ବିଦ୍ରୋହୀ ବିଧାୟକ (ଫଟୋ ସୌଜନ୍ୟ: ଏନଡ଼ିଏ ଟିଭି)
News18 Odia Digital
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେବା ଆମ ପାଇଁ ଆନନ୍ଦର ବିଷୟ ନୁହେଁ ବୋଲି ବୁଧବାର ଦିନ ଏକନାଥ ସିନ୍ଦେ ଶିବିରର ଜଣେ ବିଦ୍ରୋହୀ ବିଧାୟକ କହିଛନ୍ତି। ଶରଦ ପାୱାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଓ କଂଗ୍ରେସ ସହ ଶିବସେନା କରିଥିବା ମେଣ୍ଟର ପ୍ରତିକୂଳ ପରିସ୍ଥିତିରୁ ଏଭଳି ବିବାଦ ଉପୁଜିଲା ବୋଲି ସେ ସୂଚନା ଦେଇଛନ୍ତି। ନେତା ସଞ୍ଜୟ ରାଉତଙ୍କ ଭୂମିକା ମଧ୍ୟ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପାଇଁ ଅସହ୍ୟ ହେଲା ବୋଲି ଦଳର କେତେକ ସଦସ୍ୟ କହୁଛନ୍ତି।
ବିଦ୍ରୋହୀ ଶିବିରର ମୁଖପାତ୍ର ଦୀପକ କେସରକର ଗଣମାଧ୍ୟମକୁ କହିଛନ୍ତି, ଆମେ ଦର୍ଶାଇଥିବା କଥାକୁ ଉଦ୍ଧବ ଠାକରେ ଉପକ୍ଷୋ କଲେ। ଦୁଃଖର ବିଷୟ ‘ଏନ୍ସିପି’ ଓ ‘କଂଗ୍ରେସ’ ସହ ଲଢ଼େଇ କରିବା ବେଳେ ଆମେ ଆମ ନିଜ ନେତାଙ୍କ ଉପରେ ବି ରାଗିଗଲୁ। ସେ କହିଛନ୍ତି, ଏହାର କାରଣ ହେଲା ଏନ୍ସିପି ଓ ସଞ୍ଜୟ ରାଉତ। ସେମାନଙ୍କର ଦୈନିନ୍ଦିନ କାର୍ଯ୍ୟ ଥିଲା କେନ୍ଦ୍ର ସରକାରଙ୍କ ବିରୋଧରେ ବିବୃତି ଦେବା। ଏଥି ଯୋଗୁଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କ ଖରାପ ହେଲା।
ଏକନାଥ ସିନ୍ଦେଙ୍କ ବିଦ୍ରୋହ ଓ ତାଙ୍କୁ ସମର୍ଥନ ୪୦ ଜଣ ବିଧାୟକଙ୍କ ସହ ମୋଟ ୫୦ ଜଣ ବିଧାୟକ ନେତୃତ୍ୱାଧୀନ ସରକାରକୁ ସମାପ୍ତ କରିଥିଲେ।
ବିଦ୍ରୋହୀ ଗୋଷ୍ଠୀ କହିଛନ୍ତି ଯେ, ସମଭାବାପନ୍ନ ବା ଏକା ଆଦର୍ଶରେ ଅନୁପ୍ରାଣିତ ହେଉ ନ ଥିବା କଂଗ୍ରେସ ଓ ଏନ୍ସିପି ସହ ହୋଇଥିବା ଅପ୍ରାକୃତିକ ମେଣ୍ଟରୁ ଓହରି ଆସିବାକୁ ଆମେ ଚାହୁଁଥିଲୁ।
୮ ଦିନର ରାଜନୈତିକ ଅସ୍ଥିରତା ପରେ ବୁଧବାର ସନ୍ଧ୍ୟାରେ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। ଗତରାତିରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ସହ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବାକୁ ତାଙ୍କୁ ଅନୁରୋଧ କରିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।