ଟିକଟକରୁ ଆରମ୍ଭ ହେଲା ପ୍ରେମ କାହାଣୀ; ଭଲ ପାଇବା ପରେ ବାହାହେଲେ ଏହି ଦମ୍ପତି

ଚାରି ବର୍ଷ ତଳେ ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ନାଜନିନ୍ ଏବଂ ଦୀପକ ଗୋସ୍ୱାମୀ ପରସ୍ପରକୁ ଭଲ ପାଉଥିଲେ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟିକଟକରେ ଦୁହେଁ ପରସ୍ପରକୁ ଜାଣିଥିଲେ।

ଟିକଟକ୍ ରୁ ଆରମ୍ଭ ହେଲା ପ୍ରେମ କାହାଣୀ

ଟିକଟକ୍ ରୁ ଆରମ୍ଭ ହେଲା ପ୍ରେମ କାହାଣୀ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଚାରି ବର୍ଷ ତଳେ ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ନାଜନିନ୍ ଏବଂ ଦୀପକ ଗୋସ୍ୱାମୀ ପରସ୍ପରକୁ ଭଲ ପାଉଥିଲେ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟିକଟକ୍ ରେ ଦୁହେଁ ପରସ୍ପରକୁ ଜାଣିଥିଲେ। ଭାରତରେ ଟିକଟକ୍ ବ୍ୟାନ ହେଲା ପରେ ମଧ୍ୟ ସେମାନଙ୍କ ପ୍ରେମ ସମ୍ପର୍କ ଜାରି ରହିଥିଲା। ବର୍ତ୍ତମାନ ନାଜନିନ୍ ନିଜର ମୁସଲମାନ ଧର୍ମ ଛାଡି ସନାତନ ଧର୍ମକୁ ଗ୍ରହଣ କରିଛନ୍ତି ଏବଂ ଉଭୟ ସାତୋଟି ଜନ୍ମର ବନ୍ଧନରେ ବାନ୍ଧି ହୋଇଛନ୍ତି। ନାଜନିନ୍ ତାଙ୍କ ନାମ ନାନ୍ସିରେ ପରିବର୍ତ୍ତନ କରିଛନ୍ତି।

ଗାୟତ୍ରୀ ମନ୍ଦିରରେ ଆୟୋଜିତ ଏହି ବିବାହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନାଜନିନ୍ ତାଙ୍କ ପ୍ରେମିକ ଦୀପକ ଗୋସ୍ୱାମୀଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ସନାତନ ଧର୍ମ ଗ୍ରହଣ କରି ବିବାହ କରିଛନ୍ତି। ଦୀପକ ଏବଂ ନାନ୍ସି ସେମାନଙ୍କ ସୁରକ୍ଷା ପାଇଁ ପୋଲିସ ଏବଂ ପ୍ରଶାସନକୁ ନିବେଦନ କରିଛନ୍ତି। ବିବାହ ପରେ ବର୍ତ୍ତମାନ ଉଭୟ ନିଜ ପରିବାର ସହିତ ଗୁନା ଜିଲ୍ଲାର କୁମ୍ବରାଜରେ ରହୁଛନ୍ତି।

ଦୁଇଜଣଙ୍କ ଲଭ ଷ୍ଟୋରି ଫିଲ୍ମରୁ କମ୍ ନୁହେଁ। ଟିକଟକରେ ଦେଖା ହେଲାପରେ ସେମାନେ ଭଲ ସାଙ୍ଗ ମଧ୍ୟ ଥିଲେ। କିଛି ଦିନ ପରେ ବନ୍ଧୁତା ପ୍ରେମରେ ପରିଣତ ହେଲା ଏବଂ ସେମାନେ ବିବାହ କରିବାକୁ ସ୍ଥିର କଲେ। ଦୀପକଙ୍କ ଘର ଲୋକ ତାଙ୍କ ବାହାଘର ଅନ୍ୟଜଣେ ଝିଅଙ୍କ ସହ ଠିକ୍ କରାଇଥିଲେ। ଦୁହେଁ ଭଲ ପାଇବାର ୭ ମାସ ପରେ ଘରେ ନଜଣାଇ ଘରୁ ପଳାଇଆସିଥିଲେ। ସେହି ସମୟରେ ନାଜନିନ୍ ଦୀପକଙ୍କୁ କହିଥିଲେ ଯେ ସେ ସନାତନ ଧର୍ମ ଗ୍ରହଣ କରିବାକୁ ପ୍ରସ୍ତୁତ।

ବିବାହ ଅବସରରେ ସାଧୁମାନେ ପହଞ୍ଚି ଆଶୀର୍ବାଦ ମଧ୍ୟ ଦେଇଥିଲେ। ଦୀପକ ତାଙ୍କ ପ୍ରେମ କାହାଣୀ ବିଷୟରେ କହିଥିଲେ, 'ମୁଁ ୨୦୧୯ରେ ଟିକଟକ ଚଳାଇବା ସମୟରେ ତାଙ୍କୁ ଭେଟିଥିଲି। ତାଙ୍କ ଘର ମୋ ଘରଠାରୁ ୨୦୦ ମିଟର ଦୂରରେ ଥିଲା। ତାଙ୍କୁ ଆଜି ବହାହୋଇ ମୁ ବହୁତ ଖୁସି"।
Published by:Soumyashree Mishra
First published: