News18 Odia Digital
କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ତାଙ୍କ ବିବୃତ୍ତି ପାଇଁ ପ୍ରାୟତଃ ମିଡି଼ଆ ହେଡ଼ଲାଇନରେ ରହିଥାନ୍ତି। କାରଣ ସେ ସର୍ବଦା ନିଜ ମତକୁ ଖୋଲାଖୋଲି ରଖନ୍ତି। ରବିବାର ଦିନ ମହାରାଷ୍ଟ୍ରର ନାଗପୁରରେ ଏକ କାର୍ଯ୍ୟକ୍ରମରେ ନୀତିନ ଗଡକରୀ ଯୋଗ ଦେଇଥିଲେ। ଯେଉଁଠାରେ ଗଡ଼କରୀ ଏହି କାର୍ଯ୍ୟକ୍ରମ ସମୟରେ ଲୋକଙ୍କ ସହ ରାଜନୀତି ବିଷୟରେ ନିଜର ବ୍ୟକ୍ତିଗତ ମତ ବାଣ୍ଟିଥିଲେ । ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ରାଜନୀତିର ଉଦ୍ଦେଶ୍ୟ ଉପରେ ନିଜର ମତ ଦେଇଛନ୍ତି।
ବାସ୍ତବରେ, ଗଡ଼କରୀ ଲୋକଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ, 'ବେଳେବେଳେ ମୋତେ ଲାଗେ ଯେତେବେଳେ ମୁଁ ରାଜନୀତି କେବେ ଛାଡ଼ିବି ଓ କେବେ ନୁହେଁ। କାରଣ ରାଜନୀତି ବ୍ୟତୀତ ଜୀବନରେ ଅନେକ ଜିନିଷ ଅଛି ଯାହା କରିବା ଉଚିତ। ଆମକୁ ବୁଝିବା ଉଚିତ ଯେ ଏହି ରାଜନୀତି କ’ଣ?
ନୀତିନ ଗଡ଼କରୀ ଆହୁରି କହିଛନ୍ତି, ଯଦି ଆମେ ସାବଧାନତାର ସହ ଦେଖିବା ତେବେ ରାଜନୀତି କେବଳ ସମାଜ ପାଇଁ ଓ ସମାଜ ବିକାଶ ପାଇଁ। କିନ୍ତୁ ଯଦି ଆମେ ବର୍ତ୍ତମାନର ରାଜନୀତିକୁ ଦେଖିବା ତେବେ ଏହା କେବଳ ଶାସନ ପାଇଁ ଶତପ୍ରତିଶତ ଅଟେ।
କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଏହି ବିବୃତ୍ତି ନୂଆ ମାମଲା ନୁହେଁ। ନିକଟରେ ଗଡ଼କରୀ କହିଥିଲେ, 'ରାଜନୀତିରେ ମଧ୍ୟ ସମସ୍ତେ ଦୁଃଖୀ ଅଛନ୍ତି। ଯଦି ଜଣେ ବିଧାୟକ ଅଛନ୍ତି, ତାଙ୍କୁ ମନ୍ତ୍ରୀ କରାଯାଇ ନ ଥିବାରୁ ସେ ଦୁଃଖିତ। ଯଦି କୌଣସି ମନ୍ତ୍ରୀ, ତାଙ୍କୁ ଭଲ ପୋର୍ଟଫୋଲିଓ ଦିଆଯାଇ ନ ଥିବାରୁ ସେ ଦୁଃଖିତ। ଯଦି ବିଭାଗ ଭଲ ତେବେ ସେ ଦୁଃଖିତ ଯେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ନାହିଁ ଇ ଯିଏ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତାଙ୍କୁ କେବେ ହଟାଇ ଦିଆଯିବ ସେ ନେଇ ଚିନ୍ତିତ ଅଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।