ଦେଶ ବିଭାଜନ ବେଳେ ମୁସଲିମ୍‌ମାନେ ଭାରତରେ ରହି ଦେଶ ପାଇଁ କିଛି ଉପକାର କରିନାହାନ୍ତି: ଯୋଗୀ ଆଦିତ୍ୟନାଥ

ଦିଲ୍ଲୀରେ ମତଦାନ ପୂର୍ବରୁ ଆଦିତ୍ୟନାଥଙ୍କ ଟିପ୍ପଣୀର ବହୁତ ସମାଲୋଚନା ହେଉଛି । ଦିଲ୍ଲୀରେ ଶାସନ କରୁଥିବା ଅରବିନ୍ଦ କେଜରୀୱାଲଙ୍କ ଦଳ AAP ନିର୍ବାଚ଼ନ ଆୟୋଗକୁ ଅନୁରୋଧ କରିଛନ୍ତି ଯେ ସେ ଆଦିତ୍ୟନାଥଙ୍କୁ ନିର୍ବାଚ଼ନ ପ୍ରଚାରରୁ ବ୍ୟାନ୍ କରାଯାଉ ।

ଦେଶ ବିଭାଜନ ବେଳେ ମୁସଲିମ୍‌ମାନେ ଭାରତରେ ରହି ଦେଶ ପାଇଁ କିଛି ଉପକାର କରିନାହାନ୍ତି: ଯୋଗୀ ଆଦିତ୍ୟନାଥ
ଯୋଗୀ ଆଦିତ୍ୟନାଥ
  • News18 Odia
  • Last Updated: February 6, 2020, 6:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିଜର ସାଂପ୍ରଦାୟିକ ବିଭାଜନକାରୀ ମତ ପାଇଁ ବିବାଦର କେନ୍ଦ୍ରରେ ରହିଆସୁଥିବା ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଉ ଏକ ବିବାଦୀୟ ବିବୃତି ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏକ ବିଦେଶୀ ପ୍ରକାଶନ ସହ ସାକ୍ଷାତକାରରେ ସେ କହିଛନ୍ତି ଯେ ଦେଶ ବିଭାଜନ ବେଳେ ଯେଉଁ ମୁସଲମାନମାନେ ଭାରତରେ ରହିବାକୁ ଚ଼ାହିଁ ରହିଥିଲେ ସେମାନେ ତାହା କରି ଦେଶ ପାଇଁ କୌଣସି ଉପକାର କରିନାହାନ୍ତି ।

‘‘ମୁସଲମାନମାନେ ବିଭାଜନକୁ ବିରୋଧ କରିବା ଉଚ଼ିତ ଥିଲା । ବିଭାଜନ ଯୋଗୁଁ ପାକିସ୍ତାନ ଗଠନ ହୋଇଥିଲା,’’ ବିବିସି ହିନ୍ଦିରେ ନିତିନ୍‌ ଶ୍ରୀବାସ୍ତବଙ୍କ ସହ ଏକ ଏକ୍ସକ୍ଲୁସିଭ୍‌ ସାକ୍ଷାତକାରରେ ଆଦିତ୍ୟନାଥ କହିଛନ୍ତି ।

ଫ୍ରେବୃୟାରୀ ୮ରେ ହେବାକୁ ଥିବା ଦିଲ୍ଲୀ ନିର୍ବାଚନ ଓ ବିବାଦରେ ଘେରା ନାଗରିକତା ସଂଶୋଧନ ଆଇନ (CAA)କୁ ନେଇ ଦେଶରେ ଜାରି ଥିବା ସ୍ଥିତି ମଧ୍ୟରେ ଆଦିତ୍ୟନାଥଙ୍କର ଏଭଳି ବିବୃତି ଆସିଛି ।

ଦିଲ୍ଲୀରେ ମତଦାନ ପୂର୍ବରୁ ତାଙ୍କର ଏଭଳି ଟିପ୍ପଣୀର ବହୁତ ସମାଲୋଚନା ହେଉଛି । ଦିଲ୍ଲୀରେ ଶାସନ କରୁଥିବା ଅରବିନ୍ଦ କେଜରୀୱାଲଙ୍କ ଦଳ ଆଆପ (AAP) ନିର୍ବାଚ଼ନ ଆୟୋଗକୁ ଅନୁରୋଧ କରିଛନ୍ତି ଯେ ସେ ଆଦିତ୍ୟନାଥଙ୍କୁ ତାଙ୍କର ସାଂପ୍ରଦାୟିକ ବିଭାଜନକାରୀ ବକ୍ତବ୍ୟ କାରଣରୁ ନିର୍ବାଚ଼ନ ପ୍ରଚାରରୁ ବ୍ୟାନ୍‌ କରାଯାଉ ।

ଏକ ଇଲେକ୍ସନ ରାଲିରେ ୟୁପିର ମୁଖ୍ୟ ମନ୍ତ୍ରୀ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ବିରୁଦ୍ଧରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇ ତାଙ୍କୁ ‘‘ଆତଙ୍କବାଦୀ’’ ବୋଲି କହିଥିଲେ । ସେ ଏହା ମଧ୍ୟ ଆରୋପ ଲଗାଇଥିଲେ ଯେ ଦିଲ୍ଲୀର ଶାହିନ ବାଗରେ ଲମ୍ବା ସମୟ ଧରି ହେଉଥିବା ସିଏଏ ବିରୁଦ୍ଧରେ ପ୍ରଦର୍ଶନକୁ ଆଆପ୍‌ ଦଳ ହିଁ ‘‘ପ୍ରୟୋଜିତ’’ କରିଛି ।

ଯୋଗୀ ଆଦିତ୍ୟନାଥ ପୂର୍ବରୁ ସିଏଏ ବିରୁଦ୍ଧରେ ହେଉଥିବା ପ୍ରଦର୍ଶନଗୁଡ଼ିକୁ ପାକିସ୍ତାନ ସହ ଯୋଡ଼ିଛନ୍ତି ।
First published: February 6, 2020, 6:08 PM IST