୧୦ ଲକ୍ଷ ଚାକିରି ଦେବା ନେଇ କେନ୍ଦ୍ର ସରକାର ବିଚାର କରୁଛନ୍ତି: PM ମୋଦି

ଯୁବକମାନଙ୍କ ପାଇଁ ସରକାରୀ ଚାକିରି ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ସରକାର ୧୦ ଲକ୍ଷ ଚାକିରି ଯୋଗାଇବା ଉପରେ ବିଚାର କରୁଛନ୍ତି।

Pm ମୋଦି (ପ୍ରତୀକାତ୍ମକ ଛବି)

Pm ମୋଦି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସରକାର ୧୦ ଲକ୍ଷ ଚାକିରି ଯୋଗାଇବା ଉପରେ ବିଚାର କରୁଛନ୍ତି। ଗୁଜୁରାଟ ସରକାରଙ୍କ ଦ୍ୱାରା ଆୟୋଜିତ 'ରୋଜଗାର ମେଳା' ପାଇଁ ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ ଯୁବକମାନଙ୍କ ପାଇଁ ସରକାରୀ ଚାକିରି ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ବିଜେପି ଶାସିତ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ହୋଇଥିବା 'ଚାକିରି ମେଳାରେ' ଗୁଜୁରାଟ ପଞ୍ଚାୟତ ସେବା ବୋର୍ଡ ଦ୍ୱାରା ୫ ହଜାର ନିଯୁକ୍ତି ପତ୍ର ଦିଆଯାଇଥିବାବେଳେ ଗୁଜୁରାଟ ସବ୍ ଇନ୍ସପେକ୍ଟର ନିଯୁକ୍ତି ବୋର୍ଡ ଦ୍ୱାରା ୮ହଜାର ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଧନତେରାସ ପବିତ୍ର ଦିନରେ ଆମେ ଜାତୀୟ ସ୍ତରରେ ନିଯୁକ୍ତି ମେଳା ଆୟୋଜନ କରିଥିଲୁ ଯେଉଁଠାରେ ୭୫ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦିଆଯାଇଥିଲା। ଆସନ୍ତା ମାସରେ ଜାତୀୟ ତଥା ରାଜ୍ୟ ସ୍ତରରେ ଏଭଳି ଚାକିରି ମେଳା ଆୟୋଜନ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ନିଯୁକ୍ତି ପାଇଁ ଗୁଜୁରାଟର ନୂତନ ଶିଳ୍ପ ନୀତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତୃତୀୟ ଓ ଚତୁର୍ଥ ଶ୍ରେଣୀ ନିଯୁକ୍ତି ପାଇଁ ସାକ୍ଷାତକାର ପ୍ରକ୍ରିୟା ସମାପ୍ତ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଜ୍ୟ କରିବା ଆମର ଲକ୍ଷ୍ୟ। ଆଗାମୀ ୨୫ ବର୍ଷ ଆମ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମକୁ ବହୁତ ବିକାଶ କରିବାକୁ ପଡିବ ଓ ଆପଣ ସମାଜ ତଥା ଦେଶ ପ୍ରତି ତୁମର କର୍ତ୍ତବ୍ୟ କରିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ୨୦୨୨ ଗୁଜୁରାଟ ସରକାର ପ୍ରାୟ ୩୫ହଜାର ସରକାରୀ ଚାକିରି ଦେବାରେ ସଫଳ ହୋଇଛନ୍ତି।
Published by:Soumya Das
First published: