UGC NET 2020: ୟୁଜିସି-ନେଟ ପରୀକ୍ଷା ସ୍ଥଗିତ ହେଲା; ଜାଣନ୍ତୁ ନୂଆ ତାରିଖ ଓ ଅନ୍ୟାନ୍ୟ ବିବରଣୀ

UGC NET 2020: ପୂର୍ବରୁ ଏହି ପରୀକ୍ଷା ସେପ୍ଟେମ୍ବର ୧୬ ରୁ ଅନୁଷ୍ଠିତ ହେବାର ଥିଲା । ଯାହା ବର୍ତ୍ତମାନ ଏକ ସପ୍ତାହ ବୃଦ୍ଧି କରାଯାଇଛି । ଆଡମିଟ୍ କାର୍ଡ ବିଷୟରେ ସୂଚନା ଅଫିସିଆଲ୍ ୱେବସାଇଟ୍ - ugc.nta.nic.in ରେ ପ୍ରକାଶ ପାଇବ ।

UGC NET 2020: ୟୁଜିସି-ନେଟ ପରୀକ୍ଷା ସ୍ଥଗିତ ହେଲା; ଜାଣନ୍ତୁ ନୂଆ ତାରିଖ ଓ ଅନ୍ୟାନ୍ୟ ବିବରଣୀ
UGC-NET ପରୀକ୍ଷା ସ୍ଥଗିତ ହେଲା
  • News18 Odia
  • Last Updated: September 14, 2020, 8:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି, (NTA) ୟୁଜିସି-ନେଟ ପରୀକ୍ଷା ୨୦୨୦ (UGC NET Exam 2020) କୁ ସ୍ଥଗିତ ରଖିଛି । ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବର୍ତ୍ତମାନ ଏହି ପରୀକ୍ଷା ୨୪ ସେପ୍ଟେମ୍ବର ୨୦୨୦ ରୁ ଅନୁଷ୍ଠିତ ହେବ । ପୂର୍ବରୁ ଏହି ପରୀକ୍ଷା ସେପ୍ଟେମ୍ବର ୧୬ ରୁ ଅନୁଷ୍ଠିତ ହେବାର ଥିଲା । ଯାହା ବର୍ତ୍ତମାନ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି । ଆଡମିଟ୍ କାର୍ଡ ବିଷୟରେ ସୂଚନା ଅଫିସିଆଲ୍ ୱେବସାଇଟ୍ - ugc.nta.nic.in - ରେ ପ୍ରକାଶ ପାଇବ ।

ଅନ୍ୟ ପରୀକ୍ଷା ସହ ପଡୁଥିଲା ତାରିଖ
NTA ପରୀକ୍ଷାକୁ ସ୍ଥଗିତ ରଖିଛି କାରଣ ୧୬, ୧୭, ୨୨ ଓ ୨୩ ସେପ୍ଟେମ୍ବର ୨୦୨୦ ରେ ଅନ୍ୟାନ୍ୟ ପରୀକ୍ଷା ଅଛି । ସୋମବାର NTA ଏହି ବିଜ୍ଞପ୍ତି ଜାରି କରି କହିଛି 'NET ପରୀକ୍ଷାର ତାରିଖ ICAR ପରୀକ୍ଷା AIEEA-UG / PG ଓ AICE-JRF / SRF (Ph.D.) ୨୦୨୦-୨୧ ସହିତ ମୁହାଁମୁହିଁ ହୋଇଥିଲା । ଏଭଳି ପରିସ୍ଥିତିରେ UGC NET ପୁନଃ ନିର୍ଦ୍ଧାରିତ କରାଯାଇଛି । କିଛି ପ୍ରାର୍ଥୀ ଉଭୟ ICAR ଓ UGC NET ପରୀକ୍ଷାରେ ହାଜର ହେବାକୁ ଯାଉଛନ୍ତି । ବର୍ତ୍ତମାନ UGC NET 2020 ପରୀକ୍ଷା ୨୪ ସେପ୍ଟେମ୍ବରରୁ ଆରମ୍ଭ ହେବ । UGC NET ର ବିଷୟ ଓ ଶିଫ୍ଟ କାର୍ଯ୍ୟସୂଚୀ ପରେ ପ୍ରକାଶ ପାଇବ ।

ସହକାରୀ ପ୍ରଫେସରଙ୍କ ଯୋଗ୍ୟତା ପାଇଁ ପରୀକ୍ଷା କରାଯାଏ
UGC NET ର ଆୟୋଜନ କଲେଜ ଓ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସରଙ୍କ ଯୋଗ୍ୟତା ଓ ଜୁନିଅର ରିସର୍ଚ୍ଚ ଫେଲୋସିପ୍ ପାଇଁ କରାଯାଏ । ଏହା ବର୍ଷକୁ ଦୁଇଥର ଅନୁଷ୍ଠିତ ହୁଏ । JRF ପାଇଁ ସର୍ବାଧିକ ବୟସ ୨୮ ବର୍ଷ ଅଟେ ।

ପରୀକ୍ଷା ପାଟର୍ନ କ’ଣ?
ପ୍ରାର୍ଥୀମାନଙ୍କୁ ଖୁବ ଶୀଘ୍ର ଆଡମିଟ୍ କାର୍ଡ ବିଷୟରେ ଅବଗତ କରାଯିବ । UGC NET ର ପ୍ରଥମ ପେପର ଶିକ୍ଷାଦାନ ଓ ଅନୁସନ୍ଧାନ ଦକ୍ଷତାରେ ହେବ। ଏହି ପେପରରେ ୫୦ଟି ଅବଜେକ୍ଟିଭ୍ ପ୍ରଶ୍ନ ରହିବ ଏବଂ ଦ୍ୱିତୀୟ ପେପର ବିଷୟ ଭିତ୍ତିକ ରହିବ । ପ୍ରାର୍ଥୀମାନେ ସର୍ବମୋଟ ୮୪ଟି ବିଷୟରେ NET ରେ ପରୀକ୍ଷା ଦେଇ ପାରିବେ । ଏହି ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବ। ପ୍ରଥମ ସିଫ୍ଟ ସକାଳ ୯:୩୦ ରୁ ୧୨:୩୦ PM ହେବ ଓ ଦ୍ୱିତୀୟ ସିଫ୍ଟ ୨:୩୦ PM ରୁ ୫:୩୦ PM ମଧ୍ୟରେ ହେବ । ଯେଉଁମାନେ ପ୍ରାର୍ଥୀ ପରୀକ୍ଷାରେ ସାମିଲ ହେବେ ସେମାନଙ୍କୁ ସେମାନଙ୍କର ଆଡମିଟ୍ କାର୍ଡ ପରୀକ୍ଷା କେନ୍ଦ୍ରକୁ ଆଣିବାକୁ ପଡ଼ିବ ।
Published by: Jagdish Barik
First published: September 14, 2020, 8:29 PM IST
corona virus btn
corona virus btn
Loading