ସୁପ୍ରିମକୋର୍ଟରେ ଉଦ୍ଧବ ଦଳର ନୂଆ ଆବେଦନ
News18 Odia Digital
Shiv Sena row: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ହରାଇଥିବା ଉଦ୍ଧବ ଠାକରେଙ୍କ ଦଳ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରିଛନ୍ତି। କୋର୍ଟରେ ଦାଖଲ ହୋଇଥିବା ଏହି ନୂଆ ଆବେଦନରେ ଶିବସେନାର ୧୬ ଜଣ ବାଗୀ ବିଧାୟକଙ୍କୁ ନିଲମ୍ବନ କରାଯିବାକୁ ଦାବି କରାଯାଇଛି।
ଶୀଘ୍ର ଶୁଣାଣି ପାଇଁ ଦାବି
ଶିବସେନା ନେତାମାନେ ସେମାନଙ୍କ ଆବେଦନରେ କହିଛନ୍ତି ଯେ ଏହି ଆବେଦନର ଶୀଘ୍ର ଶୁଣାଣି ହେବା ଉଚିତ୍ ଯାହା ଦ୍ବାରା ସେମାନଙ୍କ ପକ୍ଷ ଠିକ୍ ପ୍ରମାଣିତ ହୋଇପାରିବ।
ବିଧାନସଭା ଅଧିବେଶନ ସ୍ଥଗିତ ରଖାଯାଇଛି
ଏହି ସମୟରେ ମହାରାଷ୍ଟ୍ର ବିଧାନସଭାକୁ ଡକାଯାଇଥିବା ସ୍ୱତନ୍ତ୍ର ଅଧିବେଶନକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଏହି ଅଧିବେଶନ ଜୁଲାଇ ୩ ଓ ୪ରେ ବସିବ। ଶନିବାର ଡକାଯାଇଥିବା ଏହି ଅଧିବେଶନର ପ୍ରଥମ ଦିନରେ ଏକ ଫ୍ଲୋର୍ ଟେଷ୍ଟ ହେବ।
ସିନ୍ଦେଙ୍କ ସଭା
ଦଳରେ ତାଙ୍କ ସମର୍ଥକଙ୍କ ସହ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ଗୋଆରେ ସେମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଆଉ କିଛି ସମୟ ମଧ୍ୟରେ ବିଧାୟକଙ୍କ ସହ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।