ଯୋଗୀଙ୍କ ହେଲିକ୍ୟାପ୍ଟର (ପ୍ରତୀକାତ୍ମକ ଛବି)
News18 Odia Digital
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି। ଆକାଶପଥରେ ହେଲିକପ୍ଟରରେ ପକ୍ଷୀ ଧକ୍କା ହେବା ପରେ ଏହି ଅବତରଣ ହୋଇଥିବାର ସୂଚନା ମିଳିଛି।
ଗୋଟାଏ ହେଲିକପ୍ଟର୍ରେ ବାରାଣସୀ ରିଜର୍ଭ ପୋଲିସ୍ ଲାଇନ୍ରୁ ଲକ୍ଷ୍ନୌ ଅଭିମୁଖେ ଆସୁଥିବା ବେଳେ ତାହା ଗୋଟାଏ ପକ୍ଷୀ ସହିତ ଧକ୍କା ଖାଇଥିଲା। ଫଳରେ ହେଲିକପ୍ଟର୍ଟି କୌଣସି ହେଲିପ୍ୟାଡ୍ ପରିବର୍ତ୍ତେ ପଡ଼ିଆରେ ଜରୁରୀ ଅବତରଣ କରିଥିଲା। ଯୋଗୀ ଆଦିତ୍ୟନାଥ ପୂରା ସୁରକ୍ଷିତ ଅଛନ୍ତି । ବାରଣାସୀରୁ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ ଯୋଗୀ । ତେବେ ଆକାଶପଥରେ ଏକ ପକ୍ଷୀ ସହ ଧକ୍କା ହେବା ପରେ ତୁରନ୍ତ ହେଲିକପ୍ଟରକୁ ଅବତରଣ କରିଥିଲେ ସୁରକ୍ଷା ଅଧିକାରୀ ।
ଅଘଟଣ ପରେ ମୁଖ୍ୟମନ୍ତ୍ରୀ ସର୍କିଟ୍ ହାଉସ୍କୁ ଫେରିଯାଇଥିଲେ। ସେଠାରୁ ସେ ସଡ଼କ ପଥରେ ଲାଲ୍ ବାହାଦୁର ଶାସ୍ତ୍ରୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଯାଇ ରାଜ୍ୟ ସରକାରଙ୍କ ବିମାନରେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।