ଗ୍ୱାଲିଅର୍ ରେଳ ଷ୍ଟେସନରେ ଏକ ବୋମା ଥିବା ସୂଚନା
News18 Odia Digital
ଭୋପାଳ: ମଧ୍ୟପ୍ରଦେଶର ଗ୍ୱାଲିଅର୍ ରେଳ ଷ୍ଟେସନରେ ଏକ ବୋମା ଥିବା ସୂଚନା ମିଳିବା ମାତ୍ରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୂଚନା ପାଇବା ମାତ୍ରେ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ବର୍ତ୍ତମାନ ଯାତ୍ରୀମାନଙ୍କୁ ଅଟକା ଯାଇଛି। ଡାଏଲ ୧୦୦ରୁ ପୋଲିସ ଏହି ବୋମା ସମ୍ପର୍କରେ ସୂଚନା ପାଇଥିଲା, ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି BD&DS ସର୍ଚ୍ଚ କାର୍ଯ୍ୟ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ପୋଲିସକୁ ଡାଏଲ୍ ୧୦୦ରେ ଜଣେ ଅଜ୍ଞାତ ବ୍ୟକ୍ତି ରେଳ ଷ୍ଟେସନରେ ବୋମା ବିଷୟରେ ସୂଚନା ଦେଇଥିଲେ। ତତକ୍ଷଣାତ୍ ମୋବାଇଲ୍ ବନ୍ଦ ହୋଇଯାଇଥିଲା।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।