କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ଼ ଆକ୍ସନ: ୧୮ଟି ଫାର୍ମାସ୍ୟୁଟିକାଲ୍ କମ୍ପାନିର ଲାଇସେନ୍ସ ରଦ୍ଦ
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ:: ବିଦେଶକୁ ଖରାପ ମାନର ଔଷଧ (Medicine) ଏବଂ କଫ୍ ସିରପ୍ ରପ୍ତାନୀ କରିବା ଅଭିଯୋଗରେ ବଡ଼ ଆକ୍ସନ୍ । ୧୮ଟି ଫାର୍ମାସ୍ୟୁଟିକାଲ୍ କମ୍ପାନିର ଲାଇସେନ୍ସ ରଦ୍ଦ କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଏହି କମ୍ପାନି ଗୁଡ଼ିକ ବର୍ତ୍ତମାନ ପାଇଁ କୌଣସି ପ୍ରକାର ଔଷଧ ତିଆରି କରିପାରିବେ ନାହିଁ । ୨୬ଟି କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି ।
ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନି ଗୁଡ଼ିକ ବିଦେଶକୁ କମ ଗୁଣାତ୍ମକ ମାନଯୁକ୍ତ ଔଷଧ ଏବଂ କଫ୍ ସିରପ୍ (cough syrup) ରପ୍ତାନୀ କରୁଥିବା ନେଇ ଗତ କିଛିଦିନ ହେବ ଲଗାତାର ଅଭିଯୋଗ ହେଉଥିଲା । ଭାରତୀ କମ୍ପାନିଙ୍କ ପ୍ରସ୍ତୁତ କଫ୍ ସିରପ୍ ଖାଇ ଗତବର୍ଷ ଉଜବେକିସ୍ତାନରେ ୧୮ ପିଲାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା । ସେହିଭଳି ଚେନ୍ନାଇ (chennai) ସ୍ଥିତ ଏକ କମ୍ପାନିର ଆଖି ଔଷଧରେ ଆମେରିକାର ୫୫ ଜଣ ପ୍ରଭାବିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଦୃଷ୍ଟି ଶକ୍ତି ହରାଇଛନ୍ତି । ଗାମିବ୍ୟାରୁ ମଧ୍ୟ ଭାରତୀୟ ଔଷଧକୁ ନେଇ ଗୁରୁତର ଅଭିଯୋଗ ଆସିଥିଲା । ବିଦେଶରୁ ଏଭଳି ଗୋଟେ ପରେ ଗୋଟେ ଗୁରୁତର ଅଭିଯୋଗକୁ ଗୁରୁତ୍ୱର ସହ ନେଇଥିଲା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଡ୍ରଗ୍ସ କଂଟ୍ରୋଲର୍
(drug controler) ଜେନେରାଲ୍ ଅଫ୍ ଇଣ୍ଡିଆ ଓ ବିଭିନ୍ନ ରାଜ୍ୟର ଶାଖା ସହ ମିଳିତ ଭାବେ ଗତ ୧୫ ଦିନ ହେବ ଚଢ଼ାଇ ଜାରି ରଖିଥିଲା । ପ୍ରାୟ ୨୦ଟି ରାଜ୍ୟରେ ୭୬ଟି କମ୍ପାନିର ୨୦୩ ମାନୁଫାକଚରିଂ ୟୁନିଟରେ ଚଢ଼ାଉ କରିଥିଲା । ସାମ୍ପଲ୍ ଆଣି ପରୀକ୍ଷଣ କରିବା ପରେ ନିଆଯାଇଛି ଆକ୍ସନ୍ ।
ଏହି ଖବର ପଢ଼ନ୍ତୁ -
ଚାଷ ସମ୍ବନ୍ଧୀୟ ବ୍ୟବସାୟରେ ସରକାର ଦେବେ ୧୮ ଲକ୍ଷ: ଏମିତି କରନ୍ତୁ ଆବେଦନPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।