News18 Odia Digital
Ukraine-Russia War: ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ୧୩ତମ ଦିନ। ଦୁଇ ଦେଶ ମଧ୍ୟରେ ତୃତୀୟ ରାଉଣ୍ଡ ଆଲୋଚନା ଜାରି ରହିଛି। ଏହି ସମୟରେ, ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କିବରେ ଥିବା ଏକ ଭିଡିଓ ଜାରି କରିଛନ୍ତି।
ସେ ଭିଡିଓରେ କହିଛନ୍ତି,‘‘ମୁଁ କାହାକୁ ଭୟ କରେ ନାହିଁ। ମୁଁ ଲୁଚି ନାହିଁ।’’ ସେ ଆହୁରି ମଧ୍ୟ ଏହି ଭିଡିଓରେ କହିଛନ୍ତି ଯେ ଯୁଦ୍ଧରେ ଜିତିବା ପାଇଁ ଆମେ ଚେଷ୍ଟା କରୁଛୁ। ୟୁକ୍ରେନ ରାଷ୍ଟ୍ରପତିଙ୍କ ତରଫରୁ ଭିଡିଓ ରିଲିଜ କରି ଏହି ଦାବି କରାଯାଇଛି ଯେଉଁ ସମୟରେ ଋଷର ଗଣମାଧ୍ୟମ ଦ୍ୱାରା ଜେଲେନସ୍କି ତାଙ୍କ ଦେଶ ଛାଡ଼ି ପଳାଇଥିବାର କୁହାଯାଉଛି। ଏହାପୂର୍ବରୁ ଜେଲେନସ୍କିଙ୍କ ପକ୍ଷରୁ ମଧ୍ୟ ଏହି ଦାବି କରାଯାଇଥିଲା।
ଅସ୍ତ୍ରବିରତି ଉଲ୍ଲଂଘନ ପରେ ମଧ୍ୟ ଋଷର ଆକ୍ରମଣ ଜାରି ରହିଛିଏହାପୂର୍ବରୁ ସାଧାରଣ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଋଷ ସୋମବାର ସକାଳେ ଅସ୍ତ୍ରବିରତି ଉଲ୍ଲଂଘନ କରି ଅନେକ ଅଞ୍ଚଳରେ ମାନବିକ କରିଡର ଖୋଲିବାକୁ ଘୋଷଣା କରିଥିଲା। ଯଦିଓ ସ୍ଥାନାନ୍ତର ମାର୍ଗଗୁଡ଼ିକ ପ୍ରାୟତଃ ଋଷ ଓ ଏହାର ସହଯୋଗୀ ବେଲାଋଷ ଆଡକୁ ଯାଉଛନ୍ତି। ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରାଯାଉଛି କି ନାହିଁ ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ। କରିଡରର ନୂଆ ଘୋଷଣା ସତ୍ତ୍ବେ ଋଷର ସୈନ୍ୟବାହିନୀ ୟୁକ୍ରେନର କେତେକ ସହର ଉପରେ ରକେଟ୍ ଆକ୍ରମଣ ଜାରି ରଖିଥିଲେ ଓ କେତେକ ଅଞ୍ଚଳରେ ପ୍ରବଳ ଗୁଳି ଚଳାଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।