UGC ବଢାଇଲା ତାରିଖ; ବୈଦେଶିକ ବିଶ୍ୱବିଦ୍ୟାଳୟ ପାଇଁ ୩ଫେବୃଆରୀ ପର୍ଯ୍ୟନ୍ତ ହେବ ମତଦାନ
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ; ଭାରତରେ ବାହାର ଦେଶର ବିଶ୍ୱବିଦ୍ୟାଳୟ ( ugc foreign universities in india ) ପ୍ରତିଷ୍ଠା କରାଯିବା ପାଇଁ ଜାରି ହୋଇଥିବା ଡ୍ରାଫ୍ଟ ନିୟମାବଳୀ ( ugc draft regulations ) ଉପରେ ମତାମତ ଦେବାପାଇଁ ୟୁଜିସି ( UGC ) University Grants Commission ପକ୍ଷରୁ ଶେଷ ତାରିଖ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି। ଯେଉଁମାନେ ଏହାର ହିତାଧିକାରୀ ଓ ଏକାଡେମିକ୍ ବିଶେଷଜ୍ଞ ସେମାନେ ବର୍ତ୍ତମାନ ଚାହିଁଲେ ନିଜର ଆପତ୍ତି ଉଠାଇପାରିବେ । ଚଳିତ ବର୍ଷ ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ୟୁଜିସିର ଅଧ୍ୟକ୍ଷ ଏମ ଜଗଦେଶ କୁମାର ଏନେଇ ସରକାରୀ ଭାବରେ ଘୋଷଣା କରିଛନ୍ତି । ugc.ac.in ୱେବସାଇଟରେ ଉପଲବ୍ଧ ଥିବା ବିଜ୍ଞପ୍ତି ଅନୁଯାୟୀ ଶେଷ ତାରିଖ ଫେବୃଆରୀ ୩ ପର୍ଯ୍ୟନ୍ତ ବଢାଯାଇଛି । ପ୍ରଥମେ ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ମତାମତ ଦେବାପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା ।
ଚଳିତ ବର୍ଷର ପ୍ରଥମ ସପ୍ତାହ ତଥା ଜାନୁଆରୀ ୫ତାରିଖରେ ୟୁଜିସି ପକ୍ଷରୁ ଆମ ଦେଶରେ କିଛି ବିଦେଶୀ ଶିକ୍ଷାନୁଷ୍ଠାନ ଗୁଡିକର କ୍ୟାମ୍ପସ ସେଟଅପ ଓ ପରିଚାଳନା ପାଇଁ କିଛି ନିୟମ ଆରମ୍ଭ କରିଛି । ଏଥିରେ ୟୁଜିସି ଅନୁମୋଦିତ ବିଶ୍ୱବିଦ୍ୟାଳୟ ଗୁଡିକୁ ଆମ ଦେଶରେ ସେମାନଙ୍କ କ୍ୟାମ୍ପସ ଆରମ୍ଭ କରିବା ପାଇଁ ଅନୁମତି ପ୍ରଦାନ କରାଯିବ । ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତାକୁ ନଜରରେ ରଖି ଏହି ନିୟମ ଲାଗୁ କରିବାକୁ ପଦକ୍ଷପ ନିଆଯାଉଛି । ଯେକୌଣସି ବିଦେଶୀ ଶିକ୍ଷାନୁଷ୍ଠାନ ଆମ ଦେଶରେ ପ୍ରଥମେ ନିଜର କ୍ୟାମ୍ପସ ସ୍ଥାପନ କରିବା ପରେ ପ୍ରଥମ ୧୦ ବର୍ଷ ପାଇଁ ୟୁଜିସି ପକ୍ଷରୁ ଅନୁମୋଦନ ଦିଆଯିବ ( ugc notice ) । ପ୍ରଥମେ ଅନୁମୋଦନ ପାଇବାର ସମୟ ଶେଷ ପୂର୍ବରୁ ତାହାକୁ ପୂନର୍ବାର ନବୀକରଣ କରାଯିବ ।
ଅଧିକ ପଢନ୍ତୁ-
http://ଭାଉଜ ମଥାରେ ଦିଅର ସିନ୍ଦୁର; ଆରମ୍ଭ କଲେ ସୁଖ ସଂସାରPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।