News 18 Odia Digital
ଉତ୍ତରପ୍ରଦେଶ; ଉତ୍ତରପ୍ରଦେଶ ସରକାର ସ୍ୱାସ୍ଥ୍ୟସେବାକୁ ୩୦୦୦ କୋଟି ଟଙ୍କା ବୃଦ୍ଧି ସହ ୪୮ ଘଣ୍ଟା ମାଗଣା ଚିକିତ୍ସା କରିବାକୁ ପ୍ରସ୍ତୁତ ଅଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଖର୍ଚ୍ଚ କରିବେ ଏବଂ ବିଦ୍ୟମାନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଉନ୍ନତି ଆଣିବା, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିସ୍ତାର କରିବା ସହିତ ଗତ ପାଞ୍ଚ ବର୍ଷ ମଧ୍ୟରେ ଅଭାବୀ ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଯୋଜନା ତଥା ପର୍ଯ୍ୟାୟକ୍ରମେ କାର୍ଯ୍ୟ କରୁଛନ୍ତି ।
‘ଗୋଟିଏ ଜିଲ୍ଲା, ଗୋଟିଏ ମେଡିକାଲ କଲେଜ’ ଭଳି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ୬୫ଟି ଜିଲ୍ଲାର ପ୍ରତ୍ୟେକରେ ମେଡିକାଲ କଲେଜ ନିର୍ମାଣ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରର ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି । ବର୍ତ୍ତମାନ ଉତ୍ତରପ୍ରଦେଶ ପ୍ରଥମ ରାଜ୍ୟ ହେବ ଯେଉଁଥିରେ ଲାଇଭ ଜରୁରୀକାଳୀନ ମନିଟରିଂ ସିଷ୍ଟମ ଅଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କୋଭିଡ କମାଣ୍ଡ ସେଣ୍ଟରର ଲାଇନରେ ଏକ ଜରୁରୀକାଳୀନ କେନ୍ଦ୍ର ସ୍ଥାପନ କରାଯିବ ।
ଥରେ ଲାଗୁ ହେବା ପରେ ଏହା ହସ୍ପିଟାଲରେ, ବିଶେଷକରି ଜରୁରୀକାଳୀନ ପରିସ୍ଥିତିରେ ସହଜ ଆଡମିସନକୁ ସୁବିଧା କରିବ। ଗୋଟିଏ କଲ୍ ରେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବ । ପ୍ରସ୍ତାବିତ ୩୦୦୦ କୋଟି ମଧ୍ୟରୁ ୧୬୧୪ କୋଟି ଟଙ୍କା ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ମୌଳିକ ସ୍ୱାସ୍ଥ୍ୟସେବା ବିକାଶ ପାଇଁ ଖର୍ଚ୍ଚ ହେବ । କଲ୍ ସେଣ୍ଟର, କମାଣ୍ଡ୍ ସେଣ୍ଟର, ସଫ୍ଟୱେୟାରର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ଖର୍ଚ୍ଚ ପ୍ରାୟ ୧୨୫ କୋଟି ଟଙ୍କା ହେବ ।
ମୁଖ୍ୟ ସଚିବ, ଡାକ୍ତରୀ ଶିକ୍ଷା ଆଲୋକ କୁମାରଙ୍କ କହିବାନୁସାରେ, “ରାଜ୍ୟରେ ଲାଇଭ୍ ଜରୁରୀକାଳୀନ ମନିଟରିଂ ସିଷ୍ଟମକୁ ପର୍ଯ୍ୟାୟକ୍ରମେ ଲାଗୁ କରିବା ପାଇଁ ଯୋଜନା କରାଯାଉଛି । ଜୀବନ ବଞ୍ଚାଇବା ପାଇଁ ପ୍ରାରମ୍ଭିକ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ରାଜ୍ୟରେ ଏହିପରି ପ୍ରତ୍ୟେକ ଜୀବନ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି; ପ୍ରଥମ ୪୮ ଘଣ୍ଟା ପାଇଁ ଜରୁରୀକାଳୀନ ଚିକିତ୍ସା କରୁଥିବା ରୋଗୀଙ୍କୁ ମାଗଣା ଚିକିତ୍ସା ଦିଆଯିବ ବୋଲି ପ୍ରସ୍ତାବ ଦିଆଯାଇଛି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।