ଆସିଲା ବେକାରୀ ଭତ୍ତା; ଏଣିକି ମାସକୁ ମିଳିବ ୨୫୦୦ ଟଙ୍କା; ଏହି ରାଜ୍ୟ ସରକାର କଲେ ଘୋଷଣା

Unemployment Allowance: ସାମ୍ନାକୁ ଆସିଲା ଖୁସି ଖବର। ଶିକ୍ଷିତ ଯୁବକ, ଯେଉଁମାନେ କି ବେକାର ସେମାନଙ୍କ ପାଇଁ ବେକାରୀ ଭତ୍ତା ଘୋଷଣା ହୋଇଛି।

ଆସିଲା ବେକାରୀ ଭତ୍ତା

ଆସିଲା ବେକାରୀ ଭତ୍ତା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Unemployment Allowance: ଚାକିରି ନିଥିରେ ଆଉ ହେବନି ଅସୁବିଧା। ଏଥର ମାସକୁ ମିଳିବ ବେକାରୀ ଭତ୍ତା (Unemployment Allowance)। ଶିକ୍ଷିତ ଯୁବକ, ଯେଉଁମାନେ କିମ୍ବା ବେକାର (Unemployment) ସେମାନଙ୍କ ପାଇଁ ବେକାରୀ ଭତ୍ତା ଘୋଷଣା ହୋଇଛି। ମାସକୁ ଅଢ଼େଇ ହଜାର ଟଙ୍କା ପ୍ରଦାନ ଲାଗି ଛତିଶଗଡ଼ (Chhattisgarh) ସରକାର ଘୋଷଣା କରିଛନ୍ତି।

ଛତିଶଗଡ ସରକାର (Chhattisgarh Govt) ୨୦୨୩ ଏପ୍ରିଲ ୧ରୁ ରାଜ୍ୟରେ ବେକାରୀ ଭତ୍ତା ଯୋଜନା ଆରମ୍ଭ କରିବେ। ଏହି ଯୋଜନା ଅଧୀନରେ ଛତିଶଗଡର ବେକାର ଯୁବକମାନଙ୍କୁ ରାଜ୍ୟ ସରକାର ମାସିକ ୨୫୦୦ ଟଙ୍କା ଭତ୍ତା ପ୍ରଦାନ କରିବେ। ଏଥିପାଇଁ ଛତିଶଗଡ ସରକାର (Chhattisgarh Govt) ବଜେଟରେ (Budget) ୨୫୦ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ରାଜ୍ୟର ବେକାରୀ ଭତ୍ତା ଯୋଜନା (Unemployment Allowance) ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବାର୍ଷିକ ୧,୨୧,୫୦୦ କୋଟି ଟଙ୍କା ବଜେଟ୍ ଉପସ୍ଥାପନ କରୁଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ୬ରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଘୋଷଣା କରିଥିଲେ।

ଅର୍ଥ ବିଭାଗର ଦାୟିତ୍ୱରେ ଥିବା ସିଏମ ବାଗେଲ ଏହା ମଧ୍ୟ କହିଛନ୍ତି ଯେ ଅଙ୍ଗନୱାଡି କର୍ମଚାରୀ, ହୋମଗାର୍ଡ, ଗ୍ରାମ କୋଟୱାର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ମାସିକ ଟଙ୍କା ବୃଦ୍ଧି କରାଯିବ।

କେଉଁମାନଙ୍କୁ ମିଳିବ ଏହି ବେକାରୀ ଭତ୍ତା

୧. ଯେଉଁମାନଙ୍କ ପାରିବାରିକ ଆୟ ବାର୍ଷିକ ୨.୫୦ ଲକ୍ଷ ଟଙ୍କାରୁ କମ୍‌ ସେମାନେ ମଧ୍ୟ ସରକାରଙ୍କ ଏହି ସ୍କିମ୍‌ରେ ଯୋଗ୍ୟ।

୨. କେବଳ ପରିବାରର ଜଣେ ସଦସ୍ୟ ହିଁ ଏହି ଭତ୍ତା ପାଇଁ ଆବେଦନ କରିପାରିବେ।

୩. ଏହା ବ୍ୟତୀତ ଯେଉଁ ଯୁବକଙ୍କ ପରିବାର ସଦସ୍ୟ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ସଂସଦର ସଦସ୍ୟ, ବିଧାନସଭା ସଦସ୍ୟ, ଚେୟାରମ୍ୟାନ, ମହାନଗର ନିଗମର ଓ ମହାନଗର ପରିଷଦର ପୂର୍ବତନ ଅଧ୍ୟକ୍ଷ ଅଛନ୍ତି ସେମାନେ ଛତିଶଗଡ଼ ସରକାରଙ୍କ ଏହି ସ୍କିମ୍‌ ପାଇଁ ଯୋଗ୍ୟ ହେବେ ନାହିଁ।

୪. ଯୋଗ୍ୟ ଯୁବକ ମାସିକ ଭତ୍ତା ପାଇବାର ବର୍ଷକ ମଧ୍ୟରେ ଯଦି କୌଣସି ଚାକିରି ନପାଆନ୍ତି, ତା’ହେଲେ ସରକାର ଏହି ଭତ୍ତାର ସମୟ ସୀମାକୁ ଆଉ ବର୍ଷକ ପାଇଁ ବଢ଼ାଇବେ ବୋଲି ଘୋଷଣା ହୋଇଛି।

୫. ଯେଉଁମାନେ ସରକାରୀ କିମ୍ବା ପ୍ରାଇଭେଟ୍‌ ସେକ୍ଟରରେ ଚାକିରି ଅଫରକୁ ପ୍ରତ୍ୟାଖାନ କରିବେ, ସେମାନେ ଆଉ ଏହି ଭତ୍ତା ପାଇବା ପାଇଁ ଯୋଗ୍ୟ ହେବେ ନାହିଁ।

୬. ଆଗ୍ରହୀ ଏବଂ ଯୋଗ୍ୟ ଯୁବକମାନେ ନିର୍ଦ୍ଦିଷ୍ଟ ଫର୍ମାଟରେ ଏହି ସରକାରୀ ଯୋଜନା ପାଇଁ ଆବେଦନ କରିପାରିବେ। ଏହାକୁ ମଞ୍ଜୁରୀ ମିଳିବା ପରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବ।

ପଢ଼ନ୍ତୁ ଏହି ଖବର:  ମାର୍ଚ୍ଚରେ ରୂପା ନିବେଶକଙ୍କୁ ମିଳିଛି ଅଧିକ ଫାଇଦା; ମାତ୍ର ୭ ପ୍ରତିଶତ ରିଟର୍ଣ୍ଣ ଦେଇଛି ସୁନା

୨୫୦୦ ଦେୟ ପଦ୍ଧତି

ବେକାରମାନେ ମାସିକ ୨୫୦୦ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପାଇବେ। ଏହା ସହିତ, ବେକାର ଯୁବକମାନେ ମଧ୍ୟ ସେମାନଙ୍କର ଦକ୍ଷତା ବିକାଶ ପାଇଁ ତାଲିମ ପାଇବେ ଏବଂ ଫଳସ୍ୱରୂପ କାର୍ଯ୍ୟ ଖୋଜିବାରେ ସାହାଯ୍ୟ କରିବେ।
Published by:Lipina Das
First published: