News18 Odia Digital
ମୋ ପ୍ରତି ଏବେ ବି ଶ୍ରଦ୍ଧା ଅଛି ବୋଲି କହୁଛନ୍ତି, ହେଲେ ମୋ ପୁଅର ସର୍ବନାଶ କରିବାକୁ ଚେଷ୍ଟା କରିଥିବା ଲୋକଙ୍କ କୋଳରେ ସେମାନେ ବସିଛନ୍ତି ବୋଲି ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଦେଶ୍ୟ କରି ଶୁକ୍ରବାର ଦିନ ଏପରି କହିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ।
ସେ କହିଛନ୍ତି, ଦିନେ ସେମାନେ ମୋତେ ଓ ମୋ ପରିବାର ନାଁରେ ଅପବାଦ ଦେଉଥିଲେ। ସେମାନେ ମୋ ପୁଅ ଆଦିତ୍ୟର ସର୍ବନାଶ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଯଦି ବିଦ୍ରୋହୀ ବିଧାୟକମାନେ ବିଜେପି ରହିବାକୁ ଖୁସି ମଣୁଛନ୍ତି, ସେମାନେ ବିଜେପିରେ ରୁହନ୍ତୁ। କିନ୍ତୁ ମୋ ପାଇଁ ମୋ ଦଳ ଲୋକଙ୍କ ଦୁଃଖ ଗୁରୁତ୍ବପୂର୍ଣ୍ଣ ଅଟେ।
ସୁପ୍ରିମ୍ କୋର୍ଟରେ ୧୧ ତାରିଖ ଦିନ ହେବାକୁ ଥିବା ଶୁଣାଣି ସମ୍ପର୍କରେ ପଚରା ଯିବାରୁ ଠାକ୍ରେ କହିଛନ୍ତି, ଅଦାଲତ ଉପରେ ମୋର ଅଟଳ ବିଶ୍ବାସ ଅଛି। ଜୁଲାଇ ୧୧ ତାରିଖରେ ପରିଣତି ଯାହା ହେଉ ନା କାହିଁକି, ତାହା ଦଳର ଭବିଷ୍ୟତ ନିର୍ଦ୍ଧାରଣ କରିବ ନାହିଁ। ଦଳୀୟ କର୍ମୀମାନେ ହିଁ ଶିବସେନାର ଭବିଷ୍ୟତ ନିର୍ଦ୍ଧାରଣ କରିବେ। ସୁପ୍ରିମ୍ କୋର୍ଟଙ୍କ ରାୟ ଗଣତନ୍ତ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ବାବା ସାହେବ ଅମ୍ବେଦକର ଲେଖିଥିବା ସମ୍ବିଧାନର ବିଜୟ ହେବ କି, ଆଉ କିଛି ହେବ ତାହା ଉକ୍ତ ରାୟରୁ ଜଣାପଡ଼ିବ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।