OMG! ଯେତେ ଅଧିକ ଓଜନ ସେତେ ମିଳିବ ମାଗଣା ଖାଦ୍ୟ

Unhealthy food to obese people: ଏମିତି ଏକ ରେଷ୍ଟୁରାଣ୍ଟ ଯେଉଁଠାରେ ଲୋକଙ୍କୁ ମାଗଣାରେ ମିଳେ ଖାଦ୍ୟ। ହେଲେ ଏଥିପାଇଁ ବଢ଼ାଇବାକୁ ପଡ଼ିବ ଆପଣଙ୍କୁ ଆପଣଙ୍କ ଶରୀରର ଓଜନ।

ଯେତେ ଅଧିକ ଓଜନ ସେତେ ମିଳିବ ମାଗଣା ଖାଦ୍ୟ

ଯେତେ ଅଧିକ ଓଜନ ସେତେ ମିଳିବ ମାଗଣା ଖାଦ୍ୟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Unhealthy food to obese people: ଡାକ୍ତରଖାନା ଏମିତି ଏକ ସ୍ଥାନ ଯେଉଁଠାରେ ଜଣେ ରୋଗୀ ସୁସ୍ଥ ହେବାକୁ ଯାଇଥାଏ। ସ୍ୱାସ୍ଥ୍ୟ ଜନିତ ଏମିତି କିଛି ସମସ୍ୟା ରହିଥାଏ ଯାହାକୁ ଘରେ ଚିକିତ୍ସା କରାଯାଇପାରିବ ନାହିଁ, ଏବଂ ଡାକ୍ତରଖାନାକୁ ନିହାତି ଯିବାକୁ ପଡ଼ିଥାଏ।

ହେଲେ କଣ ହେବ ଯଦି ଏପରି ସ୍ଥାନକୁ ଅସ୍ୱାସ୍ଥ୍ୟକର ବୋଲି କୁହାଯାଏ? ଲସ୍ ଭେଗାସ୍ ସ୍ଥିତ ଏକ ହସ୍ପିଟାଲ୍ ଥିମ୍  ରେଷ୍ଟୁରାଣ୍ଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ରେଷ୍ଟୁରାଣ୍ଟର ନାମ ହେଉଛି ‘ହାର୍ଟ ଆଟାକ୍ ଗ୍ରିଲ୍’। ଏହାର ଥିମ୍, ମେନୁ ଏବଂ ସେବା ହେତୁ ଏହି ରେଷ୍ଟୁରାଣ୍ଟ ଭାଇରାଲ୍ ହେବାରେ ଲାଗିଛି।

‘ହାର୍ଟ ଆଟାକ୍ ଗ୍ରିଲ’ରେ ସବୁବେଳେ ଖାଇବା ପାଇଁ ଲୋକଙ୍କ ଖୁବ୍ ଭିଡ଼ ଲାଗିଥାଏ। ଏଠାରେ ଥିବା ମେନୁଟି ଅତ୍ୟନ୍ତ ଅସ୍ୱାସ୍ଥ୍ୟକର (Unhealthy) ବୋଲି କୁହାଯାଏ। ଏଠାରେ ପ୍ରତ୍ୟେକ ଆଇଟମର ଆକାର ବହୁତ ବଡ଼ ଏବଂ ଅତ୍ୟାଧିକ କ୍ୟାଲୋରୀ ସହିତ ପ୍ୟାକ୍ ହୋଇଥାଏ। ଏହି ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ରୋଗୀ ବୋଲି କୁହାଯାଏ।

ଆହୁରି ମଧ୍ୟ, ଯେଉଁ କାଗଜ ଉପରେ ସେମାନଙ୍କର ଅର୍ଡର ନିଆଯାଏ ତାକୁ ଏକ ପ୍ରେସକ୍ରିପସନ୍ ଭଳି ରହିଥାଏ। ୱେଟରମାନେ ଅର୍ଡର ନେବା ପାଇଁ ନର୍ସ ଗେଟଅପ୍ରେ ଆସଥାନ୍ତି। ଏହି ରେଷ୍ଟୁରାଣ୍ଟର ମେନୁ କାର୍ଡ଼ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।

ଏହି ରେଷ୍ଟୁରାଣ୍ଟରେ ରହିଥିବା ମେନ୍ୟୁରେ ଅନେକ ଗୁଡିଏ ଆଇଟମ୍‌ ଦେଖିବାକୁ ମିଳିଛି। ଏହା ସହ ଏଠାରେ ରହିଥିବା ବର୍ଗରର (Burger) ଆକୃତି ଅନ୍ୟ ବର୍ଗର (Burger) ତୁଳନାରେ ଅଧିକ ବଡ଼ ରହିଥିବାର ଦେଖିବାକୁ ମିଳିଥିବା ବେଳେ କାହାର ନାମ ସିଙ୍ଗଲ୍‌ ବାଇପାସ୍‌ ବର୍ଗର ରହିଛି ଓ କାହାର ନାମ ଅକ୍ଟୋପେଲ୍‌ ବାଇପାସ୍‌ ବର୍ଗର ରହିଛି।

ଏଠାରେ ମଧ୍ୟ ବିଭିନ୍ନ ପ୍ରକାରର ଡ୍ରଗ୍ସ, ମଦ ସହ ନୋ ଫି୍ଲଟର ସିଗାରେଟର ଉପଲବ୍ଧି ମିଳି ପାରୁଛି। ଯେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରର କ୍ଷତି ହୋଇଥାଏ ସେଭଳି ଖାଦ୍ୟ ଏଠାରେ ବିକ୍ରି କରାଯାଉଛି। ଖାଲି ଏତିକି ନୁହେଁ , ଏହି ରେଷ୍ଟୁରାଣ୍ଟରେ ମିଳୁଥିବା କାର୍ଡ଼ପଲ ବାଇପାସ ବର୍ଗରକୁ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

୧୫୮ କିଲୋ ହେଲେ ଫ୍ରି ଖାଇବ

ଏହି ରେଷ୍ଟୁରାଣ୍ଟ ଉପଭୋକ୍ତାମାନଙ୍କୁ ଏକ ଖାସ ଅଫର ମଧ୍ୟ ଦେଉଥିବାର ଜାଣିବାକୁ ମିଳିଛି। ଅଫର ଅନୁସାରେ ଯାହାର ଓଜନ ୧୫୮ କିଲୋରୁ ଅଧିକ ହୋଇଥିବ ତାଙ୍କୁ ଫ୍ରିରେ ମନ ଇଚ୍ଛା ଖାଇବାକୁ ମିଳିବ ବୋଲି କୁହାଯାଇଛି।

ପଢ଼ନ୍ତୁ ଏହି ଖବର:  Snake in Dream: ସ୍ୱପ୍ନରେ ଦେଖୁଛନ୍ତି କି ସାପ? ବଦଳିଯିବ ଆପଣଙ୍କ ଜୀବନ

ସୋସିଆଲ ମିଡ଼ିଆରେ ଏହି ରେଷ୍ଟୁରାଣ୍ଟର ବହୁତ ଚର୍ଚ୍ଚା ହେବାରେ ଲାଗିଥିବାବେଳେ ଆଉ କିଛି ଲୋକ ଏହାକୁ ଅତି ଶୀଘ୍ର ବନ୍ଦ କରିବାକୁ ଦାବି କରିଛନ୍ତି। ସୂଚନା ଅନୁସାରେ ଏହି ରେଷ୍ଟୁରାଣ୍ଟ ୨୦୦୫ରେ ଜନ୍ ବସୋ ନାମକ ଜଣେ ବ୍ୟକ୍ତି ଆରମ୍ଭ କରିଥିଲେ।

ଲୋକମାନେ କିଭଳି ଜଙ୍କଫୁଡରୁ ଦୂରେଇ ରହିବେ ଏହା ତାଙ୍କର ମୂଳ ଉଦ୍ଦେଶ୍ୟ ରହିଥିଲା ହେଲେ ଏହାର ସତ୍ୟତା ଜାଣିବା ପରେ ମଧ୍ୟ ଲୋକମାନେ ଏଠାକୁ ଯାଇ ଖୁବ୍ ଖାଦ୍ୟ ଖାଉଛନ୍ତି।
Published by:Lipina Das
First published: