୨୬/୧୧ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଆଣ୍ଟୋନିଓ ଗୁଟେରସ୍

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସଙ୍କ ସହ ଗୁଟେରସ୍ ହୋଟେଲରେ ୨୬/୧୧ ଆକ୍ରମଣ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

୨୬/୧୧ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଆଣ୍ଟୋନିଓ ଗୁଟେରସ୍

୨୬/୧୧ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଆଣ୍ଟୋନିଓ ଗୁଟେରସ୍

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ନିଜର ତିନି ଦିନିଆ ଗସ୍ତର ପ୍ରଥମ ଦିନ ଅର୍ଥାତ୍ ବୁଧବାର ମୁମ୍ବାଇର ତାଜମହଲ ପ୍ୟାଲେସ୍ ହୋଟେଲରେ ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସଙ୍କ ସହ ଗୁଟେରସ୍ ହୋଟେଲରେ ୨୬/୧୧ ଆକ୍ରମଣ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଜାନୁଆରୀରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହେବା ପରଠାରୁ ଜାତିସଂଘ ମୁଖ୍ୟଙ୍କ ଭାରତକୁ ଏହା ପ୍ରଥମ ଗସ୍ତ। ସେ ଏହାପୂର୍ବରୁ ୨୦୧୮ ଅକ୍ଟୋବରରେ ଶୀର୍ଷ କାର୍ଯ୍ୟାଳୟରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ସମୟରେ ଦେଶ ଗସ୍ତ କରିଥିଲେ।

ଲଣ୍ଡନରୁ ଏକ ବ୍ୟବସାୟିକ ବିମାନରେ ମଙ୍ଗଳବାର ମଧ୍ୟରାତ୍ରିରେ ଗୁଟେରସ୍ ମୁମ୍ବାଇରେ ଅବତରଣ କରିଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ମହାରାଷ୍ଟ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ। ପରେ ସେ ଦକ୍ଷିଣ ମୁମ୍ବାଇର ତାଜମହଲ ପ୍ୟାଲେସ ହୋଟେଲ ପରିଦର୍ଶନ କରି ସେଠାରେ ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

୨୦୦୮ରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣର ତାଜମହଲ ପ୍ୟାଲେସ ହୋଟେଲ ଅନ୍ୟତମ। ଗୁଜରାଟ ଯିବା ପୂର୍ବରୁ ଗୁଟେରସ୍ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ମୁମ୍ବାଇରେ "ଭାରତ@୭୫: ଜାତିସଂଘ-ଭାରତ ଭାଗିଦାରୀ: ଦକ୍ଷିଣ-ଦକ୍ଷିଣ ସହଯୋଗକୁ ମଜବୁତ କରିବା" ପ୍ରସଙ୍ଗରେ ଏକ ସାଧାରଣ ଭାଷଣ ଦେବେ।

ଅକ୍ଟୋବର ୨୦ରେ ଗୁଜୁରାଟର କେଭାଡିଆରେ ମିଶନ ଲାଇଫ (ପରିବେଶ ପାଇଁ ଜୀବନଶୈଳୀ) ସହ ଜଡିତ ଏକ କାର୍ଯ୍ୟକ୍ରମରେ ମିଳିତ ଜାତିସଂଘର ମହାସଚିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯୋଗଦେବେ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦ କାଉଣ୍ଟର-ଆତଙ୍କବାଦ କମିଟି ଭାରତରେ ଦୁଇ ଦିନିଆ ଆଲୋଚନା ପାଇଁ ଏକ ସପ୍ତାହରୁ ଅଧିକ ସମୟ ପୂର୍ବରୁ ଏହି ଦେଶ ଗସ୍ତ କରିଛି।
Published by:Lipina Das
First published: