ଅସାଦୁଦ୍ଦୀନ ଅୱେସୀ (ପ୍ରତୀକାତ୍ମକ ଛବି)
News18 Odia Digital
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ବୋଲି ଭାବୁଛନ୍ତି। ରବିବାର ଦିନ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦୀନ ଓୱାଇସି ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରି ଏପରି କହିଛନ୍ତି।
ଗୁଜରାଟର କଚରେ ଆୟୋଜିତ ରାଲିରେ ଉଦବୋଧନ ଦେବା ବେଳେ ଅୱେସୀ କହିଛନ୍ତି,"ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଯାଇଛନ୍ତି। ସେ ଯେକୌଣସି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କର ଘରଦ୍ବାର ଭାଙ୍ଗି ପାରିବେ। ଯେଉଁ ଘରଟି ଭଙ୍ଗାଗଲା ତାହା ଅଭିଯୁକ୍ତଙ୍କ ପତ୍ନୀଙ୍କ ନାମରେ ଥିଲା।
ରବିବାର ଦିନ ‘ପ୍ରୟାଗରାଜ ଡେଭଲପମେଣ୍ଟ ଅଥରିଟି’ (ପିଡିଏ) ଜାଭେଦ ମହମ୍ମଦ ପମ୍ପଙ୍କର ଘର ଭାଙ୍ଗିଥିଲା। ସେ ପ୍ରୟାଗରାଜ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।