News 18 Odia Digital
ନୂଆଦିଲ୍ଲୀ; ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବରେ ଚାଲିଛି । ୨୦୨୨ ଫେବୃଆରୀରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ବି ଜାରି ରହିଛି । ଯୁଦ୍ଧରେ ୟୁକ୍ରେନର ଅନେକ ସ୍ଥାନ ମଶାଣିରେ ପରିଣତ ହୋଇଛି । ଋଷର ମଧ୍ୟ ଅନେକ କ୍ଷତି ହୋଇଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଅଭିଯାନକୁ ସମାପ୍ତ କରିବାକୁ ଇଚ୍ଛା କରୁନାହାଁନ୍ତି । ସମ୍ପୁର୍ଣ୍ଣ ୟୁକ୍ରେନକୁ ସେ ଦଖଲ କରିବାର ପ୍ଲାନିଂ କରୁଛନ୍ତି । ଏପରି ସ୍ଥିତିରେ ଚେଚେନ୍ୟା ନେତା ରମଜାନ କାଦିରୋଭଙ୍କ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାଦିରୋଭ ଏହା କହିଛନ୍ତି ଯେ, ତାଙ୍କ ଚଉଦ, ପନ୍ଦର ଓ ଷୋହଳ ବର୍ଷର ୩ ପୁଅ ଋଷ ସେନା ସହ ମିଶି ୟୁକ୍ରେନ ସେନା ସହିତ ଯୁଦ୍ଧ କରିବାକୁ ମଇଦାନକୁ ଓହ୍ଲାଇବେ ।
ସୋସିଆଲ ମିଡିଆ ମାଧ୍ୟମରେ ରମଜାନ କାଦିରୋଭ ଦର୍ଶାଇଛନ୍ତି ଯେ, ବାପା ହିସାବରେ ନିଜ ପୁଅଙ୍କୁ, ପିତୃଭମିର ସୁରକ୍ଷା ଦେବା ପାଇଁ ଉଚିତ ଶିକ୍ଷା ଦେବା ଉଚିତ୍ । ଆପଣଙ୍କୁ ସୂଚାଇ ଦେଉଛୁ ଯେ, ପୁଟିନଙ୍କର ଜଣେ ବଡ଼ ସହଯୋଗୀ ଅଟନ୍ତି କାଦିରୋଭ ଭ୍ଲାଦିମିର । ଯଦିଓ ପୂର୍ବରୁ ସେ ଋଷର ସାମରିକ ନେତୃତ୍ୱ ବିଷୟରେ ସମାଲୋଚନା କରିଥିଲେ । ଆଉ ଏକ କଥା ହେଉଛି, ଋଷ ଜାତିସଂଘର ଗୋଟିଏ ଚୁକ୍ତିନାମା ସ୍ୱାକ୍ଷର କରିଛି, ଯେଉଁ ଅନୁଯାୟୀ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଯୁଦ୍ଧରେ ଅଂଶଗ୍ରହଣ କରିବାକୁ ମନା କରାଯାଇଛି । ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ଯୁଦ୍ଧରେ ସାମିଲ ହେବାକୁ ଅନ୍ତର୍ଜାତୀୟ ଅପରାଧ କୋର୍ଟ ଦ୍ୱାରା ଯୁଦ୍ଧ ଅପରାଧ ବୋଲି ବିବେଚନା କରାଯାଏ ।
ଟେଲିଗ୍ରାମ ମାଧ୍ୟମରେ ଏକ ବଡ଼ ପୋଷ୍ଟ କରି କାଦିରୋଭ ସୂଚନା ଦେଇଛନ୍ତି ଯେ, ତାଙ୍କ ପୁଅମାନେ ଛୋଟ ଥିବା ସମୟରେ ସେମାନଙ୍କର ସାମରିକ ତାଲିମ ଆରମ୍ଭ ହୋଇଥିଲା । ଏଥିସହ ସେମାନେ ଲଢେଇ ସମ୍ମୁଖିନ କରିବାର ଅନୁଭବ ପାଇଁ ସମୟ ଆସିଛି । ଯେଉଁ ଲୋକେ ଦାବି କରିଛନ୍ତି ଚେଚେନ ନେତାଙ୍କ ପରିବାରର କୌଣସି ଲୋକ ୟୁକ୍ରେନ ସାମରିକ କାମରେ ଯୋଗ ଦେଉନାହାନ୍ତି ସେହି ଲୋକଙ୍କୁ ଟାର୍ଗେଟ କରି ଏକଥା କହିଛନ୍ତି । ୟୁକ୍ରେନ ଚେଚେନ ବାହିନୀକୁ କିଛି ବ୍ୟକ୍ତିବିଶେଷଙ୍କ ଦ୍ୱାରା ପରିହାସ ମଧ୍ୟ କରାଯାଇଛି । ଏହାର କାରଣ ଏହା କୁହାଯାଉଛି ଯେ, ସେମାନେ ପ୍ରଥମ ଲାଇନ ଯୁଦ୍ଧରେ ଭାଗ ନେବା ଅପେକ୍ଷା ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଚମତ୍କାର କରିବା ପରି ଭିଡିଓ ଅପଲୋଡ୍ କରିବାରେ ଅଧିକ ସମୟ ଦିଅନ୍ତି ବୋଲି ଦାବି ହୋଇଛି । ୨୦୦୭ ମସିହାରୁ କାଦିରୋଭ ଚେଚେନ୍ୟାର ନେତା ଭାବରେ ରହିଛନ୍ତି । ସେବେଠୁ ଚେଚେନ୍ୟାରେ ଆପେକ୍ଷିକ ସ୍ଥିରତାର ସମୟ ରହିଛି । ଚେଚେନ୍ୟା ୧୦ବର୍ଷ ଧରି ସ୍ୱାଧୀନତା ପାଇଁ ଗୋଟିଏ ଅସଫଳ ସଂଗ୍ରାମ କରିଥିଲେ ।
କାଦିରୋଭ ନିଜର ତିନି ପୁଅଙ୍କ ଫଟୋ ସହ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଭିଡିଓରେ ତାଙ୍କର ତିନିଜଣ ପିଲା ପ୍ରଶିକ୍ଷଣ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ଋଷର ସେନାର ବିଫଳତାକୁ ଆଖି ଆଗରେ ରଖି କାଦିରୋଭ ଋଷର ସାମରିକ ନେତୃତ୍ୱକୁ ଅତି ସମାଲୋଚନା କରିଥିଲେ । ସେ ୟୁକ୍ରେନ ବିରୋଧରେ କଠୋର ପଦକ୍ଷେପ ଅଧିକ ନେବାକୁ ଋଷକୁ ଖୋଲାଖୋଲି ଆହ୍ୱାନ କରିଛନ୍ତି । ଯେଉଁଥିରେ ପରମାଣୁ ଅସ୍ତ୍ର ମଧ୍ୟ ବ୍ୟବହାର କରିବା କଥା କୁହାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।