News18 Odia Digital
Pradhan Mantri Ujjawala Yojana News: ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (PMUY)ର ହିତାଧିକାରୀଙ୍କ ପାଇଁ ସରକାର ଏକ ବଡ଼ ଖବର ଦେଇଛନ୍ତି। ସରକାର ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (PMUY) ଅଧୀନରେ ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ବଢ଼ାଇ ଦେଇଛନ୍ତି। ଆନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଏହି ପଦକ୍ଷେପ ୯.୬ କୋଟି ପରିବାର ପାଇଁ ଲାଭଦାୟକ ହେବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ PMUY ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ପିଛା ୨୦୦ଟଙ୍କା ସବସିଡି ପ୍ରଦାନ କରିବାକୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଅନୁମୋଦନ କରିଛି।
ଏହି ସବସିଡି ବାର୍ଷିକ ୧୪.୨ କିଲୋଗ୍ରାମର ୧୨ ଏଲପିଜି ସିଲିଣ୍ଡର ପାଇଁ ଦିଆଯିବ। ୨୦୨୩ ମାର୍ଚ୍ଚ ୧ସୁଦ୍ଧା, PMUY ଅଧୀନରେ ୯.୫୯ କୋଟି ହିତାଧିକାରୀ ଥିଲେ। ୨୦୨୨-୨୩ରେ ୬,୧୦୦ କୋଟି ଏବଂ ୨୦୨୩-୨୪ ରେ ୭,୬୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଏଥିରେ ସବସିଡି ସିଧାସଳଖ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ। ବିଭିନ୍ନ ଆନ୍ତର୍ଜାତୀୟ ଘଟଣା ଯୋଗୁଁ ଏଲପିଜିର ଆନ୍ତର୍ଜାତୀୟ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଉଜ୍ଜଳା ଯୋଜନାର ହିତାଧିକାରୀଙ୍କୁ ଏଲପିଜିର ଉଚ୍ଚ ମୂଲ୍ୟରୁ ରକ୍ଷା କରିବା ଆବଶ୍ୟକ। ଏକ ପ୍ରକାଶନରେ କୁହାଯାଇଛି ଯେ PMUY ଅଧୀନରେ ଥିବା ଗ୍ରାହକଙ୍କୁ ସବସିଡି ଆକାରରେ ସହାୟତା ସେମାନଙ୍କୁ LPG ର ନିରନ୍ତର ବ୍ୟବହାର ପାଇଁ ଉତ୍ସାହିତ କରିଥାଏ।
PETROL PRICE: ଏହି ସହରରେ ପେଟ୍ରୋଲ ୮୪ ଟଙ୍କା; ଆପଣଙ୍କ ସହରରେ ତେଲ ଦର କେତେ?PMUY ଗ୍ରାହକଙ୍କ ହାରାହାରି LPG ବ୍ୟବହାର ୨୦୧୦-୨୦ ରେ ୩.୦୧ ରିଫିଲରୁ ୨୦୨୧-୨୨ ରେ ୩.୬୮କୁ ବୃଦ୍ଧି ପାଇ ୨୦ ପ୍ରତିଶତ ବୃଦ୍ଧି ପାଇଛି। ସମସ୍ତ PMUY ହିତାଧିକାରୀ ଏହି ସବସିଡି ପାଇବେ। ଗ୍ରାମାଞ୍ଚଳ ତଥା ବଞ୍ଚିତ ଗରିବ ପରିବାର ପାଇଁ ସ୍ୱଚ୍ଛ ରନ୍ଧନ ଇନ୍ଧନ ତରଳ ପେଟ୍ରୋଲିୟମ ଗ୍ୟାସ (LPG) କରିବା ପାଇଁ ସରକାର ଗରିବ ମହିଳାମାନଙ୍କୁ ମାଗଣା ଏଲପିଜି ସଂଯୋଗ ଯୋଗାଇବା ପାଇଁ ମେ ୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆରମ୍ଭ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।