ଉତ୍ତର ପ୍ରଦେଶରେ ନୂଆ ଜନସଂଖ୍ୟା ନୀତି: ୨ରୁ ଅଧିକ ପିଲା ଥିଲେ ମିଳିବନି କୌଣସି ସରକାରୀ ସୁବିଧା

Uttar Pradesh new population policy by Yogi Adityanath government | ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନ ସଭା ନିର୍ବାଚନ ପୂର୍ବରୁ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ପ୍ରସ୍ତାବିତ ଆଇନ ଅନୁସାରେ ଦୁଇରୁ ଅଧିକ ପିଲାଙ୍କ ବାପାଙ୍କୁ ସରକାରଙ୍କ କୌଣସି କଲ୍ୟାଣକାରୀ ଯୋଜନାର ଲାଭ ମିଳିବନି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯୋଗୀ ଆଦିତ୍ୟନାଥ (ଫାଇଲ୍ ଫଟୋ)

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯୋଗୀ ଆଦିତ୍ୟନାଥ (ଫାଇଲ୍ ଫଟୋ)

  • Share this:
News18 Odia Digital

ନୂଆ ଦିଲ୍ଲୀ / ଲକ୍ଷ୍ନୌ: ଦେଶର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଉତ୍ତର ପ୍ରଦେଶରେ (Uttar Pradesh) ଲାଗୁ ହେବାକୁ ଯାଉଛି ନୂଆ ଜନସଂଖ୍ୟା ନିୟନ୍ତ୍ରଣ ନୀତି । କୁହାଯାଉଛି ଯେ ଜୁଲାଇ ୧୧ ତାରିଖ ଜନସଂଖ୍ୟା ଦିବସରେ (Population Day) ଏହି ନୂଆ ନୀତି ଘୋଷଣା କରିବେ ଯୋଗୀ ଆଦିତ୍ୟନାଥଙ୍କ (Yogi Adityanath) ସରକାର । ଏହି ନୀତି ଅନୁସାରେ ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତିମାନଙ୍କୁ କୌଣସି ସରକାରୀ ସବସିଡି ବା କୌଣସି କଲ୍ୟାଣକାରୀ ଯୋଜନାର ଲାଭ ମିଳିବ ନାହିଁ । ଏମିତି ବ୍ୟକ୍ତି ସରକାରୀ ଚାକିରି ପାଇଁ ବି ଆବେଦନ କରିପାରିବେ ନାହିଁ କିମ୍ବା ଲୋକାଲ୍‌ ବଡି ନିର୍ବାଚନ ଲଢ଼ିପାରିବେ ନାହିଁ ।

ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତା’ ପୂର୍ବରୁ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ଜୁଲାଇ ୧୧ ତାରିଖ ଦିନ ଜନସଂଖ୍ୟା ଦିବସରେ ନୂଆ ଜନସଂଖ୍ୟା ନିୟନ୍ତ୍ରଣ ନୀତି ଜାରି କରିବାକୁ ଯାଉଛନ୍ତି ସରକାର ।  ନୂଆ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ନେଇ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଉତ୍ତର ପ୍ରଦେଶ ରାଜ୍ୟ ବିଧି ଆୟୋଗ ଜନତାଙ୍କ ମତ ଉପରେ ବିଚାର କରିବା ପରେ ଏହାକୁ ରାଜ୍ୟ ସରକାରଙ୍କୁ ଦେବ । ଆୟୋଗ ଡ୍ରାଫ୍ଟକୁ  ୱେବସାଇଟ୍‌ http://upslc.upsdc.gov.in/ରେ ଅପ୍‌ଲୋଡ କରିଦେଇଛି । ଜୁଲାଇ ୧୯ ଯାଏଁ ଜନତାଙ୍କଠାରୁ ମତ ମଗାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ମୁଁ ସୁସ୍ଥ ଅଛି,’’ କହିଲେ ଗାୟିକା ଅସୀମା ପଣ୍ଡା; ଦୁର୍ଘଟଣା ମୃତ୍ୟୁରଭାଇରାଲ୍ ମିଛଉପରେ ବର୍ଷିଲେ

ପ୍ରସ୍ତାବିତ ଆଇନ ଅନୁସାରେ ଦୁଇରୁ ଅଧିକ ପିଲାଙ୍କ ବାପାଙ୍କୁ କୌଣସି ବି ପ୍ରକାର ସରକାରୀ ସବସିଡି ବା କୌଣସି କଲ୍ୟାଣକାରୀ ଯୋଜନାର ଲାଭ ମିଳିବ ନାହିଁ । ଏହା ଛଡ଼ା ଏମିତି ବ୍ୟକ୍ତି କୌଣସି ସରକାରୀ ଚାକିରି ପାଇଁ ବି ଆବେଦନ କରିପାରିବେ ନାହିଁ । ନୂଆ ଡ୍ରାଫ୍ଟରେ ଏ କଥା ବି କୁହାଯାଇଛି ଯେ ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକାଲ୍‌ ବଡ଼ି ଇଲେକ୍ସନରେ ଲଢ଼ିବା ନେଇ କଟକଣା ରହିବ । ନୂଆ ଜନସଂଖ୍ୟା ନୀତିରେ ସେହି ଲୋକଙ୍କୁ ପ୍ରୋତ୍ସାହନ ଦେବା ଉପରେ ଧ୍ୟାନ କେନ୍ଦ୍ରିତ କରାଯିବାର ସମ୍ଭାବନା ରହିଛି, ଯାହା ଜନସଂଖ୍ୟା ନିୟନ୍ତ୍ରଣରେ ସାହାଯ୍ୟ କରିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ଛାଡ଼ପତ୍ର ମାମଲା: ଫ୍ୟାମିଲି କୋର୍ଟରେ ହାଜର ହେଲେ ଦୁହେଁ; ‘‘ନ୍ୟାୟର ଜୟ ହେଉ’’

ଏଥିରେ କୁହାଯାଇଛି ଯେ ଦୁଇଟି ବା କମ୍‌ ପିଲା ଥିଲେ ପାଣି, ବିଜୁଳି ଓ ହାଉସ୍‌ ଟ୍ୟାକ୍ସରେ ରିହାତି ମିଳିବ । ନସବନ୍ଦୀ ବା ପରିବାର ନିୟୋଜନ କରାଇଲେ ଚାକିରିରେ ପ୍ରୋମୋସନ୍‌ ସମେତ ଅନ୍ୟ ବହୁ ସୁବିଧା ମିଳିବ । ଆହୁରି ମଧ୍ୟ ଗୋଟିଏ ସନ୍ତାନ ଥିଲେ ତା’ ପାଇଁ ୨୦ ବର୍ଷ ବୟସ ଯାଏଁ ମାଗଣା ଚିକିତ୍ସା, ଶିକ୍ଷା ଓ ବୀମାର ବ୍ୟବସ୍ଥା ରହିବ ।

ଏହା ବି ପଢ଼ନ୍ତୁ | ଦିନେ କୁଲି ମଜୁରିଆ ଥିଲେ, ଏବେ YouTubeରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସମ୍ବଲପୁରର ଏହି ଆଦିବାସୀ ଯୁବକ

ଏହି ଆଇନ ଲାଗୁ ହେଲେ ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରି ପାଇଁ ଆବେଦନ ବା ପ୍ରୋମୋସନର ସୁଯୋଗ ମିଳିବ ନାହିଁ । ୭୭ଟି ସରକାରୀ ଯୋଜନା ବା ଅନୁଦାନରୁ ମଧ୍ୟ ସଂପୃକ୍ତ ବ୍ୟକ୍ତି ବଞ୍ଚିତ ହେବେ । ଏହି ଆଇନ ଲାଗୁ ହେଲେ ବର୍ଷକ ଭିତରେ ସବୁ ସରକାରୀ ଅଧିକାରୀ ଓ କର୍ମଚାରୀ ଓ ସ୍ଥାନୀୟ ଲୋକାଲ୍‌ ବଡିର ଜନପ୍ରତିନିଧି ସମସ୍ତଙ୍କୁ ଗୋଟିଏ ସତ୍ୟପାଠ ଦେବାକୁ ହେବ ଯେ ସେମାନେ ଏହି ଆଇନ ଉଲ୍ଲଙ୍ଘନ କରିବେ ନାହିଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗଞ୍ଜାମରେ ବର୍ବରତା: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟିଲେ, ଦାନ୍ତ ଭାଙ୍ଗିଲେ, ବିଷ୍ଠା ଖୁଆଇଲେ

ଏହି ଆଇନ ଲାଗୁ ହେବା ସମୟରେ ଯଦି ଦୁଇଟି ପିଲା ଥିବେ ଏବଂ ସତ୍ୟପାଠ ଦେବା ପରେ ତୃତୀୟ ପିଲା ହୁଏ ତେବେ ଜନପ୍ରତିନିଧିଙ୍କର ନିର୍ବାଚନ ରଦ୍ଦ କରିଦେବା ବା ନିର୍ବାଚନ ଲଢ଼ିବାକୁ ନ ଦେବା ଭଳି ପ୍ରସ୍ତାବ ରହିବ । ଏତିକି ନୁହେଁ ସରକାରୀ କର୍ମଚାରୀଙ୍କୁ ପ୍ରମୋସନ ତଥା ବରଖାସ୍ତ କରାଯିବା ଯାଏଁ ପ୍ରସ୍ତାବ ରହିଛି ଏହି ନୀତିରେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆକାଶବାଣୀ... ଖବର ପଢ଼ୁଛନ୍ତି... ନା, ଆଉ ଖବର ପଢ଼ିବେନି ଉପେନ୍ଦ୍ର କୁମାର ପାହାଡ଼ ସିଂ

ପ୍ରାୟ ୨୫ କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଉତ୍ତର ପ୍ରଦେଶରେ ଏହି ଜନସଂଖ୍ୟା ନୀତି ରାଜ୍ୟରେ ନ୍ୟାସନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ ସହ ବହୁ ଅନ୍ୟ ରିପୋର୍ଟର ଅଧ୍ୟୟନ କରିବା ପରେ ପ୍ରସ୍ତୁତ କରାଯାଇଛି । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୦୫ର ରିପୋର୍ଟ ଖୁବ୍‌ ଶୀଘ୍ର ଜାରି ହେବାକୁ ଯାଉଛି ।



ଉତ୍ତର ପ୍ରଦେଶର ଏହି ନୂଆ ନୀତି ଜନସଂଖ୍ୟା ସ୍ଥିରୀକରଣର ପ୍ରୟାସକୁ ଦ୍ରୁତ କରିବ । ଜନସଂଖ୍ୟା ନିୟନ୍ତ୍ରଣ ଡ୍ରାଫ୍ଟରେ ୨୦୨୬ ଓ ୨୦୩୦ ମସିହା ଯାଏଁ ଦୁଇଟି ପର୍ଯ୍ୟାୟରେ ଭିନ୍ନ ଭିନ୍ନ ମାନକ ଉପରେ କେନ୍ଦ୍ରୀତ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି ।
Published by:Anand S.T. Das
First published: