ଅନିଲ ଫିରୋଜିଆ (ପ୍ରତୀକାତ୍ମକ ଛବି)
News18 Odia Digital
ଉଜ୍ଜୟିନୀ ସାଂସଦ ଅନିଲ ଫିରୋଜିଆ ଯଦି ନିଜ ଶରୀରର ଓଜନ କମେଇପାରିବେ ତେବେ ପ୍ରତି କେଜି କମିଥିବା ଓଜନ ପିଛା ଉଜ୍ଜୟିନୀର ଉନ୍ନୟନ କାର୍ଯ୍ୟ ପାଇଁ ୧୦୦୦ କୋଟି ଟଙ୍କା ମଞ୍ଜୁର କରିବେ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପ୍ରତିଜ୍ଞା କରିଥିଲେ।କିନ୍ତୁ ଫିରୋଜିଆ କହୁଛନ୍ତି ମୁଁ ୧୫ କେଜି କମାଇ ଦେଇଛି, ୧୫୦୦୦ କୋଟି ଦିଅନ୍ତୁ।
ଫିରୋଜିଆଙ୍କ ଓଜନ କମାଇବା ବାବଦରେ ଗଡ଼କରୀ ଚ୍ୟାଲେଞ୍ଜ କରିଥିଲେ। ଫେବ୍ରୁଆରି ମାସରେ ତାଙ୍କର ଓଜନ ଥିଲା ୧୨୭ କେଜି। ତାଙ୍କୁ ଫିଟ୍ ରଖିବା ପାଇଁ ଗଡ଼କରୀ ଏଭଳି କଥା କହିଥିଲେ। ସେ ତାଙ୍କ ଆହ୍ବାନକୁ ସ୍ବୀକାର କରି ୪ ମାସ ଭିତରେ ଡାଏଟିଂ ସହ ଯୋଗ ଓ ବ୍ୟାୟାମ କରି ୧୫ କେଜି ଓଜନ କମାଇଦେଇଛନ୍ତି। ଏବେ ସେ ଆହୁରି ଓଜନ କମାଇବାକୁ ପ୍ରସ୍ତୁତ ଅଛନ୍ତି ଯାହାଫଳରେ ତାଙ୍କ ନିର୍ବାଚନମଣ୍ଡଳୀ ଉନ୍ନୟନ କାମ ପାଇଁ ଅଧିକ ପାଣ୍ଠି ପାଇପାରିବ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।