News18 Odia Digital
କିବ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ତୃତୀୟ ଦିନ। ଏହି ସମୟରେ, ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ରାଜଧାନୀ କିବ ଛାଡ଼ିବା ଖବର ସାମ୍ନାକୁ ଆସିବାରେ ଲାଗିଛି। ଏହା ପରେ ରାଷ୍ଟ୍ରପତି ନିଜେ ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ଦେଶ ୟୁକ୍ରେନରେ ଅଛନ୍ତି। ସେ କହିଛନ୍ତି ଯେ ସେ କିବରେ ଠିଆ ହୋଇଛନ୍ତି ଓ ୟୁକ୍ରେନକୁ ରକ୍ଷା କରୁଛନ୍ତି।
ଦେଶ ଛାଡ଼ି ପଳାଇଥିବା ଗୁଜବକୁ ଅସ୍ୱୀକାର କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତିଦେଶ ଛାଡ଼ି ପଳାଇଥିବା ଗୁଜବକୁ ଖଣ୍ଡନ କରି ଜେଲେନସ୍କି କହିଛନ୍ତି ଯେ ଆମେ କିବରେ ଅଛୁ ଓ ୟୁକ୍ରେନକୁ ରକ୍ଷା କରୁଛୁ। ଭିଡିଓରେ ତାଙ୍କୁ ତାଙ୍କ ପରାମର୍ଶଦାତା ଓ ପ୍ରଧାନ ମନ୍ତ୍ରୀ ଘେରି ରହିଥିବାର ନଜର ଆସିଛନ୍ତି। ବିଳମ୍ବିତ ରାତିରେ ଏହି ଭିଡିଓ ସୁଟିଂ କରାଯାଇଥିଲା।
ଭିଡିଓ ରିଲିଜ କରିସାରିଛନ୍ତିଯୁଦ୍ଧ ଆରମ୍ଭ ହେବା ପରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଏହା ହେଉଛି ଦ୍ୱିତୀୟ ଭିଡିଓ। ଏହାପୂର୍ବରୁ, ଜେଲେନସ୍କି ଏକ ଭିଡିଓ ରିଲିଜ କରି ଏକ ଭାବପ୍ରବଣ ଆବେଦନ କରିଥିଲେ। ସେ କହିଥିଲେ, ‘‘ମୁଁ, ମୋ ପରିବାର ଓ ମୋର ପିଲାମାନେ ସମସ୍ତେ ୟୁକ୍ରେନରେ ଅଛନ୍ତି। ସେମାନେ ଦେଶଦ୍ରୋହୀ ନୁହଁନ୍ତି, ସେମାନେ ୟୁକ୍ରେନର ନାଗରିକ। ମୁଁ ଜାଣିବାକୁ ପାଇଛି ଯେ 'ମୁଁ ଋଷର ପ୍ରଥମ ଟାର୍ଗେଟ ଥିବାବେଳେ ମୋ ପରିବାର ଦ୍ୱିତୀୟ ଟାର୍ଗେଟରେ।’’ ସେ ଆହୁରି କହିଥିଲେ ଯେ ଋଷ ସେମାନଙ୍କୁ ହଟାଇବାକୁ ଚାହୁଁଛି ଓ ରାଜନୈତିକ ଦୃଷ୍ଟିରୁ ୟୁକ୍ରେନକୁ ଧ୍ୱଂସ କରିବାକୁ ଚାହୁଁଛି।
ୟୁଏନଏସସି ପ୍ରସ୍ତାବକୁ ଋଷ ଭିଟୋ କରିଛିଉଲ୍ଲେଖନୀୟ ବିଷୟ ହେଉଛି, ୟୁକ୍ରେନ ଆକ୍ରମଣକୁ ନିନ୍ଦା କରି ଋଷ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସଂକଳ୍ପକୁ ଭିଟୋ କରିଛି। ତେବେ ପରିଷଦର ୧୫ଜଣ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି। ଗୋଟିଏ ଦେଶ ଏହାକୁ ବିରୋଧ କରିଥିବାବେଳେ ଏହି ନିନ୍ଦା ପ୍ରସ୍ତାବରେ ଚୀନ୍, ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ ଭୋଟ ଦେଇନାହାଁନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।