BJP ସମର୍ଥକ ମୁସଲିମ ପୁଅଙ୍କ ହତ୍ୟା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ CM ଯୋଗୀ
News18 Odia Digital
CM Yogi on Lynching of a Muslim Boy: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ମିଠା ବାଣ୍ଟିବା ଓ କୁଶୀନଗର ଜିଲ୍ଲାରେ ଉତ୍ସବ ପାଳନ କରିବା ପାଇଁ ମୁସଲମାନ ଯୁବକ ବାବର ଅଲ୍ଲିଙ୍କୁ ତାଙ୍କ ସମ୍ପ୍ରଦାୟର ପଡ଼ୋଶୀମାନେ ଖୁବ୍ ମାଡ଼ ମାରିଥିଲେ। ଲକ୍ଷ୍ନୌରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ବାବରଙ୍କୁ ୨୫ ବର୍ଷ ବୟସ ହୋଇଥିଲା। ଖବର ସାମ୍ନାକୁ ଆସିବା ପରେ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏଥି ସହ ବାବର ହତ୍ୟା ଉପରେ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଦୁଇଜଣ ଗିରଫ, ବାକିଙ୍କୁ ଖୋଜୁଛି ପୋଲିସ
ଏହି ମାମଲାରେ ପୋଲିସ ଏଫଆଇଆର ପଞ୍ଜିକୃତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି। ସୂଚନାନୁସାରେ, ବିଜେପିର ବିଜୟ ଉତ୍ସବ ପାଳନ କରିବା ତଥା ଦଳର ନିର୍ବାଚନ ପ୍ରଚାରରେ ଭାଗନେବା ପାଇଁ ରାମକୋଲା ପୋଲିସ ଷ୍ଟେସନ ଅଞ୍ଚଳର କାଠଗୌରୀ ଗ୍ରାମରେ ପଡୋଶୀମାନେ ବାବରଙ୍କୁ ମାର୍ଚ୍ଚ ୨୦ରେ ମାଡ଼ି ମାରିଥିଲେ। ଲକ୍ଷ୍ନୌରେ ଚିକିତ୍ସା ସମୟରେ ବାବରଙ୍କ ମୃତ୍ୟୁ ଘଟିଥିଲା। ରବିବାର ଦିନ ମୃତ ଦେହ ଗାଁରେ ପହଞ୍ଚିବା ପରେ ସମ୍ପର୍କୀୟମାନେ ଶେଷ ରୀତିନୀତି କରିବାକୁ ମନା କରିଦେଇଥିଲେ ଓ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ।
ଚାରି ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି
ଅଧିକାରୀମାନେ କହିଛନ୍ତି ଯେ କୁଶୀନଗର ନୂଆ ନିର୍ବାଚିତ ବିଜେପି ବିଧାୟକ ପିଏନ ପାଠକ ଓ ଅନ୍ୟ ଅଧିକାରୀମାନେ ସେଠାରେ ପହଞ୍ଚି ପରିବାର ସଦସ୍ୟଙ୍କୁ ବୁଝାଇଥିଲେ, ଏହା ପରେ ସେମାନେ ଶବକୁ ସମାଧି ଦେବାକୁ ରାଜି ହୋଇଥିଲେ। ମାର୍ଚ୍ଚ ୨୧ରେ ମୃତକଙ୍କ ପତ୍ନୀ ଫାତିମା ଖଟୁନଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ସମ୍ପୃକ୍ତ ବିଭାଗ ଅଧୀନରେ ଚାରି ଜଣ ଅଜିମୁଲ୍ଲା, ଆରିଫ, ସଲମା ଓ ତାହିଦଙ୍କ ବିରୋଧରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଆରିଫ ଓ ତାହିଦଙ୍କୁ ଗିରଫ କରିଥିବାବେଳେ ବାକି ଅଭିଯୁକ୍ତଙ୍କୁ ଖୋଜୁଛି।
ରିପୋର୍ଟ ଅନୁଯାୟୀ, ବାବର ବିଧାନସଭା ନିର୍ବାଚନ ସମୟରେ ବିଜେପିର ପିଏନ୍ ପାଠକଙ୍କ ପାଇଁ ପ୍ରଚାର କରୁଥିଲେ ଓ ଦଳର ବିଜୟ ଦିନ ସେ କେବଳ ବାଣ ଫୁଟାଇ ମିଠା ମଧ୍ୟ ବଣ୍ଟନ କରିଥିଲେ, ଏହା ପରେ ପଡ଼ୋଶୀମାନେ ଅତ୍ୟଧିକ ରାଗିଯାଇ ତାଙ୍କୁ ହତ୍ୟା କରିବାକୁ କଥା କହି ଧମକ ଦେବା ଆରମ୍ଭ କରିଥିଲେ। ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦ରେ ବାବରଙ୍କ ପଡ଼ୋଶୀମାନେ ତାଙ୍କୁ ତାଙ୍କ ଘରେ ଘେରିଯାଇ ବାଡ଼ିରେ ପିଟିବା ଆରମ୍ଭ କରିଥିଲେ ଓ ଯେତେବେଳେ ସେ ନିଜକୁ ବଞ୍ଚାଇବା ପାଇଁ ଛାତକୁ ଚଢ଼ିଥିଲେ, ସେତେବେଳେ ସେମାନେ ତାଙ୍କୁ ସେଠାରୁ ଫିଙ୍ଗି ଦେଇଥିଲେ।
ସିଏମ୍ ଯୋଗୀ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି
ବାବରଙ୍କ ଭାଇ ଚାନ୍ଦ ଆଲାମ ଓ ପତ୍ନୀ ଫାତିମା କହିଛନ୍ତି ଯେ ପଡ଼ୋଶୀଙ୍କ ସୁରକ୍ଷା ପାଇଁ ସେମାନେ ଅନେକ ଥର ପୋଲିସ ଓ ଅନ୍ୟ ଅଧିକାରୀଙ୍କ ନିକଟକୁ ଯାଇଥିଲେ, କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ସେପଟେ ବିଜେପି ବିଧାୟକ ପିଏନ ପଠକ କହିଛନ୍ତି ଯେ ଅପରାଧୀଙ୍କୁ ରକ୍ଷା କରାଯିବ ନାହିଁ ଓ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସମୟରେ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାବର ଅଲ୍ଲିଙ୍କ ମୃତ୍ୟୁକୁ ସମବେଦନା ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ନିରପେକ୍ଷ ତଦନ୍ତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।