Unlock-5.0 Guidelines: ଅନଲକ୍-୫ ନିର୍ଦ୍ଦେଶାବଳୀ ଜାରି ହେଲା; ୫୦% ସିଟ୍ ସହିତ ଖୋଲିବ ସିନେମା ଗୃହ

Unlock 5 Guidelines: କେନ୍ଦ୍ର ଗୃହ ମନ୍ତ୍ରଣାଳୟ (Home Ministry) ଅନଲକ୍ -୫ (Unlock 5) ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

Unlock-5.0 Guidelines: ଅନଲକ୍-୫ ନିର୍ଦ୍ଦେଶାବଳୀ ଜାରି ହେଲା; ୫୦% ସିଟ୍ ସହିତ ଖୋଲିବ ସିନେମା ଗୃହ
୧ ଅକ୍ଟୋବରରୁ ଅନଲକ୍ -୫ ଆରମ୍ଭ ହେବାକୁ ଯାଉଛି
  • News18 Odia
  • Last Updated: September 30, 2020, 8:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ (Home Ministry) ଅନଲକ୍ ୫ (Unlock 5) ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଅନଲକର ଏହି ପର୍ଯ୍ୟାୟରେ ଦୁର୍ଗା ପୂଜା, ନବରାତ୍ରୀ, ଦଶହରା ପରି ଅନେକ ବଡ଼ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି ତେଣୁ ସରକାରଙ୍କ SOPରେ ଏହି ବିଷୟକୁ ଅଧିକ ଧ୍ୟାନ ଦେଇଛନ୍ତି ଯେ କିପରି ଲୋକମାନେ କରୋନା ସଂକ୍ରମଣରୁ ନିଜକୁ ବଞ୍ଚାଇବା ସହ ଏହି ପର୍ବ ପାଳନ କରି ପାରିବ । ଏଥି ସହିତ ମହାରାଷ୍ଟ୍ର ସରକାର କଣ୍ଟେନମେଣ୍ଟ ଜୋନରେ ଲକଡାଉନକୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ।

ଅକ୍ଟୋବର ୧୫ ରୁ ସିନେମା ହଲ୍, ମଲ୍ଟିପ୍ଲେକ୍ସ, ମନୋରଞ୍ଜନ ପାର୍କ ଖୋଲାଯିବ । ଖେଳାଳିଙ୍କ ତାଲିମ ପାଇଁ ସୁଇମିଂ ପୁଲ ଖୋଲାଯିବ । ଖୁବ୍ ଶୀଘ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସିନେମା ହଲ୍, ପ୍ରେକ୍ଷାଳୟ, ମଲ୍ଟିପ୍ଲେକ୍ସ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରିବ ।

ଅକ୍ଟୋବର ୧୫ ପରେ ଅନଲକ୍ ୫ ରେ ବିଦ୍ୟାଳୟ ଓ କୋଚିଂ ପ୍ରତିଷ୍ଠାନ ଖୋଲିବାକୁ ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଛି । ଏଥିପାଇଁ ପିତାମାତାଙ୍କ ସହମତି ମଧ୍ୟ ଆବଶ୍ୟକ ହେବ । ଏକ ବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ସଂପୃକ୍ତ ସଂସ୍ଥା ଦ୍ୱାରା ନିଆଯିବ । ତତ୍କାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯିବ । ଯେଉଁ ବିଦ୍ୟାଳୟଗୁଡ଼ିକ ଅନ୍ଲାଇନ୍ କ୍ଲାସ୍ ନେଉଛନ୍ତି ଯଦି ଛାତ୍ରମାନେ ବିଦ୍ୟାଳୟରେ ପହଞ୍ଚନ୍ତି ନାହିଁ ଓ ଅନ୍ଲାଇନ୍ କ୍ଲାସ୍ କରିବାକୁ ଚାହାଁନ୍ତି, ତେବେ ସେମାନେ ସଂପୂର୍ଣ୍ଣ ଆରାମ ପାଇବେ ।

ସାମାଜିକ, ଶିକ୍ଷାଗତ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ କେବଳ ୧୦୦ ଲୋକଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ ।ଏହିପରି କାର୍ଯ୍ୟକ୍ରମରେ କଣ୍ଟେନମେଣ୍ଟ ଜୋନରେ ରହୁଥିବା ଲୋକଙ୍କ ଅଂଶଗ୍ରହଣ ଉପରେ କଡା ପ୍ରତିବନ୍ଧକ ରହିବ । ଭାରତ ସରକାର କଣ୍ଟେନମେଣ୍ଟ ଜୋନରେ କଡା ଲକଡାଉନ୍ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବ୍ୟବସାୟରୁ ବ୍ୟବସାୟ (B2B) ପ୍ରଦର୍ଶନୀକୁ ଅକ୍ଟୋବର ୧୫ରୁ ଖୋଲିବାକୁ ଅନୁମତି ଦିଆଯିବ ଯେଉଁଥି ପାଇଁ ବାଣିଜ୍ୟ ବିଭାଗ ଦ୍ୱାରା SOP ଜାରି କରାଯିବ ।

ଅନଲକ୍-୪ ଗାଇଡ଼ଲାଇନରେ କେନ୍ଦ୍ର ସରକାର ବିଦ୍ୟାଳୟ ଖୋଲିବା ପାଇଁ ଆଂଶିକ ରିହାତି ପ୍ରଦାନ କରିଥିଲେ । ସେପ୍ଟେମ୍ବର ୨ ରୁ ସାରା ଦେଶରେ ବିଦ୍ୟାଳୟଗୁଡ଼ିକ ଆଂଶିକ ଖୋଲାଯାଉଛି । ଯଦିଓ ଅଧିକାଂଶ ରାଜ୍ୟରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି । କେତେକ ରାଜ୍ୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରର ସବୁଜ ସଙ୍କେତକୁ ଅପେକ୍ଷା କରିଛନ୍ତି ।

କର୍ଣ୍ଣାଟକରେ ୧୫ ଅକ୍ଟୋବର ପର୍ଯ୍ୟନ୍ତ କୌଣସି ସ୍କୁଲ ଅନୁମତି ନାହିଁ
ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବିଭାଗ ହାଇସ୍କୁଲ ଏବଂ ପ୍ରି-ୟୁନିଭରସିଟି କଲେଜ ଛାତ୍ରମାନଙ୍କୁ ସେମାନଙ୍କ ସ୍କୁଲ କିମ୍ବା ପିୟୁ କଲେଜ କ୍ୟାମ୍ପସ ପରିଦର୍ଶନ କରିବାକୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଅନୁମତି ନ ଦେବାକୁ ନିଷ୍ପତ୍ତି ନେଇଛି ।

ଗୋଟିଏ ଦିନରେ ଭାରତରେ କରୋନା ଜୀବାଣୁ ସଂକ୍ରମଣର ୮୦,୪୭୨ଟି ନୂଆ ସଂକ୍ରମଣ ରିପୋର୍ଟ ହେବା ପରେ ବୁଧବାର ଦିନ ଦେଶର ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୨ ଲକ୍ଷରୁ ଅଧିକ ହୋଇଛି । ଏଥି ସହିତ ସଂକ୍ରମଣମୁକ୍ତ ଲୋକଙ୍କ ସଂଖ୍ୟା ମଧ୍ୟ ୫୧,୮୭,୮୨୫କୁ ବୃଦ୍ଧି ପାଇଛି ଓ ସୁସ୍ଥ ହାର ୮୩.୩୩ ପ୍ରତିଶତରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ମୋଟ ସଂକ୍ରମଣ ମାମଲା ୬୨,୨୫,୭୬୩କୁ ବୃଦ୍ଧି ପାଇଛି ଯେତେବେଳେ କି ୧,୧୭୯ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୯୭,୪୯୭କୁ ବୃଦ୍ଧି ପାଇଛି । ଏହି ଆକଳନ ଅନୁଯାୟୀ ଦେଶରେ କରୋନା ଭୁତାଣୁର ମୃତ୍ୟୁ ହାର ୧.୫୭ ପ୍ରତିଶତ ଅଟେ ।
Published by: Jagdish Barik
First published: September 30, 2020, 8:40 PM IST
corona virus btn
corona virus btn
Loading