କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାସୱାନ ପରଲୋକ ଗଲେ; ୫ ଦିନ ତଳେ ହୃଦୟ ଅପରେସନ୍ ହୋଇଥିଲା

ନିଜ ରାଜନୈତିକ ଚତୁରତା ପାଇଁ ‘‘ପାଣିପାଗ ବୈଜ୍ଞାନିକ’’ (weather scientist) ବୋଲି କୁହାଯାଉଥିବା ରାମ ବିଳାସ ପାସୱାନ (Ram Vilas Paswan) ଛଅ ଜଣ ପ୍ରଧାନ ମନ୍ତ୍ରୀଙ୍କ ସମୟରେ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ । ସେ ବିହାରର ଜଣେ ବଳିଷ୍ଠ ଦଳିତ ନେତା (Dalit leader) ଥିଲେ ।

କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାସୱାନ ପରଲୋକ ଗଲେ; ୫ ଦିନ ତଳେ ହୃଦୟ ଅପରେସନ୍ ହୋଇଥିଲା
ରାମ ବିଳାସ ପାସୱାନ
  • News18 Odia
  • Last Updated: October 8, 2020, 9:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାସୱାନଙ୍କ (Ram Vilas Paswan) ନୂଆ ଦିଲ୍ଲୀରେ ଏକ ହସପିଟାଲରେ ଦେହାନ୍ତ ହୋଇଛି । ପାସୱାନଙ୍କ ପୁଅ ଚିରାଗ ପାସୱାନ (Chirag Paswan) ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ରାମ ବିଳାସ ପାସୱାନ ଗତ କିଛି ଦିନ ଧରି ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଅକ୍ଟୋବର ୩ରେ ବିଳମ୍ବିତ ରାତିରେ ରାମ ବିଳାସ ପାସୱାନଙ୍କ ହୃଦୟ ଅପରେସନ୍ (heart surgery) କରାଯାଇଥିଲା ।

ଲୋକ ଜନଶକ୍ତି ପାର୍ଟିର (Lok Janshakti Party – LJP) ନେତା ରାମବିଳାସ ପାସୱାନ ନରେନ୍ଦ୍ର ମୋଦିଙ୍କ (Narendra Modi) ସରକାରରେ ଏବେ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଥିଲେ । ସେ ନଅ ଥର ସାଂସଦ ନିର୍ବାଚିତ ହୋଇଥିଲେ । ସେ ବିହାରରୁ (Bihar) ଲୋକସଭାକୁ ଆଠ ଥର ଓ ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଥିଲେ । ୧୯୬୯ରେ ସେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ ।

ନିଜ ରାଜନୈତିକ ଚତୁରତା ପାଇଁ ‘‘ପାଣିପାଗ ବୈଜ୍ଞାନିକ’’ (weather scientist) ବୋଲି କୁହାଯାଉଥିବା ପାସୱାନ ଛଅ ଜଣ ପ୍ରଧାନ ମନ୍ତ୍ରୀଙ୍କ ସମୟରେ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ । ସେ ବିହାରର ଜଣେ ବଳିଷ୍ଠ ଦଳିତ ନେତା (Dalit leader) ଥିଲେ ।

ପୁଅ ଚିରାଗ ପାସୱାନଙ୍କ ସହ ସଂସଦରେ ରାମ ବିଳାସ ପାସୱାନ


୫ ଜୁଲାଇ ୧୯୪୬ରେ ବିହାରର ଖଗଡ଼ିଆରେ ଜନ୍ମ ଗ୍ରହଣ କରିଥିବା ରାମ ବିଳାସ ପାସୱାନ ୧୯୬୯ ମସିହାରେ କୋସି କଲେଜ ଓ ପାଟନା ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ସମାପ୍ତ କରିବା ପରେ ବିହାରରେ ଡିଏସପି ଭାବରେ ଯୋଗ ଦେଇଥିଲେ । ୧୯୬୯ ମସିହାରେ ୟୁନାଇଟେଡ୍ ସୋସିଆଲିଷ୍ଟ ପାର୍ଟିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପାସୱାନ୍ ରାଜ ନାରାୟଣ ଓ ଜୟପ୍ରକାଶ ନାରାୟଣଙ୍କୁ ଅନୁସରଣ କରୁଥିଲେ ।

ପିତାଙ୍କ ମୃତ୍ୟୁ ପରେ ତାଙ୍କ ସହ ଶିଶୁ ବେଳର ଏହି ଫଟୋ ସେୟାର୍‌ କରିଛନ୍ତି ଚିରାଗ ।


ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ମୃତ୍ୟୁ ହେଲା; ଡାଏଟିଂ କରୁଥିଲେ, କିଡନୀ ଫେଲ୍ ହେଲା

ଏହା ବି ପଢ଼ନ୍ତୁ | ହାଥରସ ଯିବା ବାଟରେ ରାହୁଳ ଓ ପ୍ରିୟଙ୍କା କାର୍‌ରେ ହସୁଥିଲେ; BJP କହିଲା ‘‘ରାଜନୈତିକ ଶାଗୁଣାବାଦ’’

୧୯୭୪ରେ ପ୍ରଥମ ଥର ପାଇଁ ପାସୱାନଙ୍କୁ ଲୋକ ଦଳର ସାଧାରଣ ସମ୍ପାଦକ କରାଯାଇଥିଲା । ସେ ବ୍ୟକ୍ତିଗତ ଭାବେ ରାଜ ନାରାୟଣ, କର୍ପୁରୀ ଠାକୁର ଓ ସତ୍ୟେନ୍ଦ୍ର ନାରାୟଣ ସିହ୍ନାଙ୍କ ପରି ଜରୁରୀକାଳୀନ ପରିସ୍ଥିତିର ପ୍ରମୁଖ ନେତାଙ୍କ ନିକଟତର ଥିଲେ ।



ରାମ ବିଳାସ ପାସୱାନ ଦୁଇଟି ବିବାହ କରିଥିଲେ । ତାଙ୍କର ପ୍ରଥମ ପତ୍ନୀ ରାଜକୁମାରୀ ଦେବୀଙ୍କ ସହ ତାଙ୍କର ସମ୍ପର୍କ ୧୯୬୯ରୁ ୧୯୮୧ ମସିହା ପର୍ଯ୍ୟନ୍ତ ରହିଥିଲା । ସେ ୧୯୮୨ରେ ରୀନା ଶର୍ମାଙ୍କୁ ବିବାହ କରିଥିଲେ । ପାସୱାନଙ୍କର ଦୁଇ ଝିଅ ଉଷା ପାସୱାନ ଓ ଆଶା ପାସୱାନ୍ ଏବଂ ପୁଅ ଚିରାଗ ପାସୱାନ୍ ଅଛନ୍ତି । ଚିରାଗ ଏବେ ଲୋକ ଜନଶକ୍ତି ପାର୍ଟିର ସଂସଦୀୟ ଦଳର ନେତା ଅଛନ୍ତି ।
Published by: Anand Shankar Thankur Das
First published: October 8, 2020, 9:33 PM IST
corona virus btn
corona virus btn
Loading