ମାର୍ଚ୍ଚ ଆରମ୍ଭରୁ ଟେନ୍‌ସନ୍‌ରେ ୟୁକ୍ରେନ୍: ବଖମୁତ ସହରରେ କିଭ୍ ସେନାର ଶବ !

ବଖମୁତ ସହରକୁ ଚାରି ପଟୁ ଘେରି ରହିଛନ୍ତି ରୁଷିଆ ସେନା । ଖୁବ ଶୀଘ୍ର କିଭ୍ ସେନା ସରେଣ୍ଡର କରିବା ପାଇଁ ଦାବି କରିଛି ମସ୍କୋ ।

ମାର୍ଚ୍ଚ ଆରମ୍ଭରୁ ଟେନ୍‌ସନ୍‌ରେ ୟୁକ୍ରେନ୍: ବଖମୁତ ସହରରେ କିଭ୍ ସେନାର ଶବ !

ମାର୍ଚ୍ଚ ଆରମ୍ଭରୁ ଟେନ୍‌ସନ୍‌ରେ ୟୁକ୍ରେନ୍: ବଖମୁତ ସହରରେ କିଭ୍ ସେନାର ଶବ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ୟୁକ୍ରେନ ପାଇଁ ଏବେ ସ୍ବପ୍ନ ବଖମୁତ ସହର । ପୂର୍ବ ୟୁକ୍ରେନରେ ଧସେଇ ପସିଥିବା ରୁଷିଆ (russia ) ସେନା କବଜାରେ ଏବେ ବଖମୁତ । ଓ୍ବାଗନର ଗ୍ରୁପ ଗ୍ରାଉଣ୍ଡରେ ୟୁକ୍ରେନ (ukraine )ସେନା ପ୍ରତି ସୃଷ୍ଟି କରୁଛନ୍ତି ଗୋଟିଏ ପରେ ଗୋଟିଏ ବଡ଼ ବିପଦ । ବଖମୁତ ସହରକୁ ଚାରି ପଟୁ ଘେରି ରହିଛନ୍ତି ରୁଷିଆ ସେନା । ଖୁବ ଶୀଘ୍ର କିଭ୍ ସେନା ସରେଣ୍ଡର କରିବା ପାଇଁ ଦାବି କରିଛି ମସ୍କୋ ( moscow )। ସ୍ଥିତି ଏଭଳି ହୋଇଛି ଗତ ୬ ମାସ ମଧ୍ୟରେ କିଭ୍ ସେନା ସବୁଠୁ କଠିନ ସମୟ ଦେଇ ଗତି କରୁଥିବା କହିଛି ବ୍ରିଟେନର ଏକ ଗୁଇନ୍ଦା ସଂସ୍ଥା । ଏପଟେ ଯୁଦ୍ଧ ସ୍ଥିତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ।

ୟୁକ୍ରେନକୁ ଯେଉଁ ଭୟ ଥିଲା, ରାଷ୍ଟ୍ରପତି ଜେଲେନ୍ସକି ଯେଉଁ ଚିନ୍ତାରେ ଥିଲା ସେହି ଭୟ ଆଉ ଚିନ୍ତା ଏବେ ବଢି ବଢି ଚାଲିଛି । ୨୦୨୩ ଆରମ୍ଭରୁ ପୂର୍ବ ୟୁକ୍ରେନ୍ ଉପରେ ଆକ୍ରମଣକୁ ଜୋରଦାର କରିଥିବା ରୁଷିଆ ଏବେ ଭିନ୍ନ ମୂଦ୍ରାରେ ଆସିଛି । ବଖମୁତ ସହ ଅନ୍ୟ ସହରକୁ କବଜା କରିବା ପାଇଁ ପଣ ଖାଇଥିବା ଓ୍ବାଗନର୍ ଗ୍ରୁପ ଏବେ ଫ୍ରଣ୍ଚଫୁଟରେ ରହିଛି । ଛାରଖାର୍ ହୋଇଯାଇଛି ବଖମୁତ ସହର । ଡ୍ରୋନ୍ ଚିତ୍ର ହିଁ ବୟାନ କରୁଛି ବଖମୁତ ଏବେ କିଭଳି ମିଜର ଅସ୍ତିତ୍ବ ହରାଇଛି । ସ୍ଥିତି ଏଭଳି ହୋଇଛି ବଖମୁତ ସହରରେ ଆର୍ ପାର୍ ଲଢେଇ ଲଢୁଥିବା ୟୁକ୍ରେନ ସେନା ଏବେ ବ୍ୟାକଫୁଟରେ ରହିଛି । ଚାରିଆଡୁ ସହରକୁ ଘେରି ରହିଛନ୍ତି ରୁଷିଆ ସେନାର ଓ୍ବାଗନର ଗ୍ରୁପ୍ । କେତେବେଳେ ମିସାଇଲ୍ ମାଡ଼ ତ କେତେବେଳେ ସ୍ଥଳ ପଥରେ ହମଲା, ପରିସ୍ଥିତି ରୁଷିଆ ସପକ୍ଷରେ ଥିବାବେଳେ ଜେଲେନ୍ସକି ସେନା ଖୁବ ଶୀଘ୍ର ସରେଣ୍ଡର କରିବା ପାଇଁ ଦାବି କରିଛନ୍ତି ଓ୍ବାଗନର ଗ୍ରୁପ ମୁଖ୍ଯ ୟେଭଜେନି ପ୍ରିଗୋଜିନ୍ । ଏଭଳିକି ଏବେ ପୂର୍ବ ୟୁକ୍ରେନରେ ନିଜେ ଗ୍ରାଉଣ୍ଡରେ ସ୍ଥିତି ପରଖିବା ସହ ନିଜ ସେନାର ମନବୋଳ ବଢାଇଛନ୍ତି ପ୍ରିଗୋଜିନ୍ । ସେ କହିଛନ୍ତି କେବଳ ବଖମୁତ ସହର ନୁହେଁ ପୂର୍ବ ୟୁକ୍ରେନ ଏବେ ଆମ କବଜାରେ ରହିଛି । ସବୁ ଆଡ଼େ ଆମର ବୀର ଯବାନ ପଇଁତରା ମାରୁଛନ୍ତି । ୟୁକ୍ରେନ ସେନାଙ୍କୁ ତାଙ୍କରି ମାଟିରେ ପରାସ୍ତ କରି ଆମେ ବିଜୟଲାଭ କରି ସାରିଛୁ । ୟୁକ୍ରେନ୍ ଗ୍ରାଉଣ୍ଡ ସ୍ଥିତିକୁ ପରଖିବା ସହ ବାସ୍ତବତା ସ୍ବୀକାର କରିବା ଜରୁରୀ ।

ବଖମୁତ ଜିତିବା ପାଇଁ ଜି ଜାନ୍ ଲଗାଇ ଦେଇଥିବା କିଭ୍ ଯୋଦ୍ଧାଙ୍କ ପାଇଁ ବଡ଼ ବିପଦ ଏବେ ଓ୍ବାଗନର ଗ୍ରୁପ୍ । କିଭଳି ୟୁକ୍ରେନ ସେନା ନିଜ ମାଟିରେ ପରାଜୟ ସ୍ବୀକାର କରିଛନ୍ତି ତାହାର ଚିତ୍ର ମଧ୍ୟ ଭାଇରାଲ୍ ହେଉଛି । ଅନେକ କିଭ୍ ସେନାଙ୍କ ମୃତଦେହ ପଡ଼ି ରହିଛି । ଯୁଦ୍ଧ ଭୂଇଁରୁ ମୃତଦେହକୁ ଏକ ଗାଡ଼ିରେ ଅନ୍ୟ ସ୍ଥାନକୁ ନିଆଯାଇଛି । ଓ୍ବାଗନର ଗ୍ରୁପ କିଭ ସେନାର ଏଭଳି ଭିଡିଓ ଜାରି କରି ବିଜୟ ଲାଭ କରିଥିବା ନେଇ ଦମ୍ଭ ଦେଖାଇଛି । ଓ୍ବାଗନର୍ ଗ୍ରୁପ କହିଛି, ଯୁଦ୍ଧର ସବୁଠୁ ସଂଘର୍ଷ ମୁହୂର୍ତ୍ତ ଆମେ ଜିତି ସାରିଛୁ । ଗତ ୬ ମାସରେ ଏହା ହେଉଛି ରୁଷିଆ ସେନାର ବଡ଼ ବିଜୟ । ଆମେ ସମ୍ପୂର୍ଣ୍ଣ ଭାବେ ବଖମୁତ ସହରକୁ ଘେରି ରହିଛୁ, ଏଭଳିକି ୟୁକ୍ରେନ ସେନା ଖସି ଯିବା ପାଇଁ ତାଙ୍କ ପାଖରେ କେବଳ ଗୋଟିଏ ସଡ଼କ ରହିଛି । ସହରର ଅନେକ ରାସ୍ତା ଓ ବ୍ରିଜ୍ ଆକ୍ରମଣରେ ଛାରଖାର୍ ହୋଇଯାଇଛି । ଏଭଳିକି ଅନେକ ସ୍ଥାନରେ କିଭ୍ ସେନା ବନ୍ଦୀ ଜୀବନ ବିତାଉଥିବା ନଜର ଆସିଛି । ଯାହାକି ଜେଲେନ୍ସକିଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏ ହେଉଛି ଆଉ ଏକ ଚିତ୍ର ଯେଉଁଠି ନଜର ଆସୁଛନ୍ତି ୟୁକ୍ରେନ ସେନା । ଅନେକ ଯବାନ ଗୋଟିଏ ସ୍ଥାନରେ ଶୋଇ ରହିଛନ୍ତି । ଯୁଦ୍ଧ ଭୂଇଁରେ ଅକ୍ରାନ୍ତ ପରିଶ୍ରମ ପରେ ଥକା ମେଣ୍ଟାଇବା ପାଇଁ ବିଶ୍ରାମ ନେଉଛନ୍ତି ଯବାନ । କେହି କେହି ଯବାନ ନିଜର ଘର ଲୋକଙ୍କ ସହ ଫୋନ୍ ଜରିଆରେ କଥା ବି ହେଉଛନ୍ତି । ଏମାନେଙ୍କୁ ଭଲ ଭାବେ ଜଣାଅଛି ବଖମୁତ ଯଦି ୟୁକ୍ରେନ ସେନା ସରେଣ୍ଡର ନ କରନ୍ତି ତେବେ ସ୍ଥିତି ଆଗକୁ କେତେ ଭୟାନକ ହୋଇଯିବ ।

ବଖମୁତ ସହର ଜେଲେନ୍ସକିଙ୍କ ହାତରୁ ଖସି ଖସି ଚାଲିଛି । ଯଦି ପୂର୍ବ ୟୁକ୍ରେନରେ ଜେଲେନ୍ସକି ହାର୍ ନ ମାନନ୍ତି ତେବେ ସ୍ଥିତି ଆହୁରି ଭୟାନକ ହୋଇଯିବ ଏଥିରେ କୌଣସି ସନ୍ଦେହ ନାହିଁ । ଖାଲିହେବାରେ ଲାଗିଛି ବଖମୁତ ସହର । ଯୁଆଡ଼େ ଦେଖିବେ ସିଆଡ଼େ କେବଳ ଯୁଦ୍ଧର ପଦଧ୍ବନୀ । ପ୍ରାୟ ୧ ଲକ୍ଷ ଲୋକେ ବାସ କରୁଥିବା ଏହି ସହର ଏବେ ଜନଶୂନ୍ୟ । ସବୁଠୁ ବଡ଼ କଥା ହେଉଛି ଯଦି ପୁତିନ ସେନା ବଖମୁତ ସହର କବଜା କରନ୍ତି, ତେବେ ପୂର୍ବ ୟୁକ୍ରେନ୍ ଦଖଲ କରିବା ପାଇଁ ସହଜ ହେବ । ଯାହାକି ଜେଲେନ୍ସକିଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବ୍ରିଟେନର ଗୁଇନ୍ଦା ସଂସ୍ଥା ମଧ୍ୟ ୟୁକ୍ରେନକୁ ବଡ଼ ଝଟକା ଦେଇଛି । ଏକ ରିପୋର୍ଟରେ କୁହାଯାଇଛି ବଖମୁତ ସହର ସମ୍ପୂର୍ଣ୍ଣ ଭାବେ ଏବେ ପୁତିନ ସେନାର କବଜାରେ ରହିଛି । ୟୁକ୍ରେନ ସେନା ଏଠାରେ ବିଜୟଲାଭ କରିବା ସହଜ ନୁହେଁ । ୟୁକ୍ରେନ ସେନା ପାଇଁ ଯୁଦ୍ଧରେ ଏ ପର୍ଯ୍ୟନ୍ତ ସବୁଠୁ କଷ୍ଟ ସମୟ ଚାଲିଛି ବୋଲି ବ୍ରିଟେନର ଗୁଇନ୍ଦା ସଂସ୍ଥା କହିଛି ।

ଏହି ଖବର ପଢ଼ନ୍ତୁ - http://ତାମିଲନାଡୁ ବିଜେପି ମୁଖ୍ୟ କେ ଅନ୍ନାମଲାଇଙ୍କ ବିରୋଧରେ ମାମଲା ରୁଜୁ

ଏପଟେ ୟୁଦ୍ଧ ସ୍ଥିତିର ସମୀକ୍ଷା କରିଛନ୍ତି ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ । ବରିଷ୍ଠ ଅଧିକାରୀଙ୍କ ସହ ଯୁଦ୍ଧ ସ୍ଥିତି ଆଲୋଚନା କରିବା ସହ ଅପଡେଟ୍ ବି ନେଇଛନ୍ତି । ଆଉ ଖୁବ ଶୀଘ୍ର ରୁଷିଆ ସେନା ବଡ଼ ଧରଣର ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଏହି ବୈଠକରୁ ଅନୁମାନ କରାଯାଉଛି ।
Published by:Soubhagya Mishra
First published: