କାହିଁକି ନିଜ ଇସ୍ତଫା ପତ୍ର ଫେରସ୍ତ କରିନେଲେ ମନ୍ତ୍ରୀ ଦିନେଶ ଖତିକ?

ଦୁର୍ନୀତି ଓ ଦଳିତଙ୍କୁ ଅଣଦେଖା କରାଯାଉଥିବା ଆରୋପରେ ଇସ୍ତଫା ଦେଇଥିବା ମନ୍ତ୍ରୀ ଦିନେଶ ଖତିକ ନିଜ ଇସ୍ତଫା ପତ୍ର ଫେରସ୍ତ କରିନେଇଛନ୍ତି। ଗୁରୁବାର ଦିନ ଖତିକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ।

ଦିନେଶ ଖତିକ (ପ୍ରତୀକାତ୍ମକ ଛବି)

ଦିନେଶ ଖତିକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଦୁର୍ନୀତି ଓ ଦଳିତଙ୍କୁ ଅଣଦେଖା କରାଯାଉଥିବା ଆରୋପରେ ଇସ୍ତଫା ଦେଇଥିବା ମନ୍ତ୍ରୀ ଦିନେଶ ଖତିକ ନିଜ ଇସ୍ତଫା ପତ୍ର ଫେରସ୍ତ କରିନେଇଛନ୍ତି। ଗୁରୁବାର ଦିନ ଖତିକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ଯୋଗୀ ଆଦିତ୍ୟନାଥ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଅଧିକାରୀମାନେ ତାଙ୍କ କଥା ଶୁଣିବେ। ଖୁବ ଶୀଘ୍ର ଖତିକଙ୍କୁ ମଧ୍ୟ ବିଭାଗରେ କାମ ଦିଆଯିବ। ବୈଠକରେ ୟୁପିର ଜଳ ଶକ୍ତି ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂ ମଧ୍ୟ ଉପସ୍ଥିତ ଥିଲେ। ଖତିକଙ୍କ ଦୁର୍ନୀତି ଅଭିଯୋଗର ତଦନ୍ତ କରିବା ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଆଲୋଚନା କରିଛନ୍ତି।  ଖତିକ ବୁଧବାର ଦିନ ଦଳର ସଭାପତି ଜେପି ନାଡାଙ୍କୁ ମଧ୍ୟ ଭେଟିଛନ୍ତି।

ଗୁରୁବାର ଦିନ ସନ୍ଧ୍ୟା ୪.୯ରେ ଖତିକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ସେ ପହଞ୍ଚିବା ପରେ ଜଳ ଶକ୍ତି ମନ୍ତ୍ରୀ ସ୍ଵତନ୍ତ୍ର ଦେବ ସିଂ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ସ୍ୱତନ୍ତ୍ର ଦେବ ଓ ଦୀନେଶ ଖତିକଙ୍କ ପାଖରେ ବସି ଖତିକଙ୍କ ପକ୍ଷ ଶୁଣିଥିଲେ। କାମ ବଣ୍ଟନ ନକରିବା, ତାଙ୍କ ସୁପାରିଶରେ କୌଣସି ସ୍ଥାନାନ୍ତର, ଅଧିକାରୀଙ୍କ ଶୁଣାଣି ନକରିବା ଭଳି ଖତିକ୍ ଅନ୍ୟ ଅଭିଯୋଗଗୁଡିକ ସିଏମ୍ ସମ୍ମୁଖରେ ରଖିଥିଲେ। ସୂଚନାନୁସାରେ- ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଯୋଗର ସମାଧାନ କରିବାକୁ ନିଶ୍ଚିତ କରିଥିଲେ।  ପ୍ରାୟ ୪୦ ମିନିଟ୍ ଧରି ଚାଲିଥିବା ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ପରେ ଖତିକ ୪.୫୦ ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ବାହାରକୁ ଯାଇଥିଲେ।
Published by:Soumya Das
First published: