୮ ଜଣ ପୋଲିସ କର୍ମୀଙ୍କ ହତ୍ୟାକାରୀ UP ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମଧ୍ୟ ପ୍ରଦେଶରେ ଗିରଫ ହେଲା

ବିକାଶ ଦୁବେ ଏକ ମନ୍ଦିରରେ ନକଲି ପରିଚୟ ପତ୍ର ଦେଖାଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍ କର୍ମୀଙ୍କ ସହ ତା’ର ଗଣ୍ଡଗୋଳ ହୋଇଥିଲା । ତା’ପରେ ପୋଲିସ୍କସ୍‌ କର୍ମୀମାନେ ତାକୁ ଗିରଫ କରିଥିଲେ ।

୮ ଜଣ ପୋଲିସ କର୍ମୀଙ୍କ ହତ୍ୟାକାରୀ UP ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମଧ୍ୟ ପ୍ରଦେଶରେ ଗିରଫ ହେଲା
ବିକାଶ ଦୁବେ
  • Share this:
  • Byline Facebook
  • Byline Twitter
  • Byline Linkedin
News18OdiaDigital

କାନପୁର: ଗତ ସପ୍ତାହରେ ଉତ୍ତର ପ୍ରଦେଶରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ମଧ୍ୟ ପ୍ରଦେଶରେ ଗିରଫ କରାଯାଇଛି । ଗତ କାଲି ଉଜ୍ଜୟନୀରୁ ବିକାଶ ଦୁବେଙ୍କୁ ପୋଲିସ ଗିରଫ କରିବା ସହ ଏକ ପୃଥକ ଏନକାଉଣ୍ଟରରେ ତାଙ୍କର ଦୁଇ ସହଯୋଗୀଙ୍କର ମୃତ୍ୟୁ ଘଟିଛି । ଗତ କାଲି ତାଙ୍କର ନିକଟତମ ସହଯୋଗୀ ଅମନ ଦୁବେଙ୍କୁ ହତ୍ୟା କରାଯାଇଥିଲା । ସିସିଟିଭି ଫୁଟେଜରେ ମାସ୍କ ପିନ୍ଧିଥିବା ବିକାଶ ଦୁବେଙ୍କୁ ଅଧ ଡଜନ ପୋଲିସ କର୍ମୀ ନେଇଯାଉଥିବାର ଦେଖାଯାଇଥିଲା । ବିକାଶଙ୍କୁ ତିନିଟି ରାଜ୍ୟରେ ପୋଲିସ ଖୋଜୁଥିଲା ।

ସକାଳ ୮ଟା ସମୟରେ ଏକ ମନ୍ଦିରରେ ବିକାଶ ଦୁବେଙ୍କୁ ଦେଖିବାକୁ ମିଳିଥିଲା । ଜଣେ ସ୍ଥାନୀୟ ଦୋକାନୀ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ସେ ମନ୍ଦିରରୁ ବାହାରକୁ ଆସିବା ପରେ ମନ୍ଦିରର ସୁରକ୍ଷାକର୍ମୀମାନେ ତାଙ୍କୁ ପଚରାଉଚରା କରିଥିଲେ ।

‘‘ସେ ଏକ ନକଲି ପରିଚୟ ପତ୍ର (ଆଇଡି କାର୍ଡ) ପ୍ରସ୍ତୁତ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ସହ ଗଣ୍ଡଗୋଳ ହୋଇଥିଲା । ପରେ ସୁରକ୍ଷାକର୍ମୀମାନେ ତାଙ୍କୁ ପୋଲିସ ଜିମା ଦେଇଥିଲେ,’’ ଜଣେ ଅଧିକାରୀ କହିଛନ୍ତି । ଗତ ଶୁକ୍ରବାର ଦିନ କାନପୁର ପୋଲିସର ଏକ ଟିମ୍ ବିକାଶ ଦୁବେଙ୍କୁ ଗିରଫ କରିବା ପାଇଁ କାନପୁରର ଚୌବେପୁର ଅଞ୍ଚଳର ବିକ୍ରୁ ଗ୍ରାମକୁ ଯାଇଥିବା ବେଳେ ସେଠାରେ ଗଣ୍ଡଗୋଳ ହୋଇଥିଲା ଓ ଆଠ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା।

ବିକାଶ ଦୁବେକୁ ଗିରଫ କରି ନେଉଛି ପୋଲିସ ।


ହତ୍ୟା, ଅପହରଣ, ଚୋରାଚାଲାଣ ଓ ଦଙ୍ଗା ସମେତ ୬୦ଟି ଆପରାଧିକ ମାମଲାରେ ଅଭିଯୁକ୍ତ ଥିବା ଦୁବେଙ୍କୁ ସ୍ଥାନୀୟ ପୋଲିସ ଏହି ରେଡ୍‌ ପାଇଁ ସତର୍କ କରାଇଥଲା । ଫଳରେ ଦୁବେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରିଥିଲା  । ପୋଲିସ ଗାଁରେ ପହଞ୍ଚିବା ପରେ ଦୁବେ ଓ ତାଙ୍କ ସହଯୋଗୀମାନେ ଏକେ-୪୭ ବନ୍ଧୁକରୁ ଛାତ ଉପରୁ ଗୁଳି ଚଳାଇଥିଲେ ।

ଆକ୍ରମଣ ପରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦୁବେ ଫେରାର ହୋଇଯାଇଥିଲା । ପରେ ଦୁବେଙ୍କୁ ଧରିବା ପାଇଁ ତାଙ୍କ ବିଷୟରେ ସୂଚନା ଦେଲେ ଅନୁଦାନ ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ଦୁବେଙ୍କ ଗାଁ ନିକଟରେ ଥିବା ଏକ ଥାନା ଇନ୍ସପେକ୍ଟରଙ୍କୁ ଗତ କାଲି ଗିରଫ କରାଯାଇଥିଲା । ସେ ଗ୍ୟାଙ୍ଗଷ୍ଟର ଦୁବେଙ୍କୁ ସୂଚନା ଦେଇଥିଲେ ଓ ନିୟମିତ ଭାବେ ତାଙ୍କୁ ଆଇନରୁ ରକ୍ଷା କରିବାରେ ସାହାଯ୍ୟ କରିଥିଲେ।

ବୁଧବାର ସକାଳେ ଉତ୍ତର ପ୍ରଦେଶ ବାହାରେ ଯାଞ୍ଚ କରୁଥିବା ସମୟରେ ଦିଲ୍ଲୀ ଫରିଦାବାଦର ଏକ ହୋଟେଲରେ ଦୁବେଙ୍କୁ ଦେଖିବାକୁ ମିଳିଥିଲା।

ଗିରଫ ହେବା ପରେ ବିକାଶ ଦୁବେ


ପୋଲିସ ହୋଟେଲରେ ପହଞ୍ଚିବା ପୂର୍ବରୁ ଗ୍ୟାଙ୍ଗଷ୍ଟର ଖସି ପଳାଇବାରେ ସକ୍ଷମ ହୋଇଥିଲା । କିନ୍ତୁ ପୋଲିସ ଟିମ୍ ତାଙ୍କ ସହଯୋଗୀଙ୍କ ଧରିବା ପାଇଁ ହୋଟେଲ ବନ୍ଦ କରିଦେଇଥିଲେ। ହୋଟେଲରେ ଗିରଫ ହୋଇଥିବା ଜଣେ ଗ୍ୟାଙ୍ଗର ସଦସ୍ୟ ପ୍ରଭାତ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି। ପୋଲିସ ଭ୍ୟାନରେ ତାଙ୍କ ସହ ଗିରଫ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ତାଙ୍କୁ କାନପୁରକୁ ଅଣାଯାଇଛି।

ସେମାନେ ଭ୍ୟାନର ଟାୟାର ଠିକ୍ କରୁଥିବା ବେଳେ ପ୍ରଭାତ ବନ୍ଧୁକ ଛଡ଼ାଇ ଖସିଯିବାକୁ ଚେଷ୍ଟା କରୁଥିଲା  । ପରେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଏବଂ ପୋଲିସ ଏହାର ପ୍ରତିଉତ୍ତରରେ ଗୁଳି ଚଳାଇଥିଲା । ଗୁଳିଟି ପ୍ରଭାତଙ୍କ ଗୋଡରେ ବାଜିଥିବା ବେଳେ ତାଙ୍କର ଚିକିତ୍ସା ପାଇଁ  ଡାକ୍ତରଖାନା ନିଅାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ବରିଷ୍ଠ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର କହିଛନ୍ତି।

ରାଜ୍ୟ ରାଜଧାନୀ ଲକ୍ଷ୍ନୌରୁ ପ୍ରାୟ ୨୨୦ କିଲୋମିଟର ଦୂରରେ ଥିବା ଏଟାୱାରେ ଆଜି ସକାଳେ ବଉଆ ଦୁବେ ଓରଫ ପ୍ରବୀଣଙ୍କ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା ।

ଏହା ବି ପଢ଼ନ୍ତୁ: କରୋନା କଟକଣା: ପୁରୀ ସ୍ୱର୍ଗଦ୍ୱାରରେ ଏଣିକି ପୁରୀ ଜିଲ୍ଲା ବାହାରର ଲୋକଙ୍କ ଶବ ଦାହ ହୋଇପାରିବନି

‘‘ସକାଳ ପ୍ରାୟ ୩ଟା ସମୟରେ ଏକ ସ୍କର୍ପିଓରେ ଚାରି ଜଣ ସଶସ୍ତ୍ର ବ୍ୟକ୍ତି ଏକ ସୁଇଫ୍ଟ ଡିଜାଇର୍‌ କାର ଲୁଟ୍ କରିଥିଲେ । ସେମାନେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପ୍ରାୟ ଏକ ଘଣ୍ଟା ପରେ ସେମାନଙ୍କୁ ଅଟକାଇ ଦିଆଯାଇଥିଲା । ପୋଲିସ ସେମାନଙ୍କୁ ଗୋଡ଼ାଉଥିବା ବେଳେ ଉଭୟଙ୍କ ମଧ୍ୟରେ ଗୁଳିଚାଳନା ହୋଇଥିଲା । ଏଥିରେ ଜଣେ ଅଜ୍ଞାତ ବ୍ୟକ୍ତି ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି,’’ କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ଆକାଶ ତୋମର । ପରେ ଏହି ବ୍ୟକ୍ତି ଜଣକ ଦୁବେଙ୍କ ସହଯୋଗୀ ପ୍ରବୀଣ ବୋଲି ଜଣା ପଡିଥିଲା ।
Published by: Anand Shankar Thankur Das
First published: July 9, 2020, 2:35 PM IST
corona virus btn
corona virus btn
Loading