ଭିଡ଼ିଓ କଲରେ କଥା ହଉଛନ୍ତି ନବୀନ (ପ୍ରତୀକାତ୍ମକ ଛବି)
News18 Odia Digital
ୟୁକ୍ରେନରେ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଜଣେ ୨୧ ବର୍ଷୀୟ ଭାରତୀୟ ଛାତ୍ରଙ୍କ ଗୁଳିରେ ମୃତ୍ୟୁ ଘଟିଛି। ଛାତ୍ରଙ୍କ ନାମ ନବୀନ ଏସ.ଜି ଓ ସେ କର୍ଣ୍ଣାଟକର ବାସିନ୍ଦା ଥିଲେ। ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ହଜାର ହଜାର ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ଦୁଇ ଦିନ ପୂର୍ବେ ନବୀନ ତାଙ୍କ ପିତାଙ୍କ ସହ ଏକ ଭିଡିଓ କଲ ମାଧ୍ୟମରେ କଥା ହୋଇଥିଲେ, ଯାହାର ଭିଡିଓ ସାମ୍ନାକୁ ଆସିଛି।
ଯେଉଁ ଭିଡିଓ ସାମ୍ନାକୁ ଆସିଛି, ନବୀନ ତାଙ୍କ ପିତାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। କର୍ଣ୍ଣାଟକ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଶ୍ଚିତ କରିଛି ଯେ ନବୀନ ଖାଦ୍ୟ ସାମଗ୍ରୀ ସଂଗ୍ରହ କରିବାକୁ ବାହାରିଥିଲେ। ତା’ପରେ ବାହାରେ ଏକ ଏୟାର ଷ୍ଟ୍ରାଇକରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ଅନୁଯାୟୀ, ଖାର୍କିଭରେ ସେଣ୍ଟ୍ରାଲ ସ୍କୋୟାରରେ ଥିବା ଏକ ପ୍ରଶାସନିକ କୋଠାକୁ ଋଷ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ନବୀନଙ୍କର ମୃତ୍ୟୁ ହୋଇଛି।
କଥାବାର୍ତ୍ତା ସମୟରେ ନବୀନଙ୍କ ପିତା ପୁଅକୁ ନିଜର ଯତ୍ନ ନେବାକୁ ଓ ସେଠାରେ ଏକାଠି ରହିବାକୁ କହିଥିଲେ। ସେ ପୁଅକୁ କହିଥିଲେ ଯେ ତାଙ୍କୁ ଆଣିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଉଦ୍ୟମ କରାଯାଉଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।