ଇରାନ ବିମାନ ଦୁର୍ଘଟଣା ପ୍ରସଙ୍ଗ: ସରକାର ବିରୋଧୀ ପ୍ରଦର୍ଶନରେ ସାମିଲ ହେବା ଯୋଗୁଁ ବ୍ରିଟେନ ରାଜଦୂତ ଗିରଫ

ବ୍ରିଟେନ ରାଜଦୂତ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଇରାନ ଆରୋପ ଲଗାଇଛି ।

ଇରାନ ବିମାନ ଦୁର୍ଘଟଣା ପ୍ରସଙ୍ଗ: ସରକାର ବିରୋଧୀ ପ୍ରଦର୍ଶନରେ ସାମିଲ ହେବା ଯୋଗୁଁ ବ୍ରିଟେନ ରାଜଦୂତ ଗିରଫ
ଇରାନରେ ସରକାର ବିରୋଧୀ ପ୍ରଦର୍ଶନରେ ସାମିଲ ଲୋକମାନେ
  • News18 Odia
  • Last Updated: January 12, 2020, 9:39 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ତେହେରାନ: ତେହେରାନରେ ବ୍ରିଟେନ ରାଜଦୂତଙ୍କୁ ଇରାନ ସରକାରଙ୍କ ବିରୋଧରେ ପ୍ରଦର୍ଶନରେ ସାମିଲ ହୋଇଥିବା ଯୋଗୁଁ ତାଙ୍କୁ ଗିରଫ କରାଯାଇଛି । ପରେ ତାଙ୍କୁ ଛାଡ଼ିଦିଆଯାଇଥିଲା । ୟୁକ୍ରେନର ବିମାନକୁ ଭୁଲରେ ରକେଟ ମାଡ଼ କରି ଖସାଇବା ପରେ ଚାରିଆଡୁ ସରକାରଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ୁଛି । ବ୍ରିଟେନ ରାଜଦୂତ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲେ । ବ୍ରିଟେନ ରାଜଦୂତ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଇରାନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଇରାନର ଏକ ଖବରକାଗଜ ଦ୍ବାରା ଟୁଇଟ କରାଯାଇଥିବା ବ୍ରିଟେନ ରାଜଦୂତଙ୍କ ଗିରଫ ସମୟର ଫଟୋ


ବ୍ରିଟେନ ରାଜଦୂତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଆୟୋଜିତ ଶୋକ ସଭାରେ ସାମିଲ ହୋଇଥିଲେ । ତେବେ ହଠାତ୍ ଏହି ସଭା ବିରୋଧ ପ୍ରଦର୍ଶନରେ ପରିବର୍ତ୍ତିତ ହୋଇଯାଇଥିଲା । ତେବେ ସେଠାରୁ ଦୂତାବାସ ଯିବା ପୂର୍ବରୁ ଏକ ସେଲୁନରେ ଚୁଟି  କାଟିବାକୁ ରହିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ଅନ୍ତର୍ଜାତୀୟ ଆଇନ ଅନୁସାରେ ତାଙ୍କୁ ଛାଡ଼ିଦିଆଯାଇଥିଲା । ଇରାନାର ଏକ ଖବରକାଗଜ ତାଙ୍କ ଗିରଫର ଫଟୋ ମଧ୍ୟ ଟୁଇଟ୍ କରିଛି ।

୧୧ ତାରିଖରେ ପ୍ରଦର୍ଶନକାରୀମାନେ ହଜାର ହଜାର ସଂଖ୍ୟାରେ ଏକତ୍ରିତ ହୋଇ ବର୍ତ୍ତମାନ ସୁପ୍ରିମ ଲୀଡର ଆୟାତୁଲ୍ଲା ଖାମନୋଇଙ୍କୁ ଇସ୍ତଫା ଦେବାକୁ କହିଥିଲେ । ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କୁ ନିଜର ସମର୍ଥନ ଜଣାଇଛନ୍ତି ।
Published by: Durgamadhab Rath
First published: January 12, 2020, 9:39 AM IST
corona virus btn
corona virus btn
Loading