ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ; ବୋମା ମାଡ଼ କରିବାକୁ ଆସିଛି ଚିଠି

୧୫ ଦିନ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ମାଡ଼ କରିବାକୁ ଆସିଛି ଧମକ । କେବଳ ସେତିକି ନୁହେଁ ଭାରତୀୟ କୃଷକ ଗୋଷ୍ଠୀର ଜାତୀୟ ସଭାପତି ଓ କର୍ମକର୍ତ୍ତାଙ୍କୁ ମଧ୍ୟ ସମାନ ଧମକ ମିଳିଥିବା ସୂଚନା ରହିଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ; ବୋମା ମାଡ଼ କରିବାକୁ ଆସିଛି ଚିଠି

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ; ବୋମା ମାଡ଼ କରିବାକୁ ଆସିଛି ଚିଠି

  • Share this:
News 18 Odia Digital

ନୂଆଦିଲ୍ଲୀ; ୧୫ ଦିନ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ମାଡ଼ କରିବାକୁ ଆସିଛି ଧମକ । କେବଳ ସେତିକି ନୁହେଁ ଭାରତୀୟ କୃଷକ ଗୋଷ୍ଠୀର ଜାତୀୟ ସଭାପତି ଓ କର୍ମକର୍ତ୍ତାଙ୍କୁ ମଧ୍ୟ ସମାନ ଧମକ ମିଳିଥିବା ସୂଚନା ରହିଛି । ସଲମାନ ସିଦ୍ଦିକି ନାମକ କେହି ଜଣେ ଏପରି ଧମକ ଦେଇଥିବା ବେଳେ ପୋଲିସ ଏନେଇ ମାମଲା ରୁଜୁ କରି ପଦକ୍ଷପ ଆଗକୁ ବଢାଉଛି ।

ଆଲମବାଗରେ ରହୁଥିବା PIL କର୍ମକର୍ତ୍ତା ଦେବେନ୍ଦ୍ର ତିୱାରୀଙ୍କ ଘର ସାମ୍ନାରେ ଏକ ବ୍ୟାଗ ଠାବ କରାଯାଇଛି । ସେଥିରେ ଏପରି ଏକ ଚିଠି ରହିଥିଲା ଯେଉଁଥିରେ ଏ ସମସ୍ତ ହତ୍ୟା ଧମକ ଉଲ୍ଲେଖ ରହିଛି । ତେବେ ଦେବେନ୍ଦ୍ର ଏନେଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଛାନଭିନ ଚଳାଇଛି ।
ଚିଠିରେ ଉଲ୍ଲେଖ ଥିବା ଲେଖାନୁସାରେ, ଦେବେନ୍ଦ୍ରଙ୍କୁ ସଲମାନ ସିଦ୍ଦିକ କିମ୍ୱା ତାଙ୍କ ସପକ୍ଷର କେହି ଅନେକ ଥର କୌଣସୀ ବିଷୟରେ ବୁଝାଇଛନ୍ତି । ଏହା ମଧ୍ୟ ଉଲ୍ଲେଖ ରହିଛି PIL କାରଣରୁ କଂସେଇଖାନା ଗୁଡ଼ିକୁ ବନ୍ଦ କରାଗଲା । ଅନେକଙ୍କ ପେଟରେ ଲାତ ମାରି ଆଖିରେ ଲୁହ ଦିଆଯାଇଛି । ସେହି କାରଣରୁ ହତ୍ୟା ଧମକ ଦିଆଯାଇଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, କିଛିଦିନ ତଳେ ଦେବେଦ୍ର ତିୱାରୀ ବେଆଇନ କଂସେଇଖାନା ବାବଦରେ କୋର୍ଟରେ ଜନସ୍ୱାର୍ଥ ମାମଲା କରିଥିଲେ । ଏହା ପରଠୁ ଅନେକ ଗୋଷ୍ଠୀ ଘଟଣାକୁ ତୀବ୍ର ବିରୋଧ କରିବା ସହ ଦେବେନ୍ଦ୍ରଙ୍କ ଉପରେ କ୍ରୋଧିତ ହୋଇଥିଲେ । ଯାହାର ପରିଣାମ ସ୍ୱରୂପ ଏପରି ଚିଠି ଆସିଥିବା କୁହାଯାଉଛି । ତେବେ ଚିଠି ପଡ଼ିଥିବା ସ୍ଥାନ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯାଉଛି । ଏପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି ।
Published by:Soubhagya Mishra
First published: