯୋଗାଇଦେବା ବଦଳରେ ଜନତାଙ୍କଠୁ ଭୋଟ ଆଶା କରିଥାନ୍ତି । ଉତ୍ତରପ୍ରଦେଶ ପୌର ନିର୍ବାଚନ ସମୟରେ ଏମିତି କିଛି ଅଜବ ପ୍ରତିଶ୍ରୁତି ଶୁଣିବାକୁ ମିଳିଛି ।

ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ପୌର ନିର୍ବାଚନ ଶେଷ ହୋଇସାରଛି । ଆଗାମୀ ୧୧ ମଇରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ହେବାକୁ ଯାଉଛି । ମେରଠର ନଗର ପଞ୍ଚାୟତ ସିୱାଲର ଜଣେ ପ୍ରାର୍ଥୀ ଏକ ଆକର୍ଷଣୀୟ ଘୋଷଣା କରିଛନ୍ତି। ସିୱାଲ ଖାସ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସ୍ୱାଧୀନ ପ୍ରାର୍ଥୀ ଘୋଷଣା କରିଛନ୍ତି ଯେ, ନିର୍ବାଚନରେ ଜିତିବା ପରେ ସେ ଏକ ବର୍ଷ ପାଇଁ ତାଙ୍କ ଫୋନ୍ ରିଚାର୍ଜ କରିବେ।

ନିର୍ବାଚନୀ ଇସ୍ତାହାର; ଚାଷୀ ପୁଅକୁ ବାହା ହେଲେ ଝିଅଙ୍କୁ ମିଳିବ ୨ ଲକ୍ଷ ଟଙ୍କା

ପ୍ରାର୍ଥୀ କହିଛନ୍ତି ଯେ, ଯେଉଁମାନେ ତାଙ୍କୁ ଭୋଟ୍ ଦେବେ, ସେ ସେମାନଙ୍କ ଫୋନ୍ ରିଚାର୍ଜ କରିବେ ଓ ତାହା ମଧ୍ୟ ଏକ ବର୍ଷ ପାଇଁ। ରିଚାର୍ଜ କରିବା ପାଇଁ କୌଣସି ପ୍ରମାଣ ପ୍ରଦାନ କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ସେ ଆଲ୍ଲା କିମ୍ବା ଭଗବାନଙ୍କୁ ସାକ୍ଷୀ ରଖି କହିଛନ୍ତି ଯେ, ଯଦି ତାଙ୍କ ନିର୍ବାଚନମଣ୍ଡଳୀରେ ରହୁଥିବା କୌଣସି ବ୍ୟକ୍ତି ମୋତେ ଭୋଟ୍ ଦେବେ, ତେବେ ମୁଁ ତାଙ୍କ ଫୋନ ବର୍ଷସାରା ରିଚାର୍ଜ କରିବି।

ଏହି ସ୍ୱାଧୀନ ପ୍ରାର୍ଥୀ ଜଣଙ୍କ ଦେଇଥିବା ପ୍ରତିଶ୍ରୁତି ଆଚରଣ ବିଧି ଉଲ୍ଲଂଘନ ବୋଲି ବିବେଚନା କରାଯାଉଛି। ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ତେବେ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ସହ ଜଡିତ ଏହି ଭିଡିଓ ସାମ୍ନାକୁ ଆସି ନାହିଁ କିମ୍ବା କେହି ଏହା ଉପରେ ଅଭିଯୋଗ କରିନାହାଁନ୍ତି।
Published by:Soumya Das
First published: