ଥିଲେ ଡେପୁଟି SP, ହେଲେ SI; ଅଧିକାରୀଙ୍କ ବିରୋଧରେ ଯୋଗୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ଲୋକଙ୍କୁଠୁ ଲାଞ୍ଚ ନେଉଥିଲେ ପୋଲିସ ଅଧିକାରୀ। ଗୃହ ବିଭାଗ କାର୍ଯ୍ୟାଳୟରୁ ଆସିଲା ବଡ଼ ସୂଚନା। ଏବେ ପୁଣି ମୂଳ ପୋଷ୍ଟରେ ରହି କାର୍ଯ୍ୟ କରିବେ ଡେପୁଟି ଏସ୍ପିରୁ ଏସଆଇ ହୋଇଥିବା ବିଦ୍ୟା କିଶୋର ଶର୍ମା।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଲକ୍ଷ୍ନୋ: ବିଦ୍ୟା କିଶୋର ଶର୍ମା ଉତ୍ତରପ୍ରଦେଶର ରାମପୁରରେ ଡେପୁଟି ଏସପି ଭାବେ କାର୍ଯ୍ୟରତ ଥିଲେ। କିନ୍ତୁ ଏକ ଲାଞ୍ଚ ନେବା ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତା’ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଡେପୁଟି ଏସ୍ପିରୁ ପଦରୁ ବାହାର କରି ତାଙ୍କୁ ଏସଆଇ ପଦରେ ନିଯୁକ୍ତି ଦିଆଯାଇଛି। ୟୁପି ଗୃହ ବିଭାଗ ଟୁଇଟ୍ କରି ଏହି ବିଷୟରେ ସୂଚନା ଦେଇଛି। ବିଦ୍ୟା କିଶୋର ଶର୍ମାଙ୍କୁ PAC ରେ ପ୍ଲାଟୁନ୍ କମାଣ୍ଡର (ସବ୍ ଇନ୍ସପେକ୍ଟର) ଭାବରେ ନିଯୁକ୍ତ କରାଯାଇଥିବା ବିଭାଗ କହିଛି।  ତାଙ୍କୁ ୩୦ ଅକ୍ଟୋବର ୨୦୧୮ରେ ଡେପୁଟି ଏସପି ଭାବେ ପଦୋନ୍ନତି ଦିଆଯାଇଥିଲା।

୨୦୨୧ ମସିହାରେ ବିଦ୍ୟା କିଶୋର ଶର୍ମାଙ୍କୁ ରାମପୁରରେ ପୋଷ୍ଟିଂ ହୋଇଥିଲେ। ତାଙ୍କ ବିରୋଧରେ ଦୁର୍ନୀତିର ଅନେକ ଅଭିଯୋଗ ଆସିଥିଲା। ଜଣେ ମହିଳା ଅଭିଯୋଗ କରିଥିଲେ ଯେ ସ୍ୱାମୀ ବିବେକାନନ୍ଦ ହସ୍ପିଟାଲର ଅପରେଟର ବିନୋଦ ଯାଦବ ଓ ତତ୍କାଳୀନ ଇନ୍ସପେକ୍ଟର ରାମବୀର ଯାଦବ ତାଙ୍କ ସହ ଦୁଷ୍କର୍ମ କରିଥିଲେ। କିନ୍ତୁ ପୋଲିସ କୌଣସି ପଦକ୍ଷେପ ନେଲା ନାହିଁ। ଏହି ମାମଲାରେ ବିଦ୍ୟା କିଶୋରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାର ଦେଖା ଯାଇଥିଲା।

ଭିଡିଓ ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ଇନ୍ସପେକ୍ଟର ରାମବୀର ଯାଦବ ଓ ଡାକ୍ତରଖାନା ଅପରେଟର ବିନୋଦ ଯାଦବଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ତତ୍କାଳୀନ CO ବିଦ୍ୟା କିଶୋରଙ୍କୁ ନିଲମ୍ବିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ସରକାର ଏଏସପି ମୋରାଦାବାଦ ଦ୍ୱାରା ଅନୁସନ୍ଧାନ କରିଥିଲେ। ତଦନ୍ତରେ ବିଦ୍ୟା କିଶୋରଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ବୋଲି ଜଣାପଡିଛି। ଏହି କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲୋକମାନେ ଟ୍ୱିଟରରେ ବହୁତ ପ୍ରଶଂସା କରୁଛନ୍ତି।

ୟୁପି ପୋଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟା କିଶୋର ଶର୍ମାଙ୍କୁ ଖୁବ ଶୀଘ୍ର ତାଙ୍କ ମୂଳ ପୋଷ୍ଟକୁ ପଠାଯିବ।
Published by:Soumya Das
First published: