News18 Odia Digital
Nitin Gadkari: କେନ୍ଦ୍ର ମନ୍ତ୍ରୀ (Union Minister) ନୀତିନ ଗଡକରୀଙ୍କୁ (Nitin Gadkari)ମୃତ୍ୟୁ ଧମକ (Threat) ମିଳିଛି। ତାଙ୍କୁ ଧମକପୂର୍ଣ୍ଣ କଲ୍ ଆସିଥିଲା। ସୂଚନାନୁସାରେ, ନୀତିନ ଗଡକରୀଙ୍କୁ ଶନିବାର ସକାଳ ୩ ଥର ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା।
ପୋଲିସର ନଜରକୁ ଆସିବା ପରେ ମାମଲାର ତଦନ୍ତ ଆରମ୍ଭ ହୋଇଛି। ନାଗପୁରର ଜନସମ୍ପର୍କ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଫୋନ୍ କଲ ଆସିଥିଲା। ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଲୋକସମ୍ପର୍କ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଥିଲା।
ମୋଦି ସରକାରଙ୍କ ମଧ୍ୟରେ ନୀତିନ ଗଡକରୀ ଜଣେ ସର୍ବୋତ୍ତମ କାର୍ଯ୍ୟ କରୁଥିବା ମନ୍ତ୍ରୀ ଭାବରେ ବେଶ୍ ଜଣାଶୁଣା। ସୋସିଆଲ ମିଡ଼ିଆରେ ନୀତିନ ଗଡକରୀ ମଧ୍ୟ ବହୁତ ସକ୍ରିୟ ରୁହନ୍ତି। ଟ୍ୱିଟରରେ ନୀତିନଙ୍କର ୧୨ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି।
ଏହି ଖବର ବି ପଢ଼ନ୍ତୁhttps://odia.news18.com/photogallery/trending/how-to-make-aadhaar-card-read-details-2lpd-100123-lpd-147183.htmlତାଙ୍କୁ ଧମକ ମିଳିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ବର୍ତ୍ତମାନ ପୋଲିସ ଅପରାଧୀଙ୍କୁ ଖୋଜୁଛି।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ନୀତିନଙ୍କୁ ଫୋନରେ ମୃତ୍ୟୁ ଧମକ ଦିଆଯାଇଛି। ମାମଲାର ଖବର ପାଇବା ପରେ ଆମ ଦଳ ନାଗପୁରରେ ଥିବା ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଫୋନ୍ କଲରଙ୍କ ସ୍ଥାନ ଅନୁସନ୍ଧାନ କରୁଛି। ଯିଏ ଦୋଷୀ, ଯଥାଶୀଘ୍ର ଧରାଯିବ। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କୁହାଯାଉଛି ଯେ ନୀତିନଙ୍କୁ ତିନିଥର ଧମକପୂର୍ଣ୍ଣ ଫୋନ୍ କଲ ଆସିଛି। ଫୋନ୍ ପ୍ରଥମ ଥର ପାଇଁ ୧୧.୨୯ରେ, ଦ୍ୱିତୀୟ ଥର ୧୧.୩୫ରେ ଏବଂ ତୃତୀୟ ଥର ଦିନ ୧୨.୩୨ରେ ଆସିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।