ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାୟକ ଆହତ; ତାଙ୍କ ପତ୍ନୀ ଓ PAଙ୍କ ମୃତ୍ୟୁ ହେଲା

ଏହି ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ଶ୍ରୀପଦ ନାୟକଙ୍କୁ ଗୋଆର ଏକ ହସପିାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ PM ନରେନ୍ଦ୍ର ମୋଦୀ ଗୋଆର CM ପ୍ରମୋଦ ସାୱନ୍ତଙ୍କ ସହ କଥା ହୋଇଛନ୍ତି ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାୟକ ଆହତ; ତାଙ୍କ ପତ୍ନୀ ଓ PAଙ୍କ ମୃତ୍ୟୁ ହେଲା
ଶ୍ରୀପଦ ନାୟକ; (ଡାହାଣ) ଦୁର୍ଘଟଣା ପରେ ତାଙ୍କ କାରର ଏକ ଦୃଶ୍ୟ
  • News18 Odia
  • Last Updated: January 11, 2021, 10:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଶ୍ରୀପଦ ନାୟକ (Shripad Naik) ଆହତ ହୋଇଛନ୍ତି ଓ ତାଙ୍କ ପତ୍ନୀ ବିଜୟାଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ନାୟକଙ୍କ ଗୃହ ରାଜ୍ୟ କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଘଟିଛି (Shripad Naik car accident) ।

ଏହି ଦୁର୍ଘଟଣା ବିଷୟରେ ଜାଣିଥିବା ଅଧିକାରୀମାନେ କହିଛନ୍ତି ଯେ ଏହି ଦୁର୍ଘଟଣାରେ କେନ୍ଦ୍ର ପ୍ରତିରକ୍ଷା ଓ ଆୟୁଷ ରାଜ୍ୟ ମନ୍ତ୍ରୀ ଶ୍ରୀପଦ ନାୟକଙ୍କ PA (ବ୍ୟକ୍ତିଗତ ସହାୟକ) ଦୀପକ ଦୁବେଙ୍କର ମଧ୍ୟ ମୃତ୍ୟୁ ଘଟିଛି (Shripad Naik accident)। ସେମାନେ ଏକତ୍ର ଯାଉଥିବା କାରରେ ଚାରି ଜଣ ଥିଲେ । ସେମାନେ ୟାଲପୁରାରୁ ଗୋକାର୍ଣ୍ଣ ଅଭିମୁଖେ ଯାତ୍ରା କରୁଥିଲେ (Shripad Naik wife dead in accident)।

ଏହା ବି ପଢ଼ନ୍ତୁ | ଜେଲ୍କୁ ଯିବା ବେଳେ ଲଗାତର ହସୁଥିଲେ BJD MLA ପ୍ରଦୀପ ପାଣିଗ୍ରାହୀ; ଦିନେ ନବୀନ ପଟ୍ଟନାୟକଙ୍କ ଭାରି ପ୍ରିୟ ଥିଲେ

ନ୍ୟୁଜ୍ ୧୮କୁ ସୂତ୍ରମାନେ କହିଛନ୍ତି ଯେ ଶ୍ରୀପଦ ନାୟକ ଏହି ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ତାଙ୍କୁ ଗୋଆରେ ଏକ ହସପିାଲକୁ ସ୍ଥାନାନ୍ତର କରାଯାଇଛି । ନାୟକଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଗୋଆର ମୁଖ୍ୟ ମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ କଥା ହୋଇଛନ୍ତି ।

ଦୁର୍ଘଟଣା କର୍ଣ୍ଣାଟକର ଆଙ୍କୋଲା ତାଲୁକର ହୋସାକମ୍ବୀ ଗ୍ରାମରେ ଘଟିଛି।


ଏହି ଦୁର୍ଘଟଣା କର୍ଣ୍ଣାଟକର ଆଙ୍କୋଲା ତାଲୁକର ହୋସାକମ୍ବୀ ଗ୍ରାମରେ ଘଟିଥିଲା । ମନ୍ତ୍ରୀ ଶ୍ରୀପଦ ନାୟକଙ୍କ କାରଟି ଓଲଟି ପଡ଼ିଥିଲା । ଦୁର୍ଘଟଣାର କାରଣ ସମ୍ପର୍କରେ ଏ ପର୍ଯ୍ୟନ୍ତ ବିସ୍ତୃତ ଖବର ମିଳିପାରି ନାହିଁ ।

ଏହା ବି ପଢ଼ନ୍ତୁ | ମରିଗଲା ଶିଶୁ କାଳିଆ, ଏକା ହୋଇଗଲା ତାଭାଇ ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲା

‘‘ଆଙ୍କୋଲା ନିକଟରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାୟକଙ୍କ କାର୍‌ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ବିଷୟରେ ଜାଣି ମୁଁ ମର୍ମାହତ । ସେମାନଙ୍କ ପରିବାର ଓ ବନ୍ଧୁମାନଙ୍କୁ ମୋ’ର ଗଭୀର ସମବେଦନା । ଶ୍ରୀପଦଜୀଙ୍କ ଶୀଘ୍ର ଆରୋଗ୍ୟ ଲାଭ ପାଇଁ ପ୍ରାର୍ଥନା କରୁଛି ଓ ଆଶା କରୁଛି ସେ ବିପଦରୁ ବାହାରିଯିବେ,’’ କର୍ଣ୍ଣାଟକର ରାଜସ୍ୱ ମନ୍ତ୍ରୀ ଆର. ଭି. ଦେଶପାଣ୍ଡେ ଏକ ଟ୍ୱିଟ କରି କହିଛନ୍ତି ।



ଏହି ଦୁର୍ଘଟଣା ବିଷୟରେ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଉଛି ।
Published by: Anand Shankar Thankur Das
First published: January 11, 2021, 10:40 PM IST
corona virus btn
corona virus btn
Loading